କୋଣାର୍କ ଭଗବତୀ ମହାବିଦ୍ୟାଳୟରେ ବାର୍ଷିକ ପୁରସ୍କାର ବିତରଣୀ ଉତ୍ସବ
କୋଣାର୍କ ; ଶୁକ୍ରବାରପୂର୍ବାହ୍ନ ସମୟରେ କୋଣାର୍କ ଭଗବତୀ ମହାବିଦ୍ୟାଳୟ ପରିସରରେ ବାର୍ଷିକ ପୁରସ୍କାର ବିତରଣି ମହୋତ୍ସବ ଅନୁଷ୍ଠିତ ହୋଈଯାଈଛି । ଉକ୍ତ ମହୋତ୍ସବରେ ମୁଖ୍ୟ ଅତିଥି ରୂପେ ସ୍ଥାନୀୟ ବିଧାୟକ ତଥା କ୍ରୀଡା ଯୁବ ବ୍ୟାପାର ମନ୍ତ୍ରୀ ଶ୍ରୀଯୁକ୍ତ ତୁଷାରକାନ୍ତି ବେହେରା, ଅସ୍ତରଗଂ ବ୍ଲକ ଅଧକ୍ଷ ସ୍ବାଧୀନ କୁମାର ନାୟକ, ଜିଲ୍ଲାପରିଷଦ ଅଧକ୍ଷ ଜୌତିମୟ ଦଳାଇ ,ଶାମନ୍ତ ଚନ୍ଦ୍ର ଶେଖର ମହାବିଦ୍ୟାଳୟର ଇତିହାସ ବିଭାଗର ଅବସର ପ୍ରାପ୍ତ ଅଧ୍ୟକ୍ଷ ପ୍ରଫୁଲ୍ଲ କୁମାର ମହାନ୍ତି ପ୍ରମୁଖ ଯୋଗଦାନ କରିଥିଲେ । ଏହି ଉତ୍ସବରେ ମାନ୍ୟବର ମନ୍ତ୍ରୀ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ । ଏହା ପରେ ମହାବିଦ୍ୟାଳୟ ର ବିଭିନ୍ନ ବିଭାଗରେ କୃତି ଛାତ୍ରଛାତ୍ରୀ ମାନକୁଂ ମାନ୍ୟବର ମନ୍ତ୍ରୀଙ୍କ ଦ୍ବାରା ପୁରସ୍କାର ବିତରଣ କରାଯାଇଥିଲା । ମାନ୍ୟବର ମନ୍ତ୍ରୀ ନିଜ ଅଭିଭାଷଣରେ କୋଣାର୍କ ମହାବିଦ୍ୟାଳୟର ବିଭିନ୍ନ ଉନ୍ନୟନ ମୂଳକ କାର୍ୟ୍ୟ ନିମନ୍ତେ କୋଡ଼ିଏ ଲକ୍ଷ୍ୟ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି ।


