ଆତ୍ମ ସୁରକ୍ଷା ଶିବିର ଉଦଯାପିତ

ବେଲଗୁଣ୍ଠା( ଶିବରାମ ଚୌଧୁରୀ)ବେଲଗୁଣ୍ଠା ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଗତ ବାର ଦିନ ଧରି ଚାଲିଥିବା ଆତ୍ମ ସୁରକ୍ଷା ଶିବିର ଉଦଯାପିତ ହୋଇଯାଇଅଛି ।ଉଦଯାପନି କାର୍ଯ୍ୟକ୍ରମ ରେ ଅଧ୍ୟକ୍ଷ ଡଃ ଦେବେନ୍ଦ୍ର କୁମାର ରଥ ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ପୁର୍ବତନ ଅଧ୍ୟକ୍ଷ ଡଃ ଗୁରୁମୁର୍ତ୍ତି ନାୟକ,ଓଡ଼ିଆ ଅଧ୍ୟାପକ ସପନ କୁମାର ପ୍ରଧାନ,ସମ୍ମାନିତ ଅତିଥି ଭାବେ ଦୁଃଖିଶ୍ୟାମ ବେହେରା ପ୍ରମୁଖ ଯୋଗଦେଇ ଛାତ୍ରୀ ମାନଙ୍କୁ ଆତ୍ମ ସୁରକ୍ଷା ଶିକ୍ଷା କରିବା ଓ ଜରୁରୀ ସମୟରେ ତାର ଉପଯୋଗ କରିବା ନେଇ ବକ୍ତବ୍ୟ ପ୍ରଦାନ କରିଥିଲେ ।କ୍ରୀଡା ଶିକ୍ଷକ ସନ୍ତୋଷ କୁମାର ପୋଲାଇ ଏହି ଶିବିରକୁ ସଂଯୋଜନା କରିଥିବା ବେଳେ ମାଷ୍ଟର ଟ୍ରେନର ଅହଲ୍ୟା ବେହେରା ଓ ସାବିତ୍ରୀ ନାୟକ ଛାତ୍ରୀମାନଙ୍କୁ ବିଭିନ୍ନ ପ୍ରକାର ଆତ୍ମ ସୁରକ୍ଷା କୌଶଳ ଶିକ୍ଷା ପ୍ରଦାନ କରିଥିଲେ ।ରାଧାମୋହନ ଦାସ,ବିଶ୍ୱନାଥ ଡାକୁଆ,ହେମନ୍ତ ନାୟକ,ପ୍ରଶାନ୍ତ ପ୍ରଧାନ,ଜି.ଦିଲ୍ଲୀପ ପାତ୍ର, ଓ କର୍ମଚାରୀ ବୃନ୍ଦ ସହଯୋଗ କରିଥିବା ବେଳେ କ୍ରୀଡା ଶିକ୍ଷକ ଶ୍ରୀ ପୋଲାଇ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ