୧୯ରୁ ଆରମ୍ଭ ୧୦ମ ଶ୍ରେଣୀ ବୋର୍ଡ଼ ପରୀକ୍ଷା୯ କେନ୍ଦ୍ରରେ ପରୀକ୍ଷା ଦେବେ ୨୨୪୦ ପରୀକ୍ଷାର୍ଥୀ

ହିଞ୍ଜିଳିକାଟୁ, (ଯୁଗାବ୍ଦ ନ୍ୟୁଜ, ଶେଷଦେବ ସାହୁ): ଚଳିତ ଶିକ୍ଷାବର୍ଷ ୨୦୧୯ – ୨୦ ର ମାଧ୍ୟାମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ୧୦ ମ ଶ୍ରେଣୀ ବୋର୍ଡ଼ ପରୀକ୍ଷା ୧୯ ତାରିଖ ଠାରୁ ଆରମ୍ଭ ହୋଇ ଆସନ୍ତା ମାର୍ଚ୍ଚ ୨ ତାରିଖରେ ଶେଷ ହେବ । ଏଥି ସକାଶେ ସମସ୍ତ ପ୍ରକାର ପ୍ରସ୍ତୃତିର ସମୀକ୍ଷା ଶେଷ ହୋଇଛି । କପି ରୋକିବା ସହ ପରୀକ୍ଷାର ସୁପରିଚାଳନା ଲାଗି କଠୋର ବ୍ୟବସ୍ଥା ଗ୍ରହଣ କରାଯାଇଛି । ଆବଶ୍ୟକତା ଅନୁସାରେ ପରୀକ୍ଷା କେନ୍ଦ୍ର ଅଂଚଳରେ ୧୪୪ ଧାରା ଲାଗୁ କରାଯିବାର ବ୍ୟବସ୍ଥା ହୋଇଛି । ତିନି ସ୍ତରରେ ପ୍ରଶ୍ନପତ୍ର ସିଲ୍ କରିବାକୁ ନିଷ୍ପତି ନିଆଯାଇଛି । ଏହି ପରିପ୍ରେକ୍ଷୀରେ ହିଞ୍ଜିଳିକାଟୁ ବ୍ଳକର ୯ ଟି ପରୀକ୍ଷା କେନ୍ଦ୍ରରେ ୨୨୪୦ ପରୀକ୍ଷାର୍ଥୀ ପରୀକ୍ଷା ଦେବେ ବୋଲି ସ୍ଥାନୀୟ ଗୋଷ୍ଠୀ ଶିକ୍ଷାଧିକାରୀ ବସନ୍ତ କୁମାର ପଣ୍ଡାଙ୍କ ସୁତ୍ରରୁ ପ୍ରକାଶ । ହିଞ୍ଜିଳିକାଟୁ ପୌରାଂଚଳ ସ୍ଥିତ ସରକାରୀ ବୃନ୍ଦାବନ ବିଦ୍ୟାଳୟରେ ୭୨୫(ରେଗୁଲାର ୬୯୬ ଓ ଏକ୍ସ ରେଗୁଲାର ୨୯), ସରକାରୀ ଏନଏସି ଉଚ୍ଚ ବିଦ୍ୟାଳୟରେ ୨୧୬(ରେଗୁଲାର ୨୦୫ ଓ ଏକ୍ସ ରେଗୁଲାର ୧୧), ହିଞ୍ଜିଳିକାଟୁ ବ୍ଳକର ବୁରୁପଡ଼ା ସ୍ଥିତ ଭଗବତି ବିଦ୍ୟାପିଠ ପରୀକ୍ଷା କେନ୍ଦ୍ରରେ ୨୬୫(ରେଗୁଲାର ୨୫୨ ଓ ଏକ୍ସ ରେଗୁଲାର ୧୩), ପୋଡ଼ିଙ୍ଗି ଶ୍ୟାମଳାଇ ବିଦ୍ୟାପିଠରେ ୧୫୬ (ରେଗୁଲାର ୧୪୬ ଓ ଏକ୍ସ ରେଗୁଲାର ୧୦), ମକରଝୋଳ ଉଚ୍ଚ ବିଦ୍ୟାଳୟରେ ୧୨୬ (ରେଗୁଲାର ୧୧୯ ଓ ଏକ୍ସ ରେଗୁଲାର ୭), ସାରୁ ଉଚ୍ଚ ବିଦ୍ୟାଳୟରେ ୧୬୩ (ରେଗୁଲାର ୧୫୬ ଓ ଏକ୍ସ ରେଗୁଲାର ୭), କଂଚୁରୁ ସରକାରୀ ଉଚ୍ଚ ବିଦ୍ୟାଳୟରେ ୨୧୩ (ରେଗୁଲାର ୨୦୦ ଓ ଏକ୍ସ ରେଗୁଲାର ୧୩), ଗଣ୍ଡଳା ସ୍ଥିତ ଗଣେଷ ବିଦ୍ୟାପିଠରେ ୨୦୩ (ରେଗୁଲାର ୧୯୧ ଓ ଏକ୍ସ ରେଗୁଲାର ୧୨), ସାହାପୁର ଗ୍ରାମ ପଂଚାୟତ ଉଚ୍ଚ ବିଦ୍ୟାଳୟରେ ୧୭୩(ରେଗୁଲାର ୧୭୨ ଓ ଏକ୍ସ ରେଗୁଲାର ୧) ପରୀକ୍ଷାର୍ଥୀ ପାରୀକ୍ଷା ଦେବେ ବୋଲି ବିଇଓ ପଣ୍ଡାଙ୍କ ଠାରୁ ପ୍ରକାଶ । ମାଟ୍ରିକ ପରୀକ୍ଷାକୁ ଶାନ୍ତି ଶୃଙ୍ଖଳାର ସହିତ ଅବାଧ ଓ କପିମୁକ୍ତ କରିବା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯାଇଛି । ପ୍ରଶ୍ନପତ୍ର ଗୁଡ଼ିକୁ ସ୍ଥାନୀୟ ଅଂଚଳର ନୋଡ଼ାଲ ସେଂଟର ଭାବେ ଥିବା ବୃନ୍ଦାବନ ସରକାରୀ ବିଦ୍ୟାଳୟରେ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ରଖାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ