ହସ୍ପିଟାଲରେ ଭର୍ତ୍ତି ହେଲେ ବଲିଉଡ ଅଭିନେତା ରିଷି କପୁର
ନୂଆଦିଲ୍ଲୀ:- ରବିବାର ଦିଲ୍ଲୀର ଏକ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ବଲିଉଡ ଅଭିନେତା ରିଷି କପୁର । ମିଳିଥିବା ସୂଚନାଅନୁସାରେ ରିଷିଙ୍କ ସ୍ବାସ୍ଥ୍ୟାବସ୍ଥାରେ ହଠାତ ଅବନତି ଘଟିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ରିଷି ଏକ ପାରିବାରିକ କାର୍ୟ୍ୟକ୍ରମରେ ଯୋଗଦେବାକୁ ଦିଲ୍ଲୀ ଆସିଥିବାବେଳେ ଅସୁସ୍ଥ ହୋଇପଡିଥିଲେ। ଦୀର୍ଘ ଏକବର୍ଷ ଧରି ଆମେରିକାରେ ଚିକିତ୍ସିତ ହେବା ପରେ ୨୦୧୯ ସେପ୍ଟେମ୍ବରରେ ସେ ଭାରତ ଫେରିଥିଲେ। ରିଷିଙ୍କ ସହିତ ପତ୍ନୀ ନିତୁ କପୁର ହସ୍ପିଟାଲରେ ରହିଛନ୍ତି। ପିତାଙ୍କ ଅସୁସ୍ଥ ଖବର ପାଇଁ ପୁଅ ରଣବୀର ତାଙ୍କ ବାନ୍ଧବୀ ଆଲିଆ ଭଟ୍ଟଙ୍କ ସହ ଦିଲ୍ଲୀରେ ପହଞ୍ଚିଛନ୍ତି ।


