ଗଂଗଦାହାଟ ମାର୍କେଟ କମ୍ପେକ୍ସର ସଂମ୍ପୂର୍ଣ୍ଣ ନିର୍ମାଣ କେବେ !

ନାଉଗାଁ,(ଯୁଗାବ୍ଦ ନ୍ୟୁଜ୍‌): ସରକାର ଗରିବ ଲୋକଙ୍କୁ ରୋଜଗାରକ୍ଷମ କରିବା ପାଇଁ ବିଭିନ୍ନ ଯୋଜନା ମାଧ୍ୟମରେ ଲକ୍ଷାଧିକ ଟଙ୍କା ମଞୁର କରି ମାର୍କେଟ କମ୍ପେ୍ଲକ୍ସ ନିର୍ମାଣ କରୁଛନ୍ତି । ଯାହାଦ୍ୱାରା ଗରିବ ଲୋକମାନେ ବ୍ୟବସାୟ ମାଧ୍ୟମରେ ଥଇଥାନ ହୋଇ ପରିବାର ପ୍ରତିପୋଷଣ କରିବାରେ ସକ୍ଷମ ହେବେ । କିନ୍ତୁ ପ୍ରଶାସନିକ ଆନ୍ତରିକତା ଅଭାବରୁ ସମସ୍ତ ଯୋଜନା ଫେଲ ହେଉଛି । ଯାହାର ଜଳ୍ୱନ୍ତ ଉଦାହରଣ ଦେଖିବାକୁ ମିଳିଛି ଜଗତସିଂହପୁର ନାଉଗାଁ ବ୍ଲକ ଡେରିକି ପଂଚାୟତ ଗଂଗଦାହାଟରେ ନିର୍ମାଣଧିନ ମାର୍କେଟ କମ୍ପେ୍ଲକ୍ସ କ୍ଷେତ୍ରରେ । ଏହି ମାର୍କେଟ କମ୍ପେ୍ଲକ୍ସ ନିର୍ମାଣ ପାଇଁ ୧୦ଲକ୍ଷ ଟଙ୍କା ବ୍ୟୟ ବରାଦରେ ୧୦ଟା ଗୃହ ନିର୍ମାଣ ପାଇଁ ବ୍ୟବସ୍ଥା ଥିବା ବେଳେ କେବଳ ୭ଟି ଗୃହ ନିର୍ମାଣ କରାଯାଇ ନିର୍ମାଣଧିନ ଅବସ୍ଥାରେ ରହିଛି । କିନ୍ତୁ ୧୦ବର୍ଷ ହେଲା ଏହିଭଳି ଭାବେ ପଡି ରହିଥିବାରୁ ଯାହା ମଧ୍ୟରେ ମଦୁଆ ଓ ଗଂଜଡିଆମାନଙ୍କର ଆଡାସ୍ଥଳି ପାଲଟିଛି । ଏହି କାର୍ଯ୍ୟ ଦାୟିତ୍ୱରେ ଥିବା କନିଷ୍ଠ ଯନ୍ତ୍ରୀ ଏବେ ବ୍ଲକର ସହାୟକ ଯନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଉଥିଲେ ମଧ୍ୟ ଉକ୍ତ ମାର୍କେଟ କମ୍ପେ୍ଲକ୍ସଟି ନିମାଣଧିନ ହୋଇ ପଡି ରହିବା ସାଧାରଣରେ ଯନ୍ତ୍ରୀ କାର୍ଯ୍ୟ ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ସୂଚନା ଅନୁସାରେ ନାଉଗାଁ ବ୍ଲକସ୍ଥିତ ଡେରିକି ପଂଚାୟତ ଅଧିନ ଗଂଗଦାହାଟରେ ୨୦୧୦-୧୧ ଆର୍ଥିକ ବର୍ଷରେ ଗଂଗଦାହାଟ ମାର୍କେଟ କମ୍ପେ୍ଲକ୍ସ ନିର୍ମାଣ ପାଇଁ ଏସଜିଏସୱାଇ ଯୋଜନା ମାଧ୍ୟମରେ ୧୦ଲକ୍ଷ ଟଙ୍କା ଅର୍ଥ ମଞୁର କରାଯାଇଥିଲା । ଏହି କାର୍ଯ୍ୟକୁ ନିର୍ମାଣ ପାଇଁ ନାଉଗାଁ ବ୍ଲକର ତତ୍କାଳିନ କନିଷ୍ଠ ଯନ୍ତ୍ରୀ ଇଂ କୈଳାସ ଚନ୍ଦ୍ର ବେହେରାଙ୍କ ନାମରେ କାର୍ଯ୍ୟାଦେଶ ପ୍ରଦାନ କରାଯାଇଥିଲା । ଏହି ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟ ଅନୁସାରେ ୧୦ଟି ଦୋକାନ ଗୃହ ନର୍ମାଣ ହେବାର ବ୍ୟବସ୍ଥା ଥିଲା । କିନ୍ତୁ ସଂପୃକ୍ତ କନିଷ୍ଠ ଯନ୍ତ୍ରୀ ନିଜ ସର୍ମ୍ପକୀୟଙ୍କୁ ଉକ୍ତ କାର୍ଯ୍ୟରେ ନିୟୋଜିତ କରି ୭ଟି ଗୃହରେ ସୀମିତ ରଖିଥିଲେ । ଯାହାକି ଆରମ୍ଭରୁ ନିମ୍ନମାନର କାର୍ଯ୍ୟ ହେବା ହେତୁ ସମାନ୍ୟ ବର୍ଷରେ ଗୃହର ପ୍ଲିନ୍ଥସ୍ତରରୁ ଭୁସୁଡି ପଡିଥିଲା । ଏହାପରେ କାର୍ଯ୍ୟ ଆରମ୍ଭ କରାଯାଇ କେବଳ ଛାତ ପଡି ପାଲଷ୍ଟର ହୋଇ ରହିଛି । କିନ୍ତୁ ଉକ୍ତ କାର୍ଯ୍ୟ ପାଇଁ ମଂଜୁର ହୋଇଥିବା ଅର୍ଥ ସରିଯାଇଥିବା ଜଣାଯାଇଛି । ଉକ୍ତ ମାର୍କେଟ କମ୍ପେ୍ଲକ୍ସ ନିର୍ମାଣ ହେବାର ପାଖାପାଖି ୧୦ ବର୍ଷ ହୋଇଥିଲେ ମଧ୍ୟ ଏଥିରେ ସଟର ଲଗାଯାଉନାହିିଁ । ଯାହାଫଳରେ ସରକାରଙ୍କ ଉଦ୍ଦେଶ୍ୟରେ ନ ଲାଗି ମଦୁଆ ଓ ଗଂଜଡିଆ ମାନଙ୍କର ଆଡାସ୍ଥଳି ପାଲଟିଛି । ଅନ୍ୟପଟରେ ଉକ୍ତ ମାକେର୍ଟ କମ୍ପେ୍ଲକ୍ସ ନିର୍ମାଣ ପାଇଁ ଦାୟିତ୍ୱରେ ଥିବା କନିଷ୍ଠ ଯନ୍ତ୍ରୀ ଏବେ ପଦୋନ୍ନିତ ହୋଇ ବ୍ଲକର ସହାୟକ ଯନ୍ତ୍ରୀ ଭାବେ କାର୍ଯ୍ୟ ତୁଲାଉଛନ୍ତି । ହେଲେ ଏହି ମାକେର୍ଟ କମ୍ପେ୍ଲକ୍ସଟି ଦିର୍ଘ ୧୦ବର୍ଷ ହେବ ନିର୍ମାଣଧିନ ହୋଇ ରହିଥିବା ବେଳେ କ’ଣ ପାଇଁ ତାଙ୍କର ନଜର ପଡୁନି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଠି ହେଉଛି । ଅନ୍ୟପକ୍ଷରେ ପଂଚାୟତକୁ ପଂଚାୟତର ଉନ୍ନୟନମୂଳକ କାର୍ଯ୍ୟ ପାଇଁ ରାଜ୍ୟ ଅର୍ଥ ଆୟୋଗ ଓ କେନ୍ଦ୍ର ଅର୍ଥ ଆୟୋଗ ମାଧ୍ୟମରେ ବର୍ଷକୁ ଲକ୍ଷାଧିକ ଟଙ୍କା ମଂଜୁର କରାଯାଉଛି । କିନ୍ତୁ ପଂଚାୟତ ପ୍ରତିନିଧି, ଠିକାଦର ଓ ପ୍ରଶାସନିକ ଅଧିକାରୀମାନେ ସଲ୍ଲାସୁତରା ହୋଇ ଅନାବଶ୍ୟକ ସ୍ଥାନରେ ଟଙ୍କାକୁ ବ୍ୟୟ କରାଇ କାର୍ଯ୍ୟ ନିର୍ମାଣ ନାମରେ ଲକ୍ଷ ଲକ୍ଷ ଟଙ୍କା ଚଳୁ କରୁଥିବା ଅଭିଯୋଗ ହେଉଛି । ଯାହାଫଳରେ ଉକ୍ତ ମାର୍କେଟ କମ୍ପେ୍ଲକ୍ସର ନିର୍ମାଣ କାର୍ଯ୍ୟ ଶେଷ ହୋଇପାରୁ ନାହିଁ । ଏ ସଂର୍ପକରେ ବ୍ଲକ ଗ୍ରାମ ପଂଚାୟତ ସଂପ୍ରସାରଣ ଅଧିକାରୀ ଦିନେଶ ରାୟଙ୍କୁ ପଚାରିବାରୁ ଗଂଗଦାହାଟ ମାର୍କେଟ କମ୍ପେ୍ଲକ୍ସଟି କ’ଣ ପାଇଁ ୧୦ ବର୍ଷ ହେଲା ନିର୍ମାଣଧିନ ଅବସ୍ଥାରେ ରହିଛି । ସୋମବାର ବ୍ଲକ କାର୍ଯ୍ୟାଳୟ ଯାଇ ଫାଇଲି ଦେଖିଲା ପରେ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି କହିଥିଲେ । ଏସଂର୍ପକରେ ବ୍ଲକ ସହାୟକ ଯନ୍ତ୍ରୀ ଇଂ କୈଳାସ ଚନ୍ଦ୍ର ବେହେରାଙ୍କ ମତାମତ ନେବା ପାଇଁ ଚେଷ୍ଟା କରାଯାଇଥିଲେ ମଧ୍ୟ ସମ୍ଭବ ହୋଇ ପାରି ନାହିଁ । ଜିଲ୍ଲାପାଳ ଏଥିପ୍ରତି ଦୃଷ୍ଟି ଦେଇ ତୁରନ୍ତ ଉକ୍ତ ମାର୍କେଟ କମ୍ପେ୍ଲକ୍ସର ନିର୍ମାଣ କାର୍ଯ୍ୟ ଶେଷ କରିବା ସହିତ ଗରିବ ଲୋକଙ୍କୁ ବ୍ୟବସାୟୀ ଉଦ୍ଦେଶ୍ୟରେ ଗୃହ ଗୁଡିକୁ ଯୋଗାଇବା ଦେବାକୁ ସାଧାରଣରେ ଦାବି ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ