ପଂଚାୟତର ବିଭିନ୍ନ ସମସ୍ୟା ନେଇ ସରପଂଚଙ୍କ ସ୍ମାରକ ପତ୍ର
ଛତ୍ରପୁର, : ଆର୍ଯ୍ୟପଲ୍ଲୀ ଗ୍ରାମ ପଂଚାୟତ ବିଭିନ୍ନ ଦାବୀ ନେଇ ପଂଚାୟତର ସରପଂଚ ଏମ୍.ଲକ୍ଷ୍ମୀ ଏବଂ ମତ୍ସ୍ୟ ଜିବୀ ଫୋର୍ମ୍ ର ରାଜ୍ୟ ଉପସଭାପତି ଏମ୍.ଗୁମାଲୀ ସ୍ଥାନୀୟ ଡିଆରଡିଏ ସମ୍ମିଳନୀ କକ୍ଷରେ ଚାଲିଥିବା ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀରେ ଜିଲ୍ଲାପାଳଙ୍କ ଅନୁପସ୍ଥତିତରେ ଅତିରିକ୍ତ ଜିଲ୍ଲାପାଳ ଭେଟି ଏକ ଲିଖିତ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି । ସେମାନେ ଅଭିଯୋଗ କରିଛନ୍ତି ଯେ ପଂଚାୟତର ୭୦ପ୍ରତିଶତ ଲୋକମାନଙ୍କ ଘରବାରୀ ପଟ୍ଟା ହୋଇନାହିଁ ସେମାନଙ୍କୁ ତୁରନ୍ତ ପ୍ରଦାନ କରାଯାଉ । ଫିସର ହାରବାର ସ୍ଥାପନ କରାଯାଉ, ମତ୍ସ୍ୟ ଜେଟି ଡ୍ରେଜିଂ କରାଯାଉ ଏବଂ ୧୯୯୯ ମହାବାତ୍ୟାରେ ବେଲ୍ କଂପାନୀ ଦ୍ୱାରା ହୋଇଥିବା କୁତୁରୁ ଗ୍ରାମର ୫୭୦ ଘରର ମରାମତି କରିବା ଆଦି ଦାବୀ ରହିଛି । ସ୍ମାରକ ପତ୍ର ପ୍ରଦାନ ବେଳେ ବହୁ ମତ୍ସ୍ୟଜିବୀ ମାନେ ଉପସ୍ଥିତ ଥିଲେ ।


