ଦିବ୍ୟାଙ୍ଗ ମହିଳା ଗୀତାଞ୍ଜଳି ପୁଣି ନିଜ୍ ଦାବୀ ନିମନ୍ତେ ଛତ୍ରପୁର ଆସିଲେ
ଛତ୍ରପୁର, : କୁକୁଡାଖଣ୍ଡି ବ୍ଲକ ଯୋଗିଆପଲ୍ଲୀ ଗ୍ରାମର ଦିବ୍ୟାଙ୍ଗ ମହିଳା ଗୀତାଞ୍ଜଳି ପାଣିଗ୍ରାହୀ (୪୬) ଆଜି ପୁଣି ଜିଲ୍ଲାପାଳଙ୍କୁ ଭେଟି ଗୁହାରୀ କରିବା ନିମନ୍ତେ ଛତ୍ରପୁର ଡିଆରଡିଏ ସମ୍ମିଳନୀ କକ୍ଷରେ ଚାଲିଥିବା ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀ ଶିବିରକୁ ଆସିଥିବା ବେଳେ ଜିଲ୍ଲାପାଳଙ୍କ ଅନୁପସ୍ଥତିତରେ ନିରାଶ ହୋଇ ଫେରିଛନ୍ତି । ସେ ନିଜ ପ୍ରତିକ୍ରୀୟ । କହିଛନ୍ତି ଯେ ନିଜ ୭ନଉତି ଜାଗା ଖଣ୍ଡକ ନିମନ୍ତେ ବାରମ୍ବାରା ଜିଲ୍ଲାପ୍ରଶାସନ ଏବଂ ଜିଲ୍ଲାପାଳ ଭେଟି ଆସୁଥୁଲେ ସୁଦ୍ଧା ମୋର କୈାଣସି କାର୍ଯ୍ୟ କାର୍ଯ୍ୟକ୍ଷମ ହେଉନାହିଁ । ମୁଁ ଚାହେଁ ମୋର ୭ନଉତି ଜାଗା ଜିଲ୍ଲାପାଳଙ୍କ ଉପସ୍ଥିତରେ ମାପଚୁପ ହୋଇ ମୋତେ ହସ୍ତାନ୍ତର କରାଯାଉ ବୋଲି ଗଣମାଧ୍ୟମକୁ ସେ କହିଥିଲେ । ସେ ଜଣେ ଉଚ୍ଚଶିକ୍ଷିତ ପୋଲିଓ ଆକ୍ରାନ୍ତ । ପ୍ରକାଶ ଥାଉକି ଯେ ବ୍ରହ୍ମପୁର ଠାରେ ଗତ ସୋମାବାର ଦିନ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀ ଶିବିରରେ ଯୋଗଦେଇ ଜିଲ୍ଲାପାଳଙ୍କୁ ଭେଟି ସେ ବିଭିନ୍ନ ଅଭିଯୋଗ କରିଥିଲେ । ମାତ୍ର ଜିଲ୍ଲାପ୍ରଶାସନ ପକ୍ଷରୁ ତାଙ୍କୁ ପୋଲିଓ ଆକ୍ରାନ୍ତ ଭିନ୍ନକ୍ଷମ ପ୍ରମାଣ ପତ୍ର । ଇନ୍ଦିରାଆବାସ ପାଇଁ ୭୫ହଜାର ଟଙ୍କା ପ୍ରଦାନ କରାଯାଇଛି । ବ୍ୟକ୍ତିଗତ ପାଇଖାନା ନିର୍ମାଣ ପାଇଁ ଅର୍ଥ ପ୍ରଦାନ କରାଯାଇଛି । ଅନ୍ନପୂର୍ଣ୍ଣା ହିତାଧିକାରୀ ଭାବେ ସେ ମାସିକ ୧୦କି.ଗ୍ରା. ଚାଉଳ ପାଉଥିବା ବେଳେ ଜାତୀୟ ଖାଦ୍ୟ ନିରାପତ୍ତାରେ ମାସିକ ଚାଉଳ ଓ ଗହମ ସହିତ ୨ଲିଟର କିରୋସିନି ପାଉଛନ୍ତି । ତାଙ୍କୁ ଭିନ୍ନକ୍ଷମ ବସ୍ ପାସ୍ ସହିତ ଏକ ହଳ ଆଶାବାଡି ଓ ୩ଟି ଟ୍ରାଇସାଇକେଲ ପ୍ରଦାନ କରାଯାଇଛି । ଗତ ସୋମାବର ଜିଲ୍ଲାପାଳଙ୍କ ଶିବିରରେ ତାଙ୍କର ଦରଖାସ୍ତକୁ ଅନୁଧ୍ୟାନ କରି ଆତ୍ମ ନିର୍ଭରଶୀଳ କରିବା ପାଇଁ ବ୍ୟାଙ୍କ ସହାୟତାରେ ଡିଆଇଆଇ ଲୋନ୍ ପ୍ରଦାନ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।


