ଚନ୍ଦ୍ରେଶ୍ୱର ମହାଦେବଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ
ହାଟଡ଼ିହି : ଚୋରଗଡିଆ ଗ୍ରାମରେ ନବ ନିର୍ମିତ ଚନ୍ଦ୍ରେଶ୍ୱର ମହାଦେବଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ ଆରମ୍ଭ ହୋଇଛି । ତିନିଦିନ ବ୍ୟାପି ହେବାକୁଥିବା ଏହି ପ୍ରତିଷ୍ଠା ଉତ୍ସବ ପାଇଁ ଆଜି ସନ୍ଧ୍ୟାରେ ଭାତକରୁଆର ସର୍ବ ପୁରାତନ ଚିନରା ପୋଖରୀରୁ ଘଟ୍ଟୋତ୍ତଳନ କରାଯାଇ କଳଶ ଶୋଭାଯାତ୍ରା ଭାତକରୁଆ, ଗୋପାଳପୁର ଗ୍ରାମ ପରିକ୍ରମା କରିବା ପରେ ଚୋରଗଡିଆ ଯଜ୍ଞମଣ୍ଡପରେ ସ୍ଥାପନ କରାଯାଇଥିଲା । କର୍ତ୍ତା ଭାବେ ଗଙ୍ଗାଧର ସାମଲ, ଗୋଲାପ ରାଣୀ ସାମଲ, ଧୁଶାସନ ସାମଲ, ପାର୍ବତୀ ସାମଲ, କୋଦଣ୍ଡଧର ଦାସ, ଦାମୋଦର ନାୟକ, ଗୋପବନ୍ଧୁ ସାହୁ, ରମେଶ ଦାସ, ଭାଗିରଥି ନାୟକ, ନରେନ୍ଦ୍ର ସାମଲ, ସୁଧାଶୁଂ ଜେନା, ନବଘନ ସାହୁ, ଅନାଦି ଦାସ, ଲଛମନ ବେହେରା, ବଳରାମ ସାହୁଙ୍କ ସମେତ ୮୧ଟି କଳଶ ଶୋଭାଯାତ୍ରାରେ ସାମିଲ ହୋଇଥିଲା । ପଣ୍ଡିତ ଦାସରଥି ଦେବତା, ଆନନ୍ଦ ଚନ୍ଦ୍ର ଦେବତା ପ୍ରମୁଖ ପୂଜାର୍ଚ୍ଚନା କରୁଥିବାବେଳେ ଆସନ୍ତାକାଲି ମନ୍ଦିର ପ୍ରତିଷ୍ଠା, ବିଗ୍ରହ ପ୍ରବେଶ ଓ ହୋମଯଜ୍ଞ ଅନୁଷ୍ଠିତ ହେବାକୁଥିବାବେଳେ ଆସନ୍ତା ଗୁରୁବାର ପୁର୍ଣ୍ଣାହୁତୀ ପ୍ରଦାନ କରାଯିବାର କାର୍ଯ୍ୟକ୍ରମ ସ୍ଥିର କରାଯାଇଛି । ଆସନ୍ତାକାଲି ଭଜନ ସମାରୋହ ଓ ପ୍ରବଚନ ଓ ଗୁରୁବାର ଦିନ ପାଲା ପରିବେଷଣ କାର୍ଯ୍ୟକ୍ରମ ରହିଥିବା ଆୟୋଜକ ମାନେ ପ୍ରକାଶ କରିଛନ୍ତି ।