ମାଈ ହାତୀ ହାତୀକୁ ଉଦ୍ଧାର କଲା ବନ ବିଭାଗ
ଗଞ୍ଜାମ:- ଗଞ୍ଜାମ ଜିଲା ଅନ୍ତର୍ଗତ ଅଲାରିଗଡ଼ ନିକଟ ଜେନାଖୋଲ ପାହାଡ଼ ଖାଲରୁ ରବିବାର ମାଈ ହାତୀ ଉଦ୍ଧାର ହୋଇଛି । ଦୀର୍ଘ ୬ ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ କରିବା ପରେ ଉକ୍ତ ହାତୀଟିକୁ ଜେସିବି ଓ କ୍ରେନ ସାହାଯ୍ୟରେ ଦିଗପହଣ୍ଡି ବନ ବିଭାଗ ଉଦ୍ଧାର କରାଯାଇଛି । ଦିଗପହଣ୍ଡି ବନ ବିଭାଗର ୫୦ଜଣିଆ ଟିମ୍ ଉଦ୍ଧାର କ।ର୍ଯ୍ୟରେ ଲାଗିଥିଲେ । ପ୍ରଥମେ ଗାତରେ ପାଣି ଭର୍ତ୍ତି କରି ହାତୀକୁ ଉପରକୁ ଉଠାଇବାକୁ ପ୍ରୟାସ କରାଯାଇଥିଲା । କିନ୍ତୁ ଏଥିରେ ହାତୀ ଗାତରୁ ବାହାରକୁ ଉଠିପାରିନଥିଲା । ବହୁ ଚେଷ୍ଟା ପରେ ଜେସିବି ଏବଂ କ୍ରେନ୍ ସାହାଯ୍ୟରେ ହାତୀକୁ ଉଠାଯାଇଥିଲା । ସୂଚନାଥାଉକି ୧୫ଟିକିଆ ହାତୀ ପଲ ମଧ୍ୟରୁ ଗୋଟିଏ ମାଈ ହାତୀ ଅଲାରିଗଡ ଜେନାଖୋଲ ପାହାଡ ନିକଟରେ ଥିବା ଗାତରେ ପଡ଼ି ଯାଇଥିଲା । ସେଠାରୁ ହାତୀଟି ବାହାରି ପାରୁନଥିବାରୁ ତାକୁ ଉଦ୍ଧାର କରିବାକୁ ଉଦ୍ୟମ କରାଯାଇଥିଲା ।


