ମେଡିକାଲ୍ କଲେଜ ପ୍ରତିଷ୍ଠାପରେ ବି ବାଲେଶ୍ୱରବାସୀ ଉନ୍ନତ ସ୍ୱାସ୍ଥ୍ୟସେବା ପାଇଁ ପୁନଶ୍ଚ ଐକ୍ୟବଦ୍ଧ ହେବାକୁ କ୍ରିୟାନୁଷ୍ଠାନ କମିଟିର ଆହ୍ୱାନ

ବାଲେଶ୍ୱର,୨୬/୪(ଯୁଗାବ୍ଦ ନ୍ୟୁଜ): ଚଳିତ ସାଧାରଣ ନିର୍ବାଚନରେ ବାଲେଶ୍ୱର ଜିଲ୍ଲାବାସୀଙ୍କ ମୁଖ୍ୟତଃ ସ୍ୱାସ୍ଥ୍ୟସେବା ସଂପର୍କିତ କେତେକ ସମସ୍ୟାର ସମାଧାନ ଦିଗରେ ବାଲେଶ୍ୱର ସଂସଦୀୟ କ୍ଷେତ୍ରରେ ପ୍ରତିଦ୍ୱନ୍ଦିତା କରୁଥିବା ବାରଜଣ ସାଂସଦ ପ୍ରାର୍ôଥଙ୍କୁ ଗତ ୧୭ ତାରିଖ ଅପରାହ୍ନରେ ସେମାନଙ୍କର ଦୃଷ୍ଟିଭଙ୍ଗୀ ଓ ପ୍ରତିବନ୍ଧତା ସଂପର୍କରେ ଜନଗଣଙ୍କୁ ଅବଗତ କରାଇବା ପାଇଁ ସରକାରୀ ମେଡିକାଲ କଲେଜ କ୍ରିୟାନୁଷ୍ଠାନ କମିଟି ତରଫରୁ ଏକ ଖୋଲାମଞ୍ଚକୁ ବିଧିବଦ୍ଧ ନିମନ୍ତ୍ରଣ କରାଯାଇଥିଲା । ଜାତୀୟ ଓ ପ୍ରାଦେଶିକ ରାଜନୈତିକ ଦଳର ଏବଂ ସ୍ୱାଧୀନ ପ୍ରାର୍ôଥମାନଙ୍କର ମୂଲ୍ୟବାନ ମତାମତ ଜାଣିବାକୁ ବହୁ ବୁଦ୍ଧିଜୀବୀ ଓ ଗଣମାଧ୍ୟମର ପ୍ରତିନିଧିଙ୍କ ସମେତ ସାଧାରଣ ଜନତା ଖୋଲାମଞ୍ଚ ପାଇଁ ଉପସ୍ଥିତ ଥିଲେ । କିନ୍ତୁ କେବଳ ଜନୈକା ସ୍ୱାଧୀନ ପ୍ରାର୍ôଥଙ୍କ ବ୍ୟତିତ ଅନ୍ୟ ସାଂସଦ ପ୍ରାର୍ôଥମାନେ ଯୋଗଦେଇନଥିଲେ । କ୍ରିୟାନୁଷ୍ଠାନ କମିଟିର ଜିଲ୍ଲା କମିଟି ବୈଠକ ବରିଷ୍ଠ ଉପସଭାପତି ଭବାନ ଚନ୍ଦ୍ର ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ସାଂସଦ ପ୍ରାର୍ଥିମାନଙ୍କର ଜନସମସ୍ୟା ସମାଧାନ ଦିଗରେ ମତାମତ ପ୍ରଦାନରେ ଅସହଯୋଗକୁ ନାପସନ୍ଦ କରାଯାଇଛି । ଗତ ୨୦୦୯ ମସିହାରେ ଅନୁଷ୍ଠିତ ସାଧାରଣ ନିର୍ବାଚନରେ ପ୍ରାୟ ସମସ୍ତ ସାଂସଦ ପ୍ରାର୍ଥି କ୍ରିୟାନୁଷ୍ଠାନ କମିଟି ଦ୍ୱାରା ଆହୂତ ଖୋଲାମଞ୍ଚରେ ଯୋଗଦେଇ ବାଲେଶ୍ୱର ସରକାରୀ ମେଡିକାଲ କଲେଜ୍ ପ୍ରତିଷ୍ଠା ଓ ଅନ୍ୟାନ୍ୟ ଜନସମସ୍ୟା ସଂପର୍କରେ ସେମାନଙ୍କର ସ୍ପଷ୍ଟ ମତ ପ୍ରଦାନ କରିଥିଲେ । ବୈଠକର ସର୍ବସମ୍ମତି ନିଷ୍ପତ୍ତିକ୍ରମେ ଖୋଲାମଞ୍ଚ ପାଇଁ ପ୍ରସ୍ତୁତ ସମସ୍ୟାଗୁଡ଼ିକୁ ଜନସାଧାରଣଙ୍କୁ ଅବଗତ କରାଇ ବାଲେଶ୍ୱରବାସୀ ବିଶ୍ୱବିଦ୍ୟାଳୟ ଓ ସରକାରୀ ମେଡିକାଲ୍ କଲେଜ୍ ପ୍ରତିଷ୍ଠା ଦାବି ଓ ସଂଗ୍ରାମରେ ଦଳମତ ନିର୍ବିଶେଷରେ ଯେପରି ଐକ୍ୟବଦ୍ଧ ହୋଇଥିଲେ ସେହିପରି ଆଗାମୀ ଦିନରେ ପୁନଶ୍ଚ ଏକତା ପ୍ରଦର୍ଶନ କରିବାକୁ କ୍ରିୟାନୁଷ୍ଠାନ କମିଟି ନିବେଦନ କରିଛି । ଖୋଲାମଞ୍ଚର ପ୍ରସଙ୍ଗ ଥିଲା – ସରକାରୀ ମେଡିକାଲ୍ କଲେଜ୍ ସଂଲଗ୍ନ ୩୦୦ ଶଯ୍ୟା ବିଶିଷ୍ଟ ଅତ୍ୟାଧୁନିକ ହସପିଟାଲ ନିର୍ମାଣ କାର୍ଯ୍ୟ ଡାକ୍ତରୀ ଶିକ୍ଷାରମ୍ଭର ଦୁଇବର୍ଷ ମଧ୍ୟରେ ନିର୍ମାଣ କାର୍ଯ୍ୟ ଶେଷ ହେବ । ନିର୍ମାଣାଧୀନ ଏମ୍ସ ସେଟ୍ଲାଇଟ୍ ସେଣ୍ଟରର ବହିଃବିଭାଗ ତୁରନ୍ତ ଶେଷ ହେବ ଓ ତତ୍ସଂଲଗ୍ନ ୩୫୦ ଶଯ୍ୟାର ସୁପର ହସପିଟାଲ୍ ପାଇଁ କେନ୍ଦ୍ର ସରକାର ଚଳିତ ଆର୍ଥିକ ବର୍ଷରେ ଅର୍ଥ ମଂଜୁର କରିବେ, ମେଡିକାଲ୍ କଲେଜ୍ ସହିତ ଆବଶ୍ୟକୀୟ ନର୍ସିଂ ଓ ଫାର୍ମାସିଷ୍ଟ୍ କଲେଜ୍ ଏବଂ ଆୟୁର୍ବେଦ କଲେଜ୍ ପ୍ରତିଷ୍ଠା ପାଇଁ ସରକାର ନିଷ୍ପତ୍ତି ନେବେ, ମଂଜୁରୀପ୍ରାପ୍ତ ୫୦ ଶଯ୍ୟାବିଶିଷ୍ଟ ଆୟୁଷ ହସପିଟାଲ୍ ନିର୍ମାଣ କାର୍ଯ୍ୟ କେବେ ଆରମ୍ଭ ହେବ? ମେଡିକାଲ୍ କଲେଜ୍ ଓ ଜିଲ୍ଲାର ସମସ୍ତ ସରକାରୀ ଡାକ୍ତରଖାନାରେ ଆବଶ୍ୟକୀୟ ପ୍ରଫେସର, ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀ ନିଯୁକ୍ତି ଉପରେ ନିର୍ବାଚିତ ସାଂସଦ କିଭଳି ଗୁରୁତ୍ୱ ଦେବେ? ବାଲେଶ୍ୱର ମୁଖ୍ୟ ହସ୍ପିଟାଲ୍କୁ ମେଡିକାଲ୍ କଲେଜ ମାନ୍ୟତା ମିଳିବା ପରେ କଟକ, ଭୁବନେଶ୍ୱରକୁ ରୋଗୀମାନଙ୍କୁ ପଠାଯାଉଛି କାହିଁକି? ହସପିଟାଲ୍ ପରିସରରେ ସ୍ୱଚ୍ଛତା ପାଇଁ କ’ଣ ଅସୁବିଧା ରହୁଛି? ପ୍ରଭୃତି ସମସ୍ୟା ସହ ମେଡିକାଲ୍ କଲେଜ୍ ଓ ଏମସ୍ ହସ୍ପିଟାଲ୍କୁ ସ୍ୱଚ୍ଛନ୍ଦ ଯାତାୟତ ପାଇଁ ପ୍ରସ୍ତାବିତ ନୂତନ ବସ୍ଷ୍ଟାଣ୍ଡ୍କୁ କାର୍ଯ୍ୟକ୍ଷମ କରିବା ଓ ରେଳଷ୍ଟେସନ୍ର ପଶ୍ଚିମପଟକୁ ଯାତ୍ରୀବାହୀ ଟ୍ରେନ୍ ପାଇଁ ପ୍ଲାଟ୍ ଫର୍ମ ସହିତ ବାଲେଶ୍ୱରରେ ରେଳଡିଭିଜନ୍ ପ୍ରତିଷ୍ଠା ସଂପର୍କରେ ସାଂସଦ ପ୍ରାର୍ଥିମାନଙ୍କ ଦୃଷ୍ଟି ଆକର୍ଷଣ କରାଯାଇପାରିଥାଆନ୍ତା । କିନ୍ତୁ ବାଲେଶ୍ୱରର ଉଚ୍ଚଶିକ୍ଷା ଓ ଉନ୍ନତ ଚିକିତ୍ସା ସେବାପାଇଁ ଜିଲ୍ଲାବାସୀ ଲଗାତର ସଂଗ୍ରାମ କରି ଯାହା କିଛି ପାଇଛନ୍ତି । ତେଣୁ ସାଧାରଣ ନିର୍ବାଚନ ପ୍ରକ୍ରିୟା ଶେଷ ହେବାପରେ ପୁନଶ୍ଚ କ୍ରିୟାନୁଷ୍ଠାନ କମିଟି ତରଫରୁ ପ୍ରସ୍ତୁତ ସମସ୍ୟାଗୁଡ଼ିକର ସମାଧାନ ପାଇଁ ଜନଗଣ ଐକ୍ୟବଦ୍ଧହେବାକୁ କ୍ରିୟାନୁଷ୍ଠାନ କମିଟି ତରଫରୁ ସାଧାରଣ ସଂପାଦକ ଆଇନଜୀବୀ ନିରଞ୍ଜନ ପରିଡ଼ା ଆହ୍ୱାନ ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ