ହାଟଡିହିରେ ବ୍ଲକ ସ୍ତରୀୟ ଜାତୀୟ କୃମି ନାଶକ ଦିବସ

ହାଟଡ଼ିହି,(ଯୁଗାବ୍ଦ ନ୍ୟୁଜ୍‌) : ଶାଳଣିଆଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ହାଟଡିହି ହାଇସ୍କୁଲ ଠାରେ ବ୍ଲକ ସ୍ତରୀୟ ଜାତୀୟ କୃମି ନାଶକ ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ଉଦ୍ଧବ ଚନ୍ଦ୍ର ମାଝୀ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ. ଅଶୋକ କୁମାର ଦାଶ, ମୋ ସ୍କୁଲ ଅଭିଯାନର ଅଧ୍ୟକ୍ଷ ତଥା ପୁର୍ବତନ ବିଧାୟକ ମାୟାଧର ଜେନା, ଶାଳଣିଆଁ ସିଏଚସିର ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ପ୍ରଭାତ ନାୟକ, ଡାକ୍ତର ସଂଗ୍ରାମ କେଶରୀ ବ୍ରହ୍ମ, ସିଡିପିଓ ସରସ୍ୱତୀ ସେଠୀ, ପ୍ରଧାନ ଶିକ୍ଷକ ଶିଶିର କୁମାର କର, ଏବିଇଓ ସୁରଥ କୁମାର ସାହୁ, ବିନୋଦ କୁମାର ରାଉତ, ସୁରେଶ କୁମାର ଜେନା ପ୍ରମୁଖ ଯୋଗଦେଇ ଜାତୀୟ କୃମୀ ନାଶକ ଦିବସ ପାଳନର ତାତ୍ପର୍ଯ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ବିଶେଷକରି ଶିଶୁ ମାନଙ୍କ ଠାରୁ ଆରମ୍ଭ କରି ୧୯ବର୍ଷ ପର୍ଯ୍ୟନ୍ତ ଯୁବକମାନେ କୃମୀ ଜନିତ ରୋଗର ଶୀକାର ହେଉଥିବାରୁ କୃମୀ ନାଶକ ‘ଆଲବାନଡାଜୋଲ’ ଖାଇବା ଉଚିତ ଓ ଏହାଦ୍ୱାରା ପାଶ୍ୱର୍ ପ୍ରତିକ୍ରୀୟା ନାହିଁ ବୋଲି ମତବ୍ୟକ୍ତ କରିଥିଲେ । ଏହି ଅବସରରେ ଛାତ୍ରଛାତ୍ରୀ ମାନଙ୍କୁ କୃମୀନାଶକ ଖାଇବାକୁ ଦିଆଯାଇଥିଲା । ଆଜି ଯେଉଁ ପିଲାମାନେ ଅନୁପସ୍ଥିତ ଥିବେ ସେମାନଙ୍କୁ ଆସନ୍ତା ୧୭ତାରିଖ ଦିନ କୃମୀ ନାଶକ ଦିଆଯିବ ବୋଲି ଡାକ୍ତର ନାୟକ କହିଥିଲେ । ବିପିଏମ ଚନ୍ଦନ କୁମାର ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଶାଳଣିଆଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ବିଡିଏମ ପ୍ରଦୀପ ଦାସ, ଆକାଉଣ୍ଟାଣ୍ଟ କୈଳାଶ ଚନ୍ଦ୍ର ସାହୁ, ସିଆରସିସି ପ୍ରଫୁଲ କୁମାର ସାହୁ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ମାନେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ