ଆଦର୍ଶ ଶିକ୍ଷକଙ୍କ ପରଲୋକ

ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା):ଭଣ୍ଡାରିପୋଖରୀ ବ୍ଲକ ପାଟୁଳି ପଞ୍ଚାୟତ ଅରେଇକଣା ଗ୍ରାମର ଆଦର୍ଶ ଶିକ୍ଷକ ତଥା ନାଟ୍ୟକାର ପରକ୍ଷୀତ ବାରିକଙ୍କର ପରଲୋକ ଘଟିଛି । ବୟସାଧିକ କାରଣରୁ ମସ୍ତିଷ୍କ ଆଘାତ ହେବାରୁ ନିଜ ବାସଭବନ ଠାରେ ୮୬ବର୍ଷ ବୟସରେ ପରଲୋକ ହୋଇଥିବା ଜଣାପଡିଛି । ବୃତ୍ତିଗତ ଜୀବନ ଭିତରେ ସେ ବାରିକପୁର, ବୈତରଣୀରୋଡ, ଷଠିପୁର, ଆଖୁଆପଦା, ଅରେଇକଣା ପ୍ରମୁଖ ବିଦ୍ୟାଳୟରେ ଶିକ୍ଷକତା କରି ସମସ୍ତଙ୍କର ପ୍ରିୟଭାଜନ ହୋଇପାରିଥିଲେ । ଏହାଛଡା ସେ ଜଣେ ନାଟ୍ୟକାର ଭାବେ ବେଶ ଖ୍ୟାôତ ଅର୍ଜନ କରିଥିଲେ । ତାଙ୍କ ବିୟୋଗରେ ନାଟ୍ୟକାର ସୁଧାକର ନନ୍ଦ, ଶିକ୍ଷକ ନେତା କାର୍ତ୍ତିକ ଚନ୍ଦ୍ର ସ୍ୱାଇଁ, ଜଗନ୍ନାଥ ଦାସ, ମାୟାଧର ଦାସ, ମୁକୁନ୍ଦ ସାହୁ, ଭାସ୍କର ନାୟକ, ଗୋପିନାଥ ସାହୁ, ନରହରି ମହାନ୍ତି, ଲକ୍ଷ୍ମୀଧର ନାୟକ, ପୁରୁଷୋତ୍ତମ ଧଳ, ଅଧ୍ୟାପକ ଭରତ ଚନ୍ଦ୍ର କରଣ, ସୀତାରାମ ଦାସ, ବିପଦବନ୍ଧୁ ମହାପାତ୍ର, ପ୍ରଫୁଲ୍ଲ ସାହୁ, କୃଷ୍ଣଚନ୍ଦ୍ର ସେନାପତି, ବସନ୍ତ ପତି, ବିଶ୍ୱମ୍ବର ନାଥ ପ୍ରମୁଖ ଗଭୀର ଶୋକପ୍ରକାଶ କରି ପରିବାରବର୍ଘଙ୍କୁ ସମବେଦନା ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ