୨ୟ ଦିବସ ଗଜଜ୍ୟୋତି ଉତ୍ସବ ବେଶ ଆକର୍ଷିତ ଥିଲା
ପାରଳାଖେମୁଣ୍ଡି (ତାରିଣୀ ପ୍ରସାଦ ପଣ୍ଡା) : ସହର ଉପକଣ୍ଠରେ ଥିବା ସେଞ୍ଚୁରିଆନ ବିଶ୍ୱବିଦ୍ୟାଳୟର ଗଜଜ୍ୟୋତି-୨୦୨୦ର ଦ୍ୱିତୀୟ ଦିବସ ଉତ୍ସବ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି । ରଙ୍ଗାରଙ୍ଗ ବିଭିନ୍ନ କାର୍ଯ୍ୟକ୍ରମରେ ଦ୍ୱିତୀୟ ଦିବସ ଉତ୍ସବକୁ ବେଶ ଆକର୍ଷିତ କରିଥିଲା । ଛାତ୍ରଛାତ୍ରୀଙ୍କ ଦ୍ୱାରା ନୃତ୍ୟଗୀତ ପରିବେଷଣ କରାଯାଇଥିଲା । ପରେ ପରେ ବିଶ୍ୱବିଦ୍ୟାଳୟର ପ୍ରଧ୍ୟାପକମାନଙ୍କ ଦ୍ୱାରା ମଧ୍ୟ ନୃତ୍ୟଗୀତ ପରିବେଷଣ ହୋଇଥିଲା । ପ୍ରଧ୍ୟାପକ ମାନଙ୍କ ଦ୍ୱାରା ଏକ ନାଟକ “ଅଦେଖାହାତ”ର ପରିବେଷଣ ହୋଇଥିଲା । ପରେ ସିନିୟର ମେନେଜ୍ମେଣ୍ଟ ଟିମ ଦ୍ୱାରା ଏକ ର୍ୟାମ୍ପ “ଶୋ”ର ପ୍ରଦର୍ଶନ କରାଯାଇଥିଲା । ଏଥିରେ ଉପସଭାପତି ପ୍ରଫେସର ଡି.ଏନ.ରାଓ, ଡଃ. ଏସ.ପି.ନନ୍ଦ, ଡଃ. ଶୁଭେନ୍ଦୁ, ପ୍ରଫେସର ସନ୍ଦୀପନ ପାଇନ୍ ପ୍ରମୁଖ ଥିଲେ । ନୃତ୍ୟଗୀତରେ ରେଜିଷ୍ଟ୍ରାର ଡଃ.ଅନୀତା ପାତ୍ର, ଡଃ. ପ୍ରଜ୍ଞାପାଣି, ପ୍ରଫେସର କାଲାପୂର୍ଣ୍ଣା, ଏବଂ ପ୍ରଫେସର ପ୍ରଫୁଲ ପଣ୍ଡା ପ୍ରମୁଖ ଥିଲେ । ପରେ ପରେ କଣ୍ଢେଇନାଚ, ପଥପ୍ରାନ୍ତ ନାଟକ ଆଦି ପରିବେଷଣ କରାଯାଇଥିଲା । ସନ୍ଧ୍ୟାସମୟରେ ସାଂସ୍କୃତିକ ପ୍ରଥା ପ୍ରଚଳିତ ବିଭିନ୍ନ ଖାଦ୍ୟର ଆସର ଜମିଥିଲା ।


