ନୂଆ ଫିଲ୍ମ ‘ଲଫଡେବାଜ୍‌’ ପାଇଁ ସଜବାଜ

ମୁମ୍ବାଇ : ବଲିଉଡ୍‌ ଅଭିନେତା ସୈଫ୍‌ ଅଲୀ ଖାନ୍‌ ନିଜର ଅପ୍‌କମିଙ୍ଗ ଫିଲ୍ମ ସମ୍ପର୍କରେ ଘୋଷଣା କରିଛନ୍ତି । ଏହି ଫିଲ୍ମରେ ସୈଫ୍‌ଙ୍କ ବ୍ୟତିତ ସିଦ୍ଧାନ୍ତ ଚତୁର୍ବେଦୀ ଏବଂ ଅନନ୍ୟା ପାଣ୍ଡେ ମୁଖ୍ୟ ଭୂମିକାରେ ନଜର ଆସୁଛନ୍ତି । ଏହି ଫିଲ୍ମର ଟାଇଟଲ୍‌ ‘ଲଫଡେବାଜ୍‌’ ରଖାଯାଇଛି । ଫରହାନ୍ ଅଖତର ଏବଂ ରୀତେଶ ସିଧଓ୍ବାନୀଙ୍କ ଏକ୍ସେଲ ଏଣ୍ଟରଟେନ୍‌ମେଣ୍ଟ ଏହି ଫିଲ୍ମର ପ୍ରଯୋଜନା ଦାୟିତ୍ବରେ ରହିଛି । ବଣ୍ଟି ଔର ବବ୍‌ଲୀ-୨ ପରେ ସିଦ୍ଧାନ୍ତଙ୍କ ସହିତ ଏହା ତାଙ୍କର ଦ୍ବିତୀୟ ଫିଲ୍ମ । ଏହି ଫିଲ୍ମ ବ୍ୟତିତ ବିକ୍ରମ ବେଧାର ହିନ୍ଦି ରିମେକ୍‌ରେ ମଧ୍ୟ ସୈଫ୍‌ ନଜର ଆସିବାକୁ ଯାଉଛନ୍ତି । ସୈଫ୍‌ଙ୍କ ଫିଲ୍ମ ଜଓ୍ବାନୀ ଜାନେମନ୍‌ ଚଳିତ ଶୁକ୍ରବାର ରିଲିଜ୍‌ ହେବ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ