ଗଜପତି ମୋହନାରେ ପୋଲିସ୍‌ର ଫ୍ଲାଗମାର୍ଚ୍ଚ

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଏସପି ସ୍ବାତୀ ଏସ କୁମାରଙ୍କ ନିର୍ଦ୍ଦେଶ କ୍ରମେ ମୋହ‌ନା ପୋଲିସ ତରଫରୁ ଚନ୍ଦ୍ରଗିରି, ମୋହନା ଓ ଅଡବାରେ ଫ୍ଲାଗମାର୍ଚ୍ଚ କରାଯାଇଛି। ଏହି ଫ୍ଲାଗ ମାର୍ଚ୍ଚ ମୋହନା ସହରରେ ଥିବା ତହସିଲ୍ କାର୍ଯ୍ୟାଳୟରୁ ଆରମ୍ଭ ହୋଇ ହାଇସ୍କୁଲ ଛକ ପର୍ଯ୍ୟନ୍ତ ଯାଇଥିଲା I ଆଗାମୀ ସାଧାରଣ ନିର୍ବାଚନ ମେ ୧୩ ରେ ପ୍ରଥମ ପର୍ଯ୍ୟାୟରେ ହେବାକୁ ଥିବା ମତଦାତା ଶାନ୍ତିପୂର୍ଣ୍ଣ ଭାବେ ହେବ ଏବଂ ଲୋକେ ନିଜର ବହୁମୂଲ୍ୟ ମତ ସାବ୍ୟସ୍ତ କରିବେ ସେଥିପାଇଁ ପୋଲିସ୍ ପ୍ରଶାସନ ସଜାଗ ରହିଛି ନିର୍ବାଚନ ସମୟରେ କୌଣସି ଲୋକ ବିଶୃଙ୍ଖଳା ବା ହିଂସାର ଆଶ୍ରୟ ନିଏ ତା’ହେଲେ ତାଙ୍କ ବିରୋଧରେ ଆଇନ୍ ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆର୍. ଉଦୟଗିରି ଏସଡିପିଓ ଅଶ୍ୱିନୀ କୁମାର ନାୟକ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ