ୱେଲଡିଙ୍ଗ ନିଆଁରେ ଜଳିଗଲା ରାଇସ୍ ମିଲ୍

ସାନଖେମୁଣ୍ଡି (ପଦ୍ମଲୋଚନ ପାଣିଗ୍ରାହୀ ) : ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ୍ କଉଡ଼ିଆ ଗ୍ରାମରେ ଥିବା ଗୋପିନାଥ ରାଇସ ମିଲ ରେ ୱେଲଡିଙ୍ଗ ନିଆଁ ରେ ପୋଡ଼ି ଛାରଖାର ହୋଇଯାଇଥିବା ଜଣାପଡ଼ିଛି l ଶନିବାର ଶୁଭ୍ରମନ୍ୟୁ ସୁବୁଦ୍ଧି ଙ୍କ ରାଇସ ମିଲ ରେ କିଛି କାମ ପାଇଁ ମିଲ ମଧ୍ୟରେ ୱେଲଡ଼ିଙ୍ଗ କାମ ଚାଲୁଥିବା ବେଳେ ୱେଲଡିଙ୍ଗ ନିଆଁ ରେ ପ୍ରଥମେ ମିଲ ରେ ଥିବା ଜରି ଅଖା କୁ ନିଆଁ ଲାଗିଯାଇଥିଲା l ଜରି ଅଖା ନିଆଁ କୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ନିଆଁ ଭୟଙ୍କର ଅଗ୍ନିକାଣ୍ଡ ରୂପ ଧାରଣ କରିଥିଲା l ମିଲ ଭିତରେ ଥିବା ଏକ ହଜାରରୁ ଉର୍ଦ୍ଧ ଧାନ ବସ୍ତା ସହ ଧାନ ଅଖା ପୋଡି ପାଉଁଶ ହୋଇଯାଇଥିବା ସୂଚନା ମିଳିଛି। ସ୍ଥାନୀୟ ଲୋକେ ନିଆଁକୁ ଆୟତ କରିବାକୁ ଉଦ୍ୟମ କରୁଥିବା ବେଳେ ଖବର ପାଇ ସାନଖେମୁଣ୍ଡି, ଦିଗପହଣ୍ଡି, ଶେରଗଡ଼ରୁ ୩ଟି ଅଗ୍ନିଶମ ବିଭାଗ ଟିମ ମିଲରେ ପହଞ୍ଚି ଦୀର୍ଘ ୨ ଘଣ୍ଟା ପରେ ନିଆଁକୁ ଆୟତ୍ତ କରିଥିବା ଅଗ୍ନିଶମ ବାହିନୀ ପକ୍ଷରୁ ସୂଚନା ମିଳିଛି l ଉକ୍ତ ଅଗ୍ନିକାଣ୍ଡ ରେ ମିଲର ଶୁଭ୍ରମନ୍ୟୁ ସୁବୁଦ୍ଧି ଙ୍କ ଲକ୍ଷାଧିକ ଟଙ୍କା ର ସମ୍ପତ୍ତି ଭସ୍ମୀଭୂତ ହୋଇଯାଇଥିବା ଜଣାପଡିଛି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ