କଲିକତାରେ ଓଡିଆ କବିଙ୍କ ପୁସ୍ତକ ଉନ୍ମୋଚନ ଓ ସମ୍ୱର୍ଦ୍ଧନା

ଯାଜପୁର, (ଯୁଗାବ୍ଦ ନ୍ୟୁଜ୍‌):  ଦିନାନ୍ତେର ଅନ୍ୱେଷଣ ହୁଗୁଳି କଲିକତା ଦ୍ୱାରା ଆୟୋଜିତ ମଗ୍ନପାଠ କାର୍ଯ୍ୟକ୍ରମ ଉଭୟ ଓଡିଆ ଓ ବଙ୍ଗଳା କବି ଏବଂ ସମାଲୋଚକ ମାନଙ୍କୁ ନେଇ ଗତ ରବିବାର ଦିନ ଅନୁଷ୍ଠିତ ହୋଇଯାଇଚ୍ଥି । ଆୟୋଜିତ ଏହି ମିଳିତ କାର୍ଯ୍ୟକ୍ରମକୁ ସୁଶ୍ରୀ ଅପର୍ଣ୍ଣା ଘୋଷ ପରିଚାଳନା କରିଥିବା ବେଳେ କାର୍ଯ୍ୟକ୍ରମ ପ୍ରାରମ୍ଭରେ ବଙ୍ଗୀୟ ବିଶିଷ୍ଟ କବି ଅରୁଣା ମୁଖୋପାଧ୍ୟାୟ, କବି ଅମର ଘୋଷ, କବି ମଧୁଚ୍ଥନ୍ଦା ମୈତ୍ର ସ୍ୱରୋଚିତ କବିତା ପାଠ କରିଥିଲେ । ପୁସ୍ତକ ଉନ୍ମୋଚନ ଯର୍ବରେ ଯାଜପୁର  ରଂଜନ କୁମାର ଦାସଙ୍କ ଅନୁବାଦ କବିତା ପୁସ୍ତକ ପୁରବୀ, ଡକ୍ଟର ରାଜ କିଶୋର ପାଢୀଙ୍କ ଶିଳାଲେଖ ଏବଂ କବି  ଦାସଙ୍କ ଜୀବନର ବର୍ଣ୍ଣମାଳା କବିତା ପୁସ୍ତକ ତ୍ରୟକୁ କଲିକତାର ବିଶିଷ୍ଟ କବି ବିମଳ ଗଙ୍ଗୋପାଧ୍ୟାୟ, ବ୍ରୋତିନ୍ ଦେ ଏବଂ ମାନବ ମୁଖୋପାଧ୍ୟାୟ ପ୍ରମୁଖ ଯଥାକ୍ରମେ ଉନ୍ମୋଚନ କରିଥିଲେ । ଉକ୍ତ ତିନୋଟି ପୁସ୍ତକର ବଙ୍ଗଳା ଅନୁବାଦକ କବି ନିରଂଜନ ଜେନା ଊଭୟ ଭାଷାର କାବ୍ୟିକ ପରମ୍ପରା ଉପରେ ଆଲୋକପାତ କରିଥିଲେ । ଊକ୍ତ ତିନୋଟି ପୁସ୍ତକର ବଙ୍ଗଳା ସମାଲୋଚନା ଗାଳ୍ପିକ ତଥା ସୁ ସମାଲୋଚକ ମାନସ ସରକାର କରିଥିବା ବେଳେ ଓଡିଶାରୁ ଯାଇଥିବା ଉପରୋକ୍ତ ତିନି କବିଙ୍କ ସମେତ ଡଃ ରବିନ୍ଦ୍ର ବିହାରୀ, ଅଧ୍ୟାପକ ମହେଶ୍ୱର ପାଢୀ ଏବଂ ବଂଶୀଧର ଦାଶଙ୍କୁ ଦିନାନ୍ତେର ଅନ୍ୱେଷଣ ଅନୁଷ୍ଠାନର ମୁଖ୍ୟ ନାଟ୍ୟକାର ତଥା ନିର୍ଦ୍ଦେଶକ ତଥାଗତ ମୈାଲିକ ସମ୍ୱର୍ଦ୍ଧିତ କରିଥିଲେ । ସମ୍ୱର୍ଦ୍ଧନା ଉତରରେ ଜିଲ୍ଳ୍‌ାପାଳ ଶ୍ରୀ ଦାସ ସାହିତ୍ୟର ସମୃଦ୍ଧି ଓ ବିକାଶ ପାଇଁ ଭାଷା ଯେ ଏକ ଅନ୍ତରାୟ ନୁହେଁ ତାହା ଏହି ଅନୁବାଦ ସାହିତ୍ୟ ହିଁ ପ୍ରମାଣିତ କରିଚ୍ଥି ବୋଲି କହିଥିଲେ । ଅନ୍ୟ ସାହିତ୍ୟିକ ମାନେ ମଧ୍ୟ ଅନୁରୂପ ମତ ପୋଷଣ କରିଥିଲେ । ଊକ୍ତ କାର୍ଯ୍ୟକ୍ରମରେ ବଙ୍ଗଳାର ବିଶିଷ୍ଟ କବି ଓ ସୁ ସମାଲୋଚକ ଦୀପକ ରାୟ, ପ୍ରବୀର ରାୟ ଚୈାଧୁରୀ, ଚିତ୍ର ଶିଳ୍ପୀ ସୁଦୀପ୍ତ ଭଟ୍ଟାଚାର୍ଯ୍ୟ, ଡଃ ପି.କେ. ଶତପଥୀଙ୍କ ସମେତ ପଚାଶରୁ ଉର୍ଦ୍ଧ୍ୱ କବି ଓ ସାହିତ୍ୟିକ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଉଭୟ ଓଡିଆ ଓ ବଙ୍ଗଳା ସାହିତ୍ୟର କବି ମାନଙ୍କୁ ଅନୁଷ୍ଠାନ ତରପଂରୁ କୃତଜ୍ଞତା ଜ୍ଞାପନ କରାଯାଇଥିଲା । ପରିଶେଷରେ ଅନୁଷ୍ଠାନ ତରପଂରୁ ଦୁଇଟି ବୈାଦ୍ଧିକ କ୍ଷୁଦ୍ର ନାଟକ ମଂଚସ୍ଥ କରାଯାଇଥିଲା । ଆୟୋଜିତ ଉକ୍ତ କାର୍ଯ୍ୟକ୍ରମ ବଙ୍ଗଳା ଓ ଓଡିଆ ସାହିତ୍ୟର ଏକ ମିଳନ ସେତୁ ବୋଲି ଅତିଥି ମାନେ ମତ ପ୍ରକାଶ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ