ହିଞ୍ଜିଳିକାଟୁରେ ପଥ ମହୋତ୍ସୋବ : ମନମୋହିଲେ ଶିଶୁ କଳାକାର
ହିଞ୍ଜିଳିକାଟୁ, (ଯୁଗାବ୍ଦ ନ୍ୟୁଜ, ଶେଷଦେବ ସାହୁ): ଐତିହ୍ୟ ସମ୍ପର୍ଣ୍ଣ ହିଂଜିଳିକାଟୁରେ ପଥ ମହୋତ୍ସବ ରବିବାର ମହା ଆଡ଼ମ୍ବର ସହକାରେ ସମାପନ ହୋଇଛି । ୫୯ ନଂ ଜାତୀୟ ରାଜପଥ ଦୀର୍ଘ ୫ଘଂଟା ଧରି ନାଚ ଗୀତରେ ଦୁଲୁକି ଉଠଥିିଲା । ଅଂଚଳବାସୀ ମହୋତ୍ସବର ଭରପୁର ଆନନ୍ଦରେ ମାହୋଲ ହୋଇଥିଲେ । ଆବାଳ ବୃଦ୍ଧବନିତା ମଜ୍ଜି ଯାଇଥିଲେ ଶିଶୁ କଳାକାରଙ୍କ ନିଖୁଣ କଳାନୈପୁଣ୍ୟରେ । ଗଂଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ହିଂଜିଳିକାଟୁରେ ଆୟୋଜିତ ଚଳିତ ବର୍ଷର ପଥ ମହୋତ୍ସବକ ଶୁଭ ଉଦଘାଟନ କରିଥିଲେ । ପୌର ପରିଷଦର ନିର୍ବାହୀ ଅଧିକାରୀ ଡ଼ଃ. ମନୋରଂଜନ ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ପଥ ମହୋତ୍ସବରେ ନିମନ୍ତ୍ରିତ ଅତିଥି ଭାବେ ମୁଖ୍ୟମନ୍ତ୍ରୀଙ୍କ ଡ଼ିଆରଡ଼ିଏ ପ୍ରତିନିଧି ଶରତ ଚନ୍ଦ୍ର ମହାପାତ୍ର, ପୂର୍ବତନ ହିଂଜିଳି ବିଧାୟକ ହରିହର ସାହୁ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ଇଂ. ସିଦ୍ଧାର୍ଥ ଶଙ୍କର ସ୍ୱାଇଁ, ଉପ ଜିଲ୍ଲାପାଳ ପ୍ରିୟରଂଜନ ପୃଷ୍ଟି, ଜିଲ୍ଲା ସହରାଂଚଳ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ସୁଦାମ ଚରଣ ମଣ୍ଡଳ, ଆସିକା ଏସଡ଼ିପିଓ ସୂର୍ଯ୍ୟମଣି ପ୍ରଧାନ, ମୁଖ୍ୟମନ୍ତ୍ରୀଙ୍କ ବ୍ଳକ ପ୍ରତିନିଧି ସୁରେନ୍ଦ୍ର ପ୍ରଧାନ, ପୌରାଂଚଳ ପ୍ରତିନିଧି ସଂଜୟ କୁମାର ପଣ୍ଡା, ବ୍ଳକ ଅଧ୍ୟକ୍ଷ ଏନ. ରଘୁନାଥ, ତହସିଲଦାର ଗୋପିନାଥ କୁଅଁର, ବିଡ଼ିଓ ପ୍ରସନ୍ନ କୁମାର ପାତ୍ର, ଶେରଗଡ଼ ବିଡ଼ିଓ ସୁରଂଜନ ସାହୁ, ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସ ପ୍ରମୁଖ ମଂଚାସିନ ଥିଲେ । ଏହି ଅବସରରେ ମୋ ହିଂଜିଳିକାଟୁକୁ ସ୍ୱଛ ଓ ଶ୍ରେଷ୍ଠ ଭାବେ ଗଢି ତୋଳିବା ପାଇଁ ଅତିଥି ବୃନ୍ଦ ଗଣ ଶପଥ ପାଠ କରିଥିଲେ । ପରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ମାହୋଲ ଜମି ଯାଇଥିଲା । ଆରଏମସି କାର୍ଯ୍ୟାଳୟ ସମ୍ମୁଖ ଭାଗ ଠାରୁ ବସଷ୍ଟାଣ୍ଡ ପର୍ଯ୍ୟନ୍ତ ଅଧିକୃତ ସ୍ଥାନରେ ୨୬ଟି ବିଭିନ୍ନ ପ୍ରକାରର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ପଥ ମହୋତ୍ସବର ମଖ୍ୟ ଆକର୍ଶଣ ପ୍ରଛଦପଟ୍ଟ ଗାୟକ ମଂଟୁ ଛୁରିୟା, ଶ୍ରୀଜତା ଉପାଧ୍ୟାୟ, ଦିପ୍ତିରେଖା, ଆଶୁତୋଷ ମହାନ୍ତି ଓ ଆଙ୍କର ଶୁଭମ୍ ଙ୍କ ଯାଦୁକାରୀ ସଙ୍ଗୀତର ତାଳେ ତାଳେ ଯୁବବର୍ଗ ମସଗୁଲ ହୋଇଥିଲେ । ସ୍ଥାନୀୟ ଲକ୍ଷ୍ମୀ ନୃସିଂହ କଳା ମନ୍ଦିର ଓ ନୃତ୍ୟମ ଅନୁଷ୍ଠାନର ଶିଶୁ କଳାକାର ମାନଙ୍କ ଉଚ୍ଚକୋଟୀର ନୃତ୍ୟ ଗୀତରେ ମଂଚ ଦୁଲୁକି ଉଠିଥିଲା । ଏତଦ୍ ବ୍ୟତିତ ସ୍ଥାନୀୟ ଲୋକ କଳାନୃତ୍ୟ କଳାକାର ବୃନ୍ଦ ଦର୍ଶକଙ୍କୁ ବେଶ ଆମୋଦିତ କରିଥିଲେ । ସ୍ଥାନୀୟ ସମ୍ମନିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଶୁଭଶ୍ରୀ ପାତ୍ରଙ୍କ ନେତୃତ୍ୱରେ ମୋ ଗେହ୍ଲା ଝିଅ ସଚେତନତା ରାଲି ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ଯୋଗ, ସ୍ୱାସ୍ଥ୍ୟ ସେବା, କୁଇଜ୍, ଚିତ୍ରାଙ୍କନ, ସାହିତ୍ୟ ଆସର, ଫୁଡ଼୍ କର୍ଣ୍ଣର, ମାର୍ସଲ ଆର୍ଟ, ବାଲୁକା କଳା, ସଙ୍ଗୀତ ଚେୟାର, ରଙ୍ଗୋଲି, ଅଖାଡ଼ିଆଁ ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ବିଶେଷକରି ଛୋଟ ଠାରୁ ଆରମ୍ଭ କରି ଯୁବବର୍ଗ ଫେସ୍ପେଂଟିଙ୍ଗ ହୋଇ ଘୁରି ବୁଲିବାର ମଜା ଉଠାଇଥିଲେ ।

ଆୟୋଜିତ ପଥ ମହୋତ୍ସବରେ ହିଂଜିଳିକାଟୁ ବ୍ଳକର ବିଭିନ୍ନ ବିଦ୍ୟାଳୟର ଶିକ୍ଷାର୍ଥୀ, ଜାତୀୟ ସମର ଶିକ୍ଷାର୍ଥୀ ବାହୀନି, ସ୍କାଉଟ ଶିକ୍ଷାର୍ଥୀ ମାନେ ବିଭିନ୍ନ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ । ପୌରାଂଚଳ ବିଜେଡ଼ି ସଭାପତି ଭୀମସେନ ବେହେରା, ପୂର୍ବତନ ପୌର ଉପାଧ୍ୟକ୍ଷ ସୁବାଷ ଚନ୍ଦ୍ର ପୋଲାଇ, ଆସିକା ସାଂସଦଙ୍କ ବ୍ୟକ୍ତିଗତ ସହାୟକ ନିଳମଣି ପଟ୍ଟନାୟକ, ପୂର୍ବତନ ନଗରପାଳ ଶିବରାମ ଗୌଡ଼, ପୂର୍ବତନ ଉପ ନଗରପାଳ ପବିତ୍ର ମୋହନ ପାଣିଗ୍ରାହୀ, ଛାତ୍ର ବିଜେଡ଼ି ସଭାପତି ରିଙ୍କୁ ପଣ୍ଡା, ପୌର ପରିଷଦ କନିଷ୍ଠ ଯନ୍ତ୍ରୀ ମାନସ ରଂଜନ ଦାଶ, ଦିଲ୍ଲିପ କୁମାର ମିଶ୍ର, ପ୍ୟାରୀ ମହୋନ ପାଢି, ଅକ୍ଷୟ ସ୍ୱାଇଁ, କିରଣ ପଟ୍ଟନାୟକ, ଯୁଧିଷ୍ଟିର ସ୍ୱାଇଁ, ମାନସ ବେହେରା, କିରଣ ପଟ୍ଟନାୟକ, କୋରାମଣି ରାଉଳ, ରଂଜନ କୁମାର ସାହୁ, ଡ଼ିସକଭର ସଂଯୋଜକ କାହ୍ନୁ ପଣ୍ଡା, ପ୍ରଭୁଦତ ପାତ୍ର, ପ୍ରଭାତ ମହାରଣା, ଲକ୍ଷ୍ମୀ ନାରାୟଣ ପଟ୍ଟନାୟକ, ତ୍ରିରଙ୍ଗା ସେବା ସଂଘ, ବିଜୁ ଯୁବ ବାହୀନି, ବହୁ ଯୁବ ସ୍ୱେଛାସେବୀଙ୍କ ସମେତ ବହୁ ବିଭାଗୀୟ ଅଧିକାରୀ ଅଂଶ ଗ୍ରହଣ କରିଥିଲେ । ଶାନ୍ତି ଶୃଙ୍ଖଳା ଓ ଟ୍ରାଫିକ ନିୟନ୍ତ୍ରଣ ସକାଶେ ଥାନା ଆଇଆଇସି ଦାସଙ୍କ ନେତୃତ୍ୱରେ ପୋଲିସ ଫୋର୍ସ ମୃତୟନ କରାଯାଇଥିଲା ।



