ନାଉଗାଁ ବଜାର ୪୮ଘଂଟିଆ ସଟଡାଉନ, ୩ ଓାର୍ଡ କଂଟେନମେଂଟ ଜୋନ

ନାଉଗାଁ,(ଓ୍ବାଇଏନ୍ଏସ୍):ନାଉଗାଁ ବ୍ଳକରୁ ୬ କରୋନା ସଂକ୍ରମିତ ଚିହ୍ନଟ,ବ୍ଳକରେ ଗୋଷ୍ଠୀ ସଂକ୍ରମଣ ଆରମ୍ଭ,ଚିନ୍ତା ବଢାଇଲା ଆଳୁ ବ୍ୟବସାୟୀ,ନାଉଗାଁ ବଜାର ୪୮ଘଂଟିଆ ସଟଡାଉନ, ୩ ଓାର୍ଡ କୁ କଂଟେନମେଂଟ ଜୋନ ଘୋଷଣା କଲା ବ୍ଳକ ପ୍ରଶସାନ । ନାଉଗାଁ ବ୍ଳକରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ପୂର୍ବରୁ ଉକ୍ତ ବ୍ଳକରୁ ବାହାରୁଥିବା ସଂକ୍ରମିତ ମାନେ ପ୍ରବାସୀ ହୋଇଥିବା ଜଣା ପଡିଥିଲା । କିନ୍ତୁ ଶୁକ୍ରବାର ଜିଲ୍ଲା ପ୍ରଶସାନ ପକ୍ଷରୁ ପ୍ରଦାନ କରାଯାଇଥିବା ରିପୋର୍ଟ ବ୍ଳକର ଚିନ୍ତାର କାରଣ ପାଲଟିଛି । ପ୍ରଦତ ରିପୋର୍ଟ ଅନୁସାରେ ୬ ଜଣ ସଂକ୍ରମିତ ଙ୍କ ମଧ୍ୟରୁ ଜଣେ ଭୂବନେଶ୍ୱର କର କ୍ଳିନିକରେ କିଡିନ ସମସ୍ୟାର ଚିକିତ୍ସା ପାଇଁ ଯାଇଥିବା ବେଳେ କରୋନା ପରୀକ୍ଷା ସମୟରେ ତାଙ୍କର ପଜିଟିଭ ଥିବା ଜଣାଯାଇଛି । ଅନ୍ୟ ୫ ଜଣ ସ୍ଥାନୀୟ ସଂକ୍ରମଣ ହୋଇଥିବା ଜଣାଯାଇଛି । ଉକ୍ତ ୫ ଜଣଙ୍କ ମଧ୍ୟରେ ଆଳୁ ବ୍ୟବସାୟୀ କରୁଥିବା ଦୁଇ ଭାଇ, ଆଳୁ ପରିବହନ କରୁଥିବା ୨ ଜଣ ଗାଡି ଚାଳକ ଓ ଆଳୁ ଦୋକାନରେ କାର୍ଯ୍ୟ କରୁଥିବା ଜଣେ ବ୍ୟକ୍ତି ହୋଇଥିବା ଜଣା ପଡିଛି । ଗତ ୩ ଅଗଷ୍ଟରେ ଉକ୍ତ ୫ ଜଣଙ୍କ ଠାରେ ଥଣ୍ଡା ଜର ଭଳି ଲକ୍ଷଣ ଦେଖାଦେଇଥିଲା । ସ୍ୱାସ୍ଥ୍ୟ ବିଭାଗ ତରଫରୁ ୪ ଅଗଷ୍ଟରେ ଜିଲ୍ଲା ଚିକିତ୍ସାଳୟକୁ ନିଆଯାଇ ସ୍ୱାବ ସଂଗ୍ରହ କରାଯାଇ ସେମାନଙ୍କୁ ହୋମ କ୍ୱାରେଂଟାଇନରେ ରଖାଯାଇଥିଲା । ପରେ ସେମାନଙ୍କର ରିପୋର୍ଟ ପଜିଟିଭ ଆସିଥିଲା । ଆଳୁ ବ୍ୟବସାୟୀ କରୋନା ସଂକ୍ରମିତ ଚିହ୍ନଟ ପରେ ନାଉଗାଁ ବଜାର ସମେତ କାନୁନଗୋସାହି ଗ୍ରାମକୁ ବ୍ଳକ ପ୍ରଶାସନ ପକ୍ଷରୁ ୪୮ ଘଂଟିଆ ସଟଡାଉନ ଘୋଷଣା କରାଯାଇଛି । ସେହିପରି ସଂପୃକ୍ତ ଥିବା ୨ ଗାଡି ଚାଳକ ରୋହିଆ ପଂଚାୟତର ୨ ନମ୍ବର ଓାର୍ଡ, ଅଲଣା ପଂଚାୟତର ୫ ନଂ ଓାର୍ଡ, ଆଳୁ ଗୋଦାମରେ କାର୍ଯ୍ୟ କରୁଥିବା ଘୋଡାଂଶ ପଂଚାୟତର ୧୧ ନଂ ଓାର୍ଡକୁ ମଧ୍ୟ ୪୮ ଘଂଟିଆ କଂଟେନମେଂଟ ଜୋନ ଭାବେ ଘୋଷଣା କରାଯାଇଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କୁ ଚିକିତ୍ସା ପାଇଁ କୋଭିଡ ହସ୍ପିଟାଲ ପଢାଯାଇଛି । ବିଡିଓ ରଶ୍ମିରେଖା ମଲ୍ଲିକ, ନାଉଗାଁ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଡାକ୍ତର ସୁନନ୍ଦନ ମହାନ୍ତି, ଜିପିଓ ଦିନେଶ ରାୟ, ଥାନାଧିକାରୀ ଗୋବର୍ଦ୍ଦନ ସାହୁ ଆଦି ସଂକ୍ରମିତଙ୍କ ପରିବାରକୁ ଭେଟି କଂଟାକ୍ଟ ଟ୍ରେସିଂ ଜାରି ରଖିଛନ୍ତି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା ଉକ୍ତ ଆଳୁ ବ୍ୟବସାୟୀ ନାଉଗାଁ ବ୍ଳକରେ ଆଳୁ ହୋଲସୋଲର ହୋଇଥିବା ବେଳେ ବ୍ଳକର ବିଭିନ୍ନ ବଜାର ଗଙ୍ଗଦାହାଟ, କଂଟୁଣିଆ ହାଟ, ମୁଣ୍ଡାଳ ଆଦି ବଜାରରୁ ବ୍ୟବସାୟୀମାନେ ତାଙ୍କ ଠାରୁ ଆଳୁ ନେଇଥାନ୍ତି । ସେହିପରି ଗାଁ ମାନଙ୍କରେ ଥିବା ଛୋଟ ଛୋଟ ଦୋକାନୀମାନେ ଏହି ଠାରୁ ଆଳୁ ନେଇଥାନ୍ତି । ଏହି ଆଳୁ ବ୍ୟବସାୟୀ ପଶ୍ଚିମବଙ୍ଗରୁ ଆଳୁ ଆଣୁଥିବା ବେଳେ ଭୁବନେଶ୍ୱର ଆଇଗେଣିଆରୁ ପିଆଜ ଆଦି ଆଣିଥାନ୍ତି । ତେଣୁ ଉକ୍ତ ଅଂଚଳ କରୋନା ହଟସ୍ପଟ ଭାବେ ଚିହ୍ନଟ ହୋଇଥିବା ବେଳେ ସେହିଠାରୁ ସେମାନେ ସଂକ୍ରମିତ ହୋଇଥିବା ଅନୁମାନ କରାଯାଉଛି । ବ୍ଳକର ଅନେକ ବ୍ୟବସାୟୀ ଛୋଟ ଦୋକାନୀ ଏହି ବ୍ୟବସାୟୀଙ୍କ ସଂସ୍ପର୍ଶରେ ଆସିଥିବାରୁ ଗୋଷ୍ଠୀ ସଂକ୍ରମଣ ବୃଦ୍ଧି ପାଇବାର ଆଶା କରାଯାଉଛି । ଏ ସଂପର୍କରେ ବିଡିଓ ରଶ୍ମିରେଖା ମଲ୍ଲିକଙ୍କୁ ୁ ପଚାରିବାରୁ ଯେଉଁ ମାନେ ଉକ୍ତ ବ୍ୟବସାୟୀଙ୍କ ସଂସ୍ପର୍ଶରେ ଆସିଛନ୍ତି ସେମାନେ ପ୍ରଶସାନକୁ ସହଯୋଗ କରିବା ସହ ଯୋଗାଯୋଗ କରିବାକୁ ନିବେଦନ କରିଛନ୍ତି । ସେହିପରି ସଂକ୍ରମିତଙ୍କ ପରିବାରକୁ ହୋମ କ୍ୱାରେଂଟାଇନରେ ରଖାଯିବା ସହିତ ସେମାନଙ୍କର ସ୍ୱାବ ପରୀକ୍ଷା କରାଯିବାର ବ୍ୟବସ୍ଥା କରାଯିବ ବୋଲି ପ୍ରକାଶ କରିଛନ୍ତି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ