କୁକୁଡାଖଣ୍ଡି ତହସିଲରେ ପଟ୍ଟା ପ୍ରଦାନ
କୁକୁଡାଖଣ୍ଡି,(ଯୁଗାବ୍ଦ ନ୍ୟୁଜ୍) : କୁକୁଡାଖଣ୍ଡି ତହସିଲ ଅନ୍ତର୍ଗତ କୁକୁଡାଖଣ୍ଡି ଆରଆଇ ସର୍କଲ ର ହିତାଧିକାରୀ ଙ୍କୁ ଦ୍ଵିତୀୟପର୍ଯ୍ୟାୟ ରେ ୧୦୦ ଜଣ ଙ୍କୁ ପଟ୍ଟା ବଣ୍ଟନ କରାଯାଇଛି. ୨୦୧୯ ରେ କୁକୁଡ଼ାଖଣ୍ଡି ତହସିଲରେ ଆବେଦନ ହୋଇଥିବା ୨୦ ହଜାର ପଟ୍ଟା ସମାଧାନ କରାଯାଇଛି. ସେଥିମଧ୍ୟରୁ ପର୍ଯ୍ୟାୟକ୍ରମେ ହିତାଧିକାରୀ ଙ୍କୁ ପୋଷ୍ଟାଲ ଯୋଗେ ପଟ୍ଟା ପ୍ରଦାନ କରାଯାଉଛି. ତହସିଲଦାର ଦାୟୀତ୍ବ ରେ ଥିବା ବିଡ଼ିଓ ଗଦାଧର ପାତ୍ର, ଅତିରିକ୍ତ ତହସିଲଦାର କଳାକୃଷ୍ଣ ପ୍ରଧାନ,ଅତିରିକ୍ତ ତହସିଲଦାର ଅମ୍ର୍ବିତ୍ ମହାନ୍ତି,ଅତିରିକ୍ତ ତହସିଲଦାର ସୋଭନ୍ ବେହେରା କଂ ସହ ସମସ୍ତ କମଚାରୀ ଉପସ୍ଥିତ ଥିଲେ।


