ଶାଳଣିଆଁରେ ବିଶ୍ୱ ମହିଳା ଦିବସ ପାଳିତ

ହାଟଡିହି, : ଶାଳଣିଆଁ ଠାରେ ଆସପେୟାର ପକ୍ଷରୁ ବିଶ୍ୱ ମହିଳା ଦିବସ ପାଳିତ ହୋଇଯାଇଛି । ଏଥିରେ ୫ଟି ମହିଳା ସ୍ୱୟଂସହାୟକ ଗୋଷ୍ଠୀର ମହିଳା ମାନେ ଯେଗଦେଇଥିଲେ । ଶାଳଣିଆଁ ଜିପିସିଏମ ବିପିନ ବିହାରୀ କୁଅଁର, ଲେପ ଟିଚର ମଧୁସ୍ମୀତା ବାରିକ, ସ୍ୱୟଂ ସହାୟକ ଗୋଷ୍ଠୀର ବନଲତା କୁଅଁର, ପ୍ରତୀମା କୁଅଁର, ଶଶି ରେଖା ରଣା, ସବିତା ଗାହାଣ, ରତ୍ନମଣି ଜେନା, ଗୋଲାପି ବେହେରା, ୱାର୍ଡସଭ୍ୟା ମମତା ପେଡା ପ୍ରମୁଖ ଯୋଗଦେଇଝ ଆନ୍ତର୍ଜାତୀୟ ମହିଳା ଦିବସ ସମ୍ପର୍କରେ ଆଲୋକପାତ କରିବା ସହିତ ମହିଳାମାନେ କିପରି ସ୍ୱାବଲମ୍ବୀ ହୋଇପାରିବେ ତାହା ଉପରେ ଦିଗଦର୍ଶନ ଦେଇଥିଲେ । ଏହି ଅବସରରେ ଗାଁରେ କିପରି ସ୍ୱଚ୍ଛତା ରହିବ ଓ ଗାଁରେ କିପରି ନିଶା ନିବାରଣ କରାଯିବ ସେନେଇ ସଚେତନତା ବାର୍ତ୍ତାନେଇ ଗ୍ରାମ ପରିକ୍ରମା କରି ଲୋକମାନଙ୍କୁ ସଚେତନ କରାଇବା ସହିତ ସ୍କୁଲ ଛାତ୍ରଛାତ୍ରୀ ମାନଙ୍କୁ ଉପଯୁକ୍ତ ଶିକ୍ଷା ପ୍ରଦାନ ପାଇଁ ମହିଳା ମାନଙ୍କୁ ବୁଝାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ