ମୁକୁଳା ପଡ଼ିଛି ଟ୍ରାନ୍ସଫର୍ମର : ବିଦ୍ୟୁତ ବିଭାଗର ଦୃଷ୍ଟି ପଡ଼ିବ କେବେ.. ..?

ହିଞ୍ଜିଳିକାଟୁ, ( ଶେଷଦେବ ସାହୁ ): କିଛି ଦିନ ତଳେ ଗଂଜାମ ଜିଲ୍ଲା ଗୋଳନ୍ଥରା ନିକଟସ୍ଥ ମେଣ୍ଡରାଜପୁରରେ ଯାତ୍ରୀବାହୀ ବସରେ ୧୧କେଭି ତାର ଲାଗି ବିଦ୍ୟୁତ ଦୂର୍ଘଟଣାରେ ୧୧ଜଣଙ୍କ ମୃତ୍ୟୁ ଘଟିଥିଲା । ଉକ୍ତ ଖବର ସାରା ଓଡ଼ିଶାରେ ଚହଳ ପକାଇଥିଲା । ଏହାର ୨ ଦିନ ପରେ ବେଲଗୁଣ୍ଠା ନିକଟ କେକେଲୁଣ୍ଡା ଠାରେ ବିଦ୍ୟୁତ୍ ଆଘାତରେ ଜେଜେ ମା’ ଓ ନାତିଙ୍କ ମୃତ୍ୟୁ ଘଟିଥିଲା । ମେଣ୍ଡରାଜପୁର ଘଟଣା ପରେ ରାଜ୍ୟ ସରକାର ସମସ୍ତ ଅସଜଡ଼ା ବିଦ୍ୟୁତ୍ ଭିତିଭୂମିକୁ ସଜାଡ଼ିବା ପାଇଁ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ । ହେଲେ ପରିତାପର ବିଷୟ ରାଜ୍ୟ ମୁଖିଆଙ୍କ ଗଡ଼ ହିଂଜିଳିକାଟୁ ପୌରାଂଚଳ ଗାୟତ୍ରୀ ନଗର ୨ୟ ଲାଇନ ଜନବସତି ଅଂଚଳରେ ବହୁ ଦିନ ଧରି ଏକ ଟ୍ରାନ୍ସଫର୍ମ ମୁକୁଳା ହୋଇପଡ଼ିଛି । ଟ୍ରାନ୍ସଫର୍ମର ମୁକୁଳା ପଡ଼ିଥିବାରୁ କେତେବେଳେ ଯେ କଣ ଅଘଟଣ ଘଟିବ କିଛି କହି ହେବ ନାହିଁ । ଏ ଦିଗରେ ବିଦ୍ୟୁତ ବିଭାଗୀୟ ଅଧିିକାରୀ ଦୃଷ୍ଟି ଦେଇ ଟ୍ରାନ୍ସଫର୍ମ ଚାରିପଟେ ବାଡ଼ ତିଆରି କରିବା ପାଇଁ ଅଂଚଳବାସୀ ଦାବି କରିଛନ୍ତି । ଘଟଣା ନେଇ ହିଂଜିଳିକାଟୁ ଡ଼ିଭିଜନ ବିଦ୍ୟୁତ ବିଭାଗୀୟ ସହକାରୀ ନିର୍ବାହୀ ଯନ୍ତ୍ରୀ ସତ୍ୟ ନାରାୟଣ ଦାସଙ୍କ ସହ ଫୋନ ଯୋଗେ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସମ୍ଭବପର ହୋଇ ପାରିନାହିଁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ