ସ୍କୁଲ ଟାଇମ୍ରେ ଶ୍ରଦ୍ଧାଙ୍କ ଦିୱାନା ଥିଲେ ଟାଇଗର୍
ମୁମ୍ବାଇ : ବଲିଉଡ୍ରେ ଆକ୍ସନ୍ ଫିଲ୍ମ ପାଇଁ ଜଣାଯାଉଥିବା ଅଭିନେତା ଟାଇଗର୍ ଶ୍ରଫ୍ ନିଜ ବିଷୟରେ ଏକ ଗୁମର ଖୋଲିଛିନ୍ତି । ଟାଇଗର୍ ଶ୍ରଫ୍ ବର୍ତ୍ତମାନ ନିଜର ଡେବ୍ୟୁ ଫିଲ୍ମ ‘ହିରୋପନ୍ତି’ର ସିକ୍ୱେଲ ଘୋଷଣା କରି ଚର୍ଚ୍ଚାର ପରିସରକୁ ଆସିଛନ୍ତି । ଫିଲ୍ମରେ ଟାଇଗର୍ଙ୍କ ଫାଷ୍ଟ ଲୁକ୍ ସାମ୍ନାକୁ ଆସିଯାଇଥିବା ବେଳେ ଟାଇଗର୍ ଶ୍ରଫ୍ ଶ୍ରଦ୍ଧା କପୁରଙ୍କ ସହିତ ନିଜର ଅପ୍କମିଂ ଫିଲ୍ମ ‘ବାଗୀ-୩’ର ପ୍ରମୋସନ୍ରେ ବ୍ୟସ୍ତ ଅଛନ୍ତି । ଏହି ସମୟରେ ଶ୍ରଦ୍ଧାଙ୍କୁ ନେଇ ଟାଇଗର ନିଜ ବିଷୟରେ ଏକ ଗୁମର ଖୋଲିଛନ୍ତି । ଟାଇଗର୍ ଏଇ ନିକଟରେ ଏକ ଇଣ୍ଟରଭ୍ୟୁରେ କହିଛନ୍ତି ଯେ, ସ୍କୁଲ ଟାଇମ୍ରେ ତାଙ୍କର କ୍ରସ୍ ଶ୍ରଦ୍ଧା କପୁର ଥିଲେ । କିନ୍ତୁ ସେ କେବେ ହେଲେ ନିଜର ଭାବନାକୁ ଶ୍ରଦ୍ଧାଙ୍କୁ କହିବାରେ ସାହସ ଜୁଟାଇପାରିନଥିଲେ । ସେ କେବଳ ଶ୍ରଦ୍ଧାଙ୍କୁ ଦୂରରୁ ନିରୀକ୍ଷଣ କରୁଥିଲେ ହେଲେ କହିବାକୁ ଡରୁଥିଲେ । ଶ୍ରଦ୍ଧା ଏବିଷୟରେ ଜାଣିବା ପରେ ସେ କିଛି ଜାଣିନଥିବା କହିଛନ୍ତି । ସୂଚନାଯୋଗ୍ୟ ଯେ, ଡାଇରେକ୍ଟର ଅହମ୍ମଦ ଖାନ୍ଙ୍କ ଫିଲ୍ମ ‘ବାଗୀ-୩’ରେ ଟାଇଗର୍ ଶ୍ରଫ୍ ଏବଂ ଶ୍ରଦ୍ଧା କପୁର ନଜର ଆସିବେ । ଏହି ଫିଲ୍ମ ମାର୍ଚ୍ଚ ୬ରେ ରିଲିଜ୍ ହେବ । ଏହି ଫିଲ୍ମରେ ଶ୍ରଦ୍ଧା ଏବଂ ଟାଇଗରଙ୍କ ବ୍ୟତୀତ ରିତେଶ ଦେଶମୁଖ, ଅଙ୍କିତା ଲୋଖନ୍ଦେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସୁଛନ୍ତି । ଏହାପୂର୍ବରୁ ଟାଇଗର୍ ଶ୍ରଦ୍ଧା କପୁରଙ୍କ ସହ ‘ବାଗୀ’ରେ ଏକାଠି ଅଭିନୟ କରିଥିଲେ ।


