୨୭, ୨୮ ଓ ୩୧ନଂ.ପାଣି ପଞ୍ଚାୟତ ନିର୍ବାଚନ ଶେଷ

ବନ୍ତ, (ଯୁଗାଦ୍ଧ ନ୍ୟୁଜ୍‌) : ଜଳସେଚନ କାର୍ଯ୍ୟାଳୟ ଠାରେ ବୈତରଣୀ ଡିଭିଜନ ଅଧିନ ଶାଳନିଆଁ ଉପଖଣ୍ଡର ବିଦ୍ୟାଧରପୁର ଦକ୍ଷିଣ ପାଶ୍ୱର୍ କେନାଲ ଅନ୍ତର୍ଗତ ୨୭, ୨୮ ଓ ୩୧ନଂ. ପାଣି ପଞ୍ଚାୟତ ପାଇଁ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ୨୭ନଂ.ପାଣି ପଞ୍ଚାୟତର ୧୪ ଜଣ କାର୍ଯ୍ୟ ନିର୍ବାହୀ କମିଟି ସଭ୍ୟଙ୍କ ମଧ୍ୟରୁ ପୂର୍ଣ୍ଣ ଚନ୍ଦ୍ର ରାଉତ ସଭାପତି, ମାନସ କୁମାର ଦାଶ ସଂପାଦକ, ରତ୍ନାକର ରାଉତ କୋଷାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି । ଏଥିରେ ପ୍ରସ୍ତାବକ ଓ ସମର୍ଥକ ଭାବେ ପ୍ରଶାନ୍ତ ରାଉଳ, ବନବିହାରୀ ରାଉଳ, ପ୍ରଶାନ୍ତ ଓଝା, ସନ୍ଧ୍ୟାରାଣୀ ଦାଶ, ଲକ୍ଷ୍ମୀ ବାରିକ, ଜଗବନ୍ଧୁ ଜେନା ସମ୍ମତି ପ୍ରଦାନ କରିଥିଲେ । ସେହିପରି ୩୧ନଂ.ପାଣି ପଞ୍ଚାୟତ ଟିଲୋର ସଭାପତି ଭାବରେ ସୁଧିର ନାୟକ, ସଂପାଦକ ଭାବେ ପ୍ରବୀର ରାଉତ, କୋଷାଧ୍ୟକ୍ଷ ଭାବେ ରମେଶ ରାଜ ନିର୍ବାଚିତ ହୋଇଥିଲେ । ଏଥିରେ ନିର୍ବାହୀ କମିଟି ସଭ୍ୟ ଭଗବତୀ ନାୟକ, ଅରୁଣ କୁମାର ନାୟକ, ମଣି ଚରଣ ସାହୁ, ସ୍ନେହପ୍ରଭା ରାଉତ, ବିଦ୍ୟାଧର ଲେଙ୍କା, ସନାତନ ନାୟକ ପ୍ରସ୍ତାବକ ଓ ସମର୍ଥକ ଭାବରେ ସମ୍ମତି ପ୍ରଦାନ କରିଥିଲେ । ୨୮ନଂ. ପାଣି ପଞ୍ଚାୟତର ସଭାପତି ଭାବେ ଚନ୍ଦ୍ରମା ମହାନ୍ତି, ସଂପାଦକ ଭାବରେ ଗଣନାଥ ନାୟକ, କୋଷାଧ୍ୟକ୍ଷ ଭାବେ ସୂର୍ଯ୍ୟ ନାରାୟଣ ଜେନା ନିର୍ବାଚିତ ହୋଇଥିଲେ । ଏଥିରେ ନିର୍ବାହୀ କମିଟିର ସଭ୍ୟ ପଦ୍ମ ଚରଣ ଧଳ, ମଞ୍ଜୁଲତା ସ୍ୱାଇଁ, ଆନନ୍ଦ ପାଣିଗ୍ରାହୀ, କୌଶଲ୍ୟା ଜେନା, ବିଶ୍ୱନାଥ ବିଶ୍ୱାଳ, ଜିତେନ୍ଦ୍ର ଆରୁଖ୍ ପ୍ରମୁଖ ପ୍ରସ୍ତାବକ ଓ ସମର୍ଥକ ଭାବେ ସମ୍ମତି ପ୍ରଦାନ କରିଥିଲେ । ଏହି ନିର୍ବାଚନକୁ ନିର୍ବାଚନ ଅଧିକାରୀ ତଥା କନିଷ୍ଠ ଯନ୍ତ୍ରୀ ମନୋଜ କୁମାର ସେଠୀ, କର୍ମଚାରୀ ପ୍ରଶାନ୍ତ ରାଉତ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ