ଚନ୍ଦ୍ରକଳ୍ପେଶ୍ୱର ମନ୍ଦିରରେ ଶିବ ପାର୍ବତୀଙ୍କ ନୂତନ ବିଗ୍ରହ ପ୍ରତିଷ୍ଠା
ହିଞ୍ଜିଳିକାଟୁ, (ଯୁଗାବ୍ଦ ନ୍ୟୁଜ, ଶେଷଦେବ ସାହୁ): ହିଂଜିଳିକାଟୁ ପୌରାଂଚଳ ଲକ୍ଷ୍ମୀବଜାର ସ୍ଥିତ ଚନ୍ଦ୍ରକଳ୍ପେଶ୍ୱର ମନ୍ଦିରରେ ବୁଧବାର ରାତିରେ ବିଧାନ ପୂର୍ବକ ପୁନଃ ଶିବ ପାର୍ବତୀଙ୍କ ବିଗ୍ରହ ପ୍ରତିଷ୍ଠା କରାଯାଇଛି । କର୍ତା ଭାବେ ବିଜୟ କୁମାର ପାଢି ଓ ତାଙ୍କ ସ୍ତ୍ରୀ ଯୋଗଦେଇ ଥିବା ବେଳେ ଯାଜ୍ଞିକ ପଣ୍ଡି ପୁରୋହିତ ଲୁଲୁ ମହାପାତ୍ର ଓ ସହଯୋଗୀ ଉପସ୍ଥିତ ରହି ଦେବ ଦେବ ମହାଦେବ ଓ ମାତା ପାର୍ବତୀଙ୍କ ବିଗ୍ରହ ପ୍ରତିଷ୍ଠା କରିଥିଲେ । କାର୍ଯ୍ୟକ୍ରମକୁ ମନ୍ଦିରର ପୁରୋହିତ ଶିଶିର କୁମାର ପାଢି ପରିଚାଳନା କରିଥିବା ବେଳେ ମନ୍ଦିର ପରିଚାଳନା କମିଟି ପରିଚାଳନାରେ ସହଯୋଗ କରିଥିଲେ । ପ୍ରକାଶ ଥାଉକି, ଚଳିତ ମାସ ୩ ତାରିଖରେ କୌଣସି ଦୁବୃର୍ତ ମନ୍ଦିରରୁ ଶିବ ଠାକୁରଙ୍କ ପିତଳ ମୂର୍ତିକୁ ଚୋରୀ କରି ନେଇଯାଇଈଥିବା ବେେୂଳ ପୁଣି ଥରେ ୧୦ ତାରିଖରେ ମାତା ପାର୍ବତୀଙ୍କ ପିତଳ ମୂର୍ତୀକୁ ମଧ୍ୟ ଚୋରୀ କରି ନେଇଯାଇଥିଲା । ମନ୍ଦିରମଧ୍ୟରୁ ଲୁଟେରା ମାନ ହରଗୌରୀଙ୍କ ବିଗ୍ରହ ଚୋରୀ କରି ନେବା ପରେ ମନ୍ଦିର ପରିଚାଳନା କମିଟି ଘଟଣା ନେଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପରେ ସର୍ବସମ୍ମତି ନିଷ୍ପତି ପ୍ରକାରେ ମହାପ୍ରଭୂଙ୍କ ନୂତନ ବିଗ୍ରହ ଅଣାଯାଇ ପ୍ରତିଷ୍ଠା କରାଯାଇଥିଲା ।


