୯ନଂ ୱାର୍ଡର ବିଜେଡି ପ୍ରାର୍ଥୀଙ୍କ ଜୋରଦାର ପ୍ରଚାର
ବାଲେଶ୍ୱର, (ସରୋଜ ପଣ୍ଡା) :ପୌର ନିର୍ବାଚନକୁ ହାତ ଗଣତି ସପ୍ତାହେ ବାକି ରହିଥିବା ବେଳେ ବାଲେଶ୍ୱର ପୌରାଞ୍ଚଳରେ ପୌରାଧ୍ୟା ଏବଂ କାଉନସିଲର ପ୍ରାର୍ଥୀମାନେ ଯୁଦ୍ଧକାଳୀନ ଭିତ୍ତିରେ ଘରକୁ ଘର ବୁଲି ନିଜ ନିଜ ସପକ୍ଷରେ ଭୋଟ ଭିକ୍ଷା ଜାରି ରଖିଛନ୍ତି । ବିଶେଷ କରି ମତଦାତାଙ୍କ ସହ ସିଧା ସଳଖ ସମ୍ପର୍କ ରକ୍ଷା ପାଇଁ ପ୍ରାର୍ଥୀମାନେ ଡୋର କ୍ୟାମ୍ପେନିଂକୁ ଅଧିକ ଗୁରୁତ୍ୱ ଦେଉଛନ୍ତି । ମାର୍ଚ୍ଚ ଅଧା ହେବାକୁ ଯାଉଥିବା ବେଳେ ବୃଦ୍ଧି ପାଇଥିବା ରୌଦ୍ରତାପକୁ ଦୃଷ୍ଟିରେ ରଖି ପ୍ରାର୍ଥୀମାନେ କେବଳ ସକାଳ ଓ ସନ୍ଧ୍ୟାରେ ହିଁ ପ୍ରଚାର କରିପାରୁଛନ୍ତି । ସ୍ୱଳ୍ପ ସମୟ ମଧ୍ୟରେ ସବୁ ଭୋଟରଙ୍କୁ ଭେଟି ନିଜ ସପକ୍ଷରେ ସମର୍ଥନ ଯୋଗାଡ଼ କରିବା ଲକ୍ଷ୍ୟ ନେଇ ଆଗେଇ ଚାଲିଛନ୍ତି ବିଭିନ୍ନ ରାଜନୈତିକ ଦଳଙ୍କ ସମେତ ସ୍ୱାଧୀନ ପ୍ରାର୍ଥୀମାନେ । ଏହି ପରିପ୍ରେକ୍ଷୀରେ ବାଲେଶ୍ୱର ପୌରାଂଚଳର ୯ନଂ ୱାର୍ଡର କାଉନସିଲର ପ୍ରାର୍ଥୀ ତଥା ପୌର ପାଳିକାର ପୂର୍ବତନ ଉପାଧ୍ୟକ୍ଷ ମନୋଜ କୁମାର ରାଉତ ଘରକୁ ଘର ବୁଲି ଭୋଟ ଭିକ୍ଷା କରୁଥିବା ଦେଖିବାକୁ ମିଳିଥିଲା । ଲୋକପ୍ରିୟ ମୁଖ୍ୟମନ୍ତ୍ରୀଙ୍କ ସ୍ୱଚ୍ଛ ଶାସନ ଓ ବିକାଶମୂଖୀ କାର୍ଯ୍ୟଧାରାକ ଆଧାର କରି ବିଜେଡିର ଅଧ୍ୟକ୍ଷା ପ୍ରାର୍ଥିନୀ ସବିତା ସାହୁଙ୍କ ସମେତ ତାଙ୍କୁ ସମର୍ଥନ ଜଣାଇବାକୁ ବିଧାୟକ ଶ୍ରୀ ରାଉତ ନିବେଦନ କରିଥିଲେ । ବିଜୁ ଜନତା ଦଳର ବହୁ ସମର୍ଥକ ଶ୍ରୀ ରାଉତଙ୍କ ସହ ଏହି ପ୍ରଚାର ଅଭିଯାନରେ ସାମିଲ ହୋଇଥିଲେ ।


