‘ଫନି’ ବିପନ୍ନଙ୍କୁ ଚିକିତ୍ସା ପାଇଁ ଜିଲ୍ଲାରୁ ୮ ଜଣ ଆୟୁଷ ଡାକ୍ତର ଗସ୍ତ କରିଛନ୍ତି

ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ) : ‘ଫନି’ ବିପନ୍ନଙ୍କ ଚିକିତ୍ସା ପାଇଁ ଗଞ୍ଜାମ ଜିଲ୍ଲାର ୮ ଜଣ ଆୟୁଷ ଡାକ୍ତର ଚିଲିକା ଓ ନୂଆପଡା ଅଂଚଳକୁ ଗସ୍ତ କରିଛନ୍ତି । ଗଞ୍ଜାମ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ବୁଗୁଡା, ବାଲିସିରା, ଧରାକୋଟ, ଆଡପଡା, ଶେରଗଡ, ବଡଗଡ ଓ ମୁନୁଷିପେଣ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ୮ ଜଣ ଆୟୁଷ ଡାକ୍ତର ବିପନ୍ନଙ୍କ ଚିକିତ୍ସା କରିବା ପାଇଁ ଚିଲିକା ଓ ନୂଆପଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଯାଇଛନ୍ତି । ଏଥିସହ ଗ୍ୟାଲେରୀ, ବୋମକେଇ, ଖଣ୍ଡଦେଉଳି, କବିସୂର୍ଯ୍ୟନଗର, କୁକୁଡାଖଣ୍ଡି, ଶେରଗଡ ଓ ବରଗଡ ଅଂଚଳରୁ ୪ ଜଣିଆ ଲେଖାଁଏ ୨ ଟି ସ୍ୱାସ୍ଥ୍ୟ ଟିମ୍ ମଧ୍ୟ ଚିଲିକା, ନୂଆପଡା ଓ କୃଷ୍ଣପ୍ରସାଦ ଅଂଚଳକୁ ଯାଇଥିବା ଗଞ୍ଜାମ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସେହିପରି ପୁରୀ ସହରରେ ପୁନରୁଦ୍ଧାର କାର୍ଯ୍ୟରେ ନିୟୋଜିତ ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନ କେତେକ ଟ୍ରାକ୍ଟରକୁ ଚାଳକ ସହ ପଠାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ