ପୁରୀ ଜିଲ୍ଲା କାରାଗାର ପରିସରରେ ଅନ୍ତେବାସୀ ମାନଙ୍କୁ ନେଇ ରାଷ୍ଟ୍ରୀୟ ସଦଭାବନା ମଞ୍ଚ

କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା) : କାରାଗାର ଦିବସ ଉପଲକ୍ଷେ ପୁରୀ ଜିଲ୍ଲା କାରାଗାର ପରିସରରେ ଅନ୍ତେବାସୀ ମାନଙ୍କୁ ନେଇ ରାଷ୍ଟ୍ରୀୟ ସଦଭାବନା ମଞ୍ଚ ଓ ମାଟିର ମଣିଷ, ପୁରୀ ମିଳିତ ଅନୁଷ୍ଠାନ ଆନୁକୂଲ୍ୟରେ ଏକ ସାମାଜିକ ସଂସ୍କୃତିକ କାଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଉକ୍ତ କାଯ୍ୟକ୍ରମ ରେ ରାଷ୍ଟ୍ରୀୟ ସଦଭାବନା ମଞ୍ଚର ଆବାହକ ସଞ୍ଜୟ କୁମାର ପ୍ରଧାନ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ଦେଇଥିଲେ l କାରାଗାର ର ଅଧକ୍ଷା ଶ୍ରୀମତୀ ଉର୍ମିଳା ମିଞ୍ଜ ମୁଖ୍ୟଅତିଥି ରୂପେ ଯୋଗଦେଇ ଅନ୍ତେବାସୀମାନଙ୍କୁ ଏକ ନାୟିକ ପଥରେ ଯାଇ ସମାଜର ମୁଖ୍ୟସ୍ରୋତରେ ସାମିଲ ହେବାକୁ ଆହ୍ୱାନ ଦେଇଥିଲେ l କାରାଗାର କାରାପଳ ଶ୍ରୀଯୁକ୍ତ ଚିତ୍ତରଞ୍ଜନ ସାହୁ ସମ୍ମାନିତ ଅତିଥି ରୂପେ ଯୋଗଦେଇ ଅନ୍ତେବାସୀଙ୍କୁ ଏକ ସଂସ୍କାରିତ ସାମାଜିକ ଜୀବନଜାପନ ପାଇଁ ପେରଣା ଦେଇଥିଲେ l ଏହି କାଯ୍ୟକ୍ରମ କୁ କାରାଗାର କାରାମଣ୍ଡଳ ଅଧିକାରୀ ଶ୍ରୀଯୁକ୍ତ ମାନସ ରଞ୍ଜନ ପୁଷ୍ପପାଳକ କାଯ୍ୟକ୍ରମ କୁ ପରିଚାଳନା କରିବା ସହିତ ଅନ୍ତେବାସୀଙ୍କୁ ଷଡଭାବନାର ବାର୍ତ୍ତା ଦେଇ ସେମାନଙ୍କ ମଧ୍ୟରେ ଭାଇଚାରା ସୁଷ୍ଟି କରିଥିଲେ l ମାଟିର ମଣିଷ ଅନୁଷ୍ଠାନ ର ସମ୍ପାଦକ ପ୍ରଶାନ୍ତ କୁମାର ପ୍ରଧାନ ସଂସ୍କୃତିକ କାଯ୍ୟକ୍ରମ କୁ ପରିଚାଳନା କରିଥିଲେ l ମଞ୍ଚର ଉପାଧ୍ୟାକ୍ଷ ସମୀର କୁମାର ପଟ୍ଟନାୟକ, ସୁବ୍ରତ କୁମାର ଦାସ, ସୁଜାତା ପ୍ରଧାନ ଓ କାରାଗାର ର ସମସ୍ତ କର୍ମଚାରୀ ମାନେ ଉପସ୍ଥିତ ଥିଲେ l ଶେଷରେ ୱାର୍ଡର ସରୋଜ କୁମାର ବେହେରା ଧନ୍ୟବାଦ ଦେଇଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ