ପାରଳା କନିଷ୍ଠ ମହିଳା ମହାବିଦ୍ୟାଳୟର ବାର୍ଷିକ ଉତ୍ସବ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) – ପାରଳାଖେମୁଣ୍ଡି କନିଷ୍ଠ ମହିଳା ମହାବିଦ୍ୟାଳୟର ବାର୍ଷିକ ଉତ୍ସବ ମହାସମାହୋରରେ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷା ଡ.ଅରୁଣା କୁମାରୀ ସାମଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ପାରଳାଖେମୁଣ୍ଡି ବିଧାୟକ କେ.ନାରାୟଣ ରାଓ ଯୋଗଦେଇ ଏହି ମହାବିଦ୍ୟାଳୟର ବିଭିନ୍ନ କୃତିତ୍ୱ ବିଷୟରେ ଆଲୋଚନା କରିଥିଲେ । ମୁଖ୍ୟତଃ ପାରଳାଖେମୁଣ୍ଡି ସହରରେ ଏହି ମହାବିଦ୍ୟାଳୟ ରହିଥିବା ଯୋଗୁଁ ଅନେକ ଛାତ୍ରୀ କିପରି ଭାବେ ଏଠାରେ ପାଠପଢି ଉପକୃତ ହୋଇଛନ୍ତି ଏବଂ ସଫଳତାର ସହ ନିଜର ଭବିଷ୍ୟତ ଗଠନ କରିଛନ୍ତି ସେ ବିଷୟରେ ଆଲୋଚନା କରାଯାଇଥିଲା । କାର୍ଯ୍ୟକ୍ରମ ପ୍ରାରମ୍ଭରେ ଗୁରୁ ରଘୁନାଥ ପାତ୍ରଙ୍କ ସଂଯୋଜନାରେ ସ୍ୱାଗତ ସଂଗୀତ ପରିବେଷଣ କରାଯାଇଥିଲା । ସେହିପରି ମହାବିଦ୍ୟାଳୟର ବାର୍ଷିକ ବିବରଣୀ ପାଠ କରାଯିବା ସହ ମହାବିଦ୍ୟାଳୟରେ ଛାତ୍ରୀମାନଙ୍କ ପାଇଁ ସଫଳତାର ସହ କିପରି ଆତ୍ମସୁରକ୍ଷା ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇପାରିଛି ସେ ବିଷୟରେ ବିସ୍ତୃତଭାବେ ଆଲୋଚନା କରାଯାଇଥିଲା । ଅନ୍ୟତମ ଅତିଥିଭାବେ ଜିଲା ଆରକ୍ଷୀ ଅଧିକ୍ଷକ ସାରା ଶର୍ମା ଯୋଗଦେଇ ମହାବିଦ୍ୟାଳୟର ବିଭିନ୍ନ କୃତୀତ୍ୱକୁନେଇ ପ୍ରଶଂସା କରିଥିଲେ । କାର୍ଯ୍ୟକ୍ରମ ଶେଷରେ ଛାତ୍ରୀମାନଙ୍କ ଦ୍ୱାରା ରଂଗାରଂଗ ସାସ୍କୃତିକ କାର୍ଯ୍ୟକ୍ରମ ବେସ ଆକର୍ଷଣୀୟ ଢଙ୍ଗରେ ପରିବେଶଣ କରାଯାଇଥିଲା । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସାଂସ୍କୃତିକ ପରିଷଦର ଉପସଭାପତି ଅମ୍ବିକାଦେବୀ, ଡ.ମନଶ୍ୱିନୀ ଦାସ, ସାଂସ୍କୃତିକ ପରିଷଦର ସମ୍ପାଦିକା ପ୍ରସିଧାମୟୀ ରାଉଳ, ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂଶାସିତ ମହାବିଦ୍ୟାଳୟର ଭୂଗୋଳ ବିଭାଗର ମୁଖ୍ୟ ପ୍ରଧ୍ୟାପକ ଈନ୍ଦୁଭୂଷଣ ସାହୁ, ଯୁକ୍ତ୩ ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷା ଡ.ରୀନା ସାହୁ ପ୍ରମୁଖ ଉପସ୍ଥିତଥିଲେ ।


