କ୍ଷତ୍ରିୟବରପୁରରେ ମେଗା ସ୍ଵାସ୍ଥ୍ୟ ଶିବିର

ବେଲଗୁଣ୍ଠଓ ବ୍ଲକ୍ ଅନ୍ତର୍ଗତ କ୍ଷତ୍ରିୟବରପୁର ହାଇସ୍କୁଲ୍ ପଡ଼ିଆଠାରେ ଚାଲିଥିବା ଦୁଇ ଦିନିଆ ମେଗା ସ୍ଵାସ୍ଥ୍ୟ ଶିବିର ଆଜି ଉଦଯାପିତ ହୋଇଯାଇଛି କ୍ଷ ଜିଲ୍ଲା ସ୍ଵାସ୍ଥ୍ୟ ସମିତି ପକ୍ଷରୁ ଆୟୋଜିତ ଶିବିରର ଶେଷ ଦିନରେ ବେଲଗୁଣ୍ଠଓ, ଆସିକା, ଧରାକୋଟ, ସୋରଡା ଓ ବୁଗୁଡା ବ୍ଲକ୍ ର ବିଭିନ୍ନ ଗ୍ରାମାଞ୍ଚଳ ରୁ ୨୪୪୨ ଜଣ ନାମ ପଞ୍ଜିକରଣ କରାଇବା ସହ ବିଭିନ୍ନ ବିଭାଗୀୟ ଡାକ୍ତରଙ୍କ ଠାରେ ନିଜର ସ୍ଵାସ୍ଥ୍ୟ ପରୀକ୍ଷା କରାଇନେଇଥିଲେ କ୍ଷ ଅସ୍ଥିଶଲ୍ୟ, ମେଡୀସୀନ, ମାଲେରୀଆ , ଚର୍ମ ରୋଗ, ନାଶା,ଗଳା , ଆୟୁର୍ବେଦୀକ ଓ ହୋମୀଓପାଥୀକ ସମେତ ବିଭିନ୍ନ ବିଭାଗର ରୋଗୀଙ୍କୁ ମାଗଣା ଚିକିତ୍ସା ଓ ଔଷଧ ଯୋଗାଇ ଦିଆଯାଇଥିଲା କ୍ଷ ଏହା ସହ ଜିଲ୍ଲା ସ୍ତରୀୟ ଆଶା ଓ ଗାଁ କଲ୍ୟାଣ ସମିତି ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି କ୍ଷ ସ୍ଵାସ୍ଥ୍ୟ ସେବାରେ ଗୋଷ୍ଠୀ ସହଭାଗୀତା ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହେବା ସହ ଗଞ୍ଜାମ ଜିଲ୍ଲାର ସ୍ଵାସ୍ଥ୍ୟ ସେବା ଓ ପରିମଳ ପରିଛନ୍ନତା ରେ ଉଲ୍ଲେଖନିୟ ଅବଦାନ ପାଇଁ ବିଭିନ୍ନ ଗାଁ କଲ୍ୟାଣ ସମିତି ଓ ଆଶା, ଅଙ୍ଗନଓ୍ଵାଡ଼ି . ସୋରଡା ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସ୍ଵାଇଁଙ୍କ ଦ୍ଵାରା ମାନ ପତ୍ର ଦେଇ ସମ୍ମାନିତ କରାଯାଇଥିଲା କ୍ଷ ପ୍ରଥମ ଦିନରେ ୧୪୪୯ ଜଣ ଓ ଦ୍ଵିତୀୟ ଦିନରେ ୨୪୪୨ ଜଣ ଚିକିତ୍ସିତ ହୋଇଥିଲେ କ୍ଷ ଆଜିର ଏହି କାର‌୍ୟ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସ୍ଵାଇଁ, ତହସିଲଦାର ତଥା ଗୋଷ୍ଠୀ ଉନ୍ନୟନ ଅଧିକାରୀ ସରୋଜ କୁମାର ବେହେରା, ବେଲଗୁଣ୍ଠା ବ୍ଲକ୍ ମେଡିକାଲ୍ ଅଧିକାରୀ ବାଲୁଙ୍କେଶ୍ୱର ଷଡ଼ଙ୍ଗୀ , ଡୀପିଏମ୍ ଶ୍ୟାମ ତ୍ରିପାଠୀ,ଜିଲ୍ଲା ମୁଖ୍ୟ ଚିକିତ୍ସକ ଅଧିକାରୀ ଡାକ୍ତର ଜଗଦିଶ ପଟ୍ଟନାୟକ, କ୍ଷତ୍ରିୟବରପୁର ସରପଞ୍ଚ ରାଜେନ୍ଦ୍ର କୁମାର ଗୌଡ଼ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ କ୍ଷ ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ଅଲେଖ ପ୍ରଧାନ ଓ ଗୋବିନ୍ଦ ବିଶ୍ୱାସ, ଭେଷଜ ବିଶେଷଜ୍ଞ ଡାକ୍ତର ଶଙ୍କର୍ଷଣ ପାତ୍ର, ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞ ଡାକ୍ତର ନିବେଦିତ ମହାପାତ୍ର ଓ ପି. ଶ୍ରୀଲେଖା, ପାଥୋଲୋଜୀଷ୍ଟ ଡାକ୍ତର ରତ୍ନାକର ବେହେରା, ହୋମୀଓପାଥୀକ ବିଶେଷଜ୍ଞ ଡାକ୍ତର ସରୋଜ ପ୍ରଧାନ, ଡକ୍ଟର କୃଷ୍ଣ ଶରଣ ପାଲ, ଆୟୁର୍ବେଦୀକ ବିଶେଷଜ୍ଞ ଡାକ୍ତର ମନୋଜ ତ୍ରିପାଠୀ, ଡାକ୍ତର ପାଣ୍ଡବ ସ୍ଵାଇଁ, ଡାକ୍ତର ବସନ୍ତ ସ୍ଵାଇଁ, ଡାକ୍ତର ଗୋବିନ୍ଦ ଚନ୍ଦ୍ର ମହାପାତ୍ର, ଡାକ୍ତର ରଶ୍ମିତା ବେହେରା, ଡାକ୍ତର ଚିତ୍ତରଞ୍ଜନ ଜେନା, ଡାକ୍ତର ବି. କର, ଡାକ୍ତର ଭଗବାନ ପ୍ରସାଦ ବୀଶୋଇ, ଡାକ୍ତର ଶଂଭୂ ପ୍ରସାଦ ରାୟ, ଡାକ୍ତର ଅମରେଶ କୁମାର ଶସାନୀ, ଡାକ୍ତର ଗୟାଧର ପ୍ରଧାନ, ଡାକ୍ତର ଶୀଲା ସୀତା ରମୟ , ଡାକ୍ତର ଇ. ରଞ୍ଜିତ କୁମାର ପାତ୍ର, ଡାକ୍ତର ସତ୍ୟ ରଞ୍ଜନ ମହାପାତ୍ର, ଡାକ୍ତର ସୁଜିତ କୁମାର ମହାପାତ୍ର, ଡାକ୍ତର ବିଭୁ ପ୍ରସାଦ ସାହୁ, ଡାକ୍ତର ସନ୍ତୋଷୀନୀ ସେଠୀ, ଡାକ୍ତର ଅମୀୟ ରଞ୍ଜନ ଜଗଦଲ, ଡାକ୍ତର ଏସ ମୃତ୍ୟୁଞ୍ଜୟ ଓ ଡାକ୍ତର ଅନୁରାଧା ପଣ୍ଡା ପ୍ରମୁଖ ମେଗା ସ୍ଵାସ୍ଥ୍ୟ ଶିବିରରେ ଯୋଗ ଦେଇ ରୋଗୀଙ୍କୁ ଚିକିତ୍ସା କରିଥିଲେ କ୍ଷ ବେଲଗୁଣ୍ଠା ସ୍ଵାସ୍ଥ୍ୟ କେନ୍ଦ୍ର ର ଫାର୍ମାସିଷ୍ଟ ଅଶ୍ଵୀନୀ ସାହୁ ଓ ଗୋବରା ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରର ଫାର୍ମାସିଷ୍ଟ ସନ୍ତୋଷ କୁମାର ପାତ୍ର କାର‌୍ୟ୍ୟକ୍ରମରେ ସହଯୋଗ କରିଥିଲେ କ୍ଷ ଆଜି ଗଞ୍ଜାମ ଜିଲ୍ଲା ର ୫୦୦ ରୁ ଊର୍ଦ୍ଧ୍ଵ ଆଶା ଓ ଗାଁ କଲ୍ୟାଣ ସମିତି ର କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ