କୁକୁର କାମୁଡାରେ ୧୦ ଛେଳି ମୃତ ୧୫ ଆହାତ

ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :-ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଜୀରାଙ୍ଗ ଗ୍ରାମ ପଞ୍ଚାୟତ ରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଆଜି ଶୁକ୍ରବାର ଦିନ ଜିରାଙ୍ଗ ଗ୍ରାମ ପଞ୍ଚାୟତର ବାହାଡାପଦା ଗ୍ରାମର କେତେକ ଅଞ୍ଚଳରେ ଛେଳି ଓ ମେଣ୍ଢା ମାନେ ଚୋରୁଥିବା ସମୟରେ ସେଠାରେ ବୁଲୁଥିବା ଏକ ବାୟା କୁକୁରହଠାତ୍ ଛେଳିଗୁଡିକ ଉପରେ ଆକ୍ରମଣ କରିଥିଲା । ସେହି କୁକୁର କାମୁଡ଼ାରେ ମେଣ୍ଢା, ଛେଳି ମଧ୍ୟରୁ ୧୦ ଗୋଟି ମୃତବରଣ କରିଥିବାବେଳେ ,୧୫ ଆହାତ ହୋଇଛନ୍ତି । ଏଭଳି ଘଟଣା ଜିରାଙ୍ଗ ଗ୍ରାମ ପଞ୍ଚାୟତ ବାହାଡ଼ାପଦା ଗ୍ରାମରେ ଦେଖିବାକୁ ମିଳିଥିବାରୁ ସେହି ଅଞ୍ଚଳର ଛେଳି ବ୍ୟବସାୟୀ ମାନେ ଭୟବିତ ହୋଇଥିବାର ଜଣାପଡିଛି । ଗ୍ରାମରେ ଏଭଳି ଘଟଣା ପ୍ରଥମ ଥର ଘଟିଥିବାରୁ ଲୋକେ ଭୟ ଭୀତ ହୋଈ ରହିଥିବାବେଳେ ଯାହାକୁ ନେଇ ଅସନ୍ତୋଷ ଦେଖା ଦେଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ