ମହିଳାଙ୍କୁ ଦୁଷ୍କର୍ମ

କଳାହାଣ୍ଡ,(ଯୁଗାବ୍ଦ ନ୍ୟୁଜ୍‌): କଳାହାଣ୍ଡି ଜିଲ୍ଲା ଧର୍ମଗଡ ଥାନା ଅନ୍ତର୍ଗତ ଚାଉଳିଆ ପଡାର ଜଣେ ବିବାହିତା ମହିଳାଙ୍କୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି । ମିଳିଥିବା ଖବର ଅନୁଯାୟୀ ବୈଦିକ ରିତିନୀତି ଅନୁଯାୟୀ ଦୀର୍ଘ ୬ ବର୍ଷ ତଳେ ବିବାହ କରିଥିବା ବେଳେ କୈାଣସି କାରଣରୁ ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ ମତାନ୍ତର ହୋଇଥିବାରୁ ଛାଡପତ୍ର ଦେଇଥିଲେ । ହେଲେ ନିଜର ଭରଣ ପୋଷଣ ପାଇଁ ମହିଳା ଜଣକ ତାଙ୍କର ସ୍ୱାମୀ କୁ ଭରଣ ପୋଷଣ ନିମନ୍ତେ କୋର୍ଟରେ ଅଭିଯୋଗ କରିଥିଲେ । ଏହାକୁ ନେଇ ମହିଳା ଜଣଙ୍କ ଓକିଲର ଦ୍ୱାରସ୍ଥ ହୋଇ କାମ କରୁଥିବା ବେଳେ ଓକିଲ ଠାରେ କାମ କରୁଥିବା ସାମନ୍ତ କୁମାର ନାଏକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ମହିଳା ଜଣକ ଧର୍ମଗଡ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ପରେ ପୋଲିସ ତଦନ୍ତ କରୁଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ