ବଉଳଗାଁ ମନ୍ଦିର ପ୍ରତିଷ୍ଠା, ଘୃତଯଜ୍ଞ,ନାମଯଜ୍ଞ

ଛତ୍ରପୁର- ; ଛତ୍ରପୁର ବ୍ଲକ ଅନ୍ତର୍ଗତ ବଉଳଗାଁ ଠାରେ ଗ୍ରାମବାସୀଙ୍କ ପକ୍ଷରୁ ଶ୍ରୀଶ୍ରୀଶ୍ରୀ କଲ୍ୟାଣେଶ୍ୱର ମହାଦେବଙ୍କ ପୀଠରେ ଶକ୍ତି ସ୍ୱରୂପିଣୀ ମା ମାଳୁଆଣୀ ମନ୍ଦିର ଓ ମା ନିଳେଇଶୁଣୀ ଦେବୀଙ୍କର ପାଶ୍ୱର୍ ଦେବତା , ତ୍ରିନାଥ ଦେବଙ୍କ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ଉଦ୍ଦେଶ୍ୟରେ ଘୃତ ଯଜ୍ଞ, ନାମଯଜ୍ଞ, ଜ୍ଞାନ ଯଜ୍ଞ, ସଙ୍ଗୀତମୟ ଭାଗବତ କଥାମୃତ, ଗୋ ଯଜ୍ଞ ଓ ଅନ୍ନଯଜ୍ଞ ଓଡିଶାର ବିଦ୍ୱାନ ପଣ୍ଡିତ ମଣ୍ଡଳୀମାନଙ୍‌କ ତତ୍ତ୍ୱାଭଧାନରେ ଗତ୨୫ତାରିଖ ଠାରୁ ଅନୁଷ୍ଠିତ ହୋଇଆସୁଛି । ଏହା ଜାନୁୟାରୀ ୩୧ତାରିଖ ଦିନ ପୂର୍ଣ୍ଣାହୁତି ହେବ । ଏହି ଅବସରେ ଛତ୍ରପୁର ର ପୂର୍ବତନ ବିଧାୟକ ଡାକ୍ତର ପ୍ରିୟାଂଶୁ ପ୍ରଧାନ ଗ୍ରାମର ଲୋକଙ୍କ ଅନୁରୋଧ ରକ୍ଷା କରି ଗୁରୁବାର ପରିଦର୍ଶନ କରି ଆର୍ଶ୍ରିବାଦ ଲାଭ କରିଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଛତ୍ରପୁର ବ୍ଲକ ବିଜେଡି ସଭାପତି ସପନେଶ୍ୱର ନାହାକ, ୨୧ନଂ ଜିଲ୍ଲାପରିଷଦ ସଭ୍ୟ ଏସ୍‌.କିଶୋର ରେଡ୍ଡୀ, ବଉଳଗାଁ ସରପଞ୍ଚ ସରୋଜିନୀ ମହାରଣା, ମହାନାଦପୁର ସରପଞ୍ଚ ରୁନିତା ବେହେରା, ସମିତିସଭ୍ୟ ଅଶୋକ ପାଣିଗ୍ରାହୀ, ବିପୁଳିଙ୍ଗି ସରପଞ୍ଚ ଟି.ନରସିଂହ ରେଡ୍ଡୀ, ବିଜେଡି ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ଡିଲେଶ୍ୱର ରେଡ୍ଡୀ, ଭବାନୀ ଶଙ୍କର ପାଣିଗ୍ରାହୀ, କାମରାଜୁ ଖଂଟିଆ, ସିମାଦ୍ରୀ ବେହେରା, ମାଣିକ ମହାରଣା , ସରକାରୀ ଓକିଲ ମନୋଜ କୁମାର ପାଢି, ପୂଜା ପରିଚାଳନା କମିଟି ସଭ୍ୟ ନରସିଂହ ପଣ୍ଡାଙ୍କ ସମେତ ବହୁ ଗ୍ରାମବାସୀ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ