ଗୋପାଳଙ୍କ ବାଡିଖେଳ

ବନ୍ତ, (ଯୁଗାଦ୍ଧ ନ୍ୟୁଜ୍‌) : ଗଣିଜାଙ୍ଗ ପଞ୍ଚାୟତ ଦାସସାହି, ବେହେରା ସାହି, ନର୍ଦ୍ଧାସାହିର ୧୦୦ରୁ ଉର୍ଦ୍ଧ୍ୱ ଗୋପାଳ କୁମ୍ଭଭାର ନେଇ ଗ୍ରାମ ପରିକ୍ରମା କରିଥିଲେ । ସନ୍ଧ୍ୟାରେ ପୁରୁଣା ହରିହାଟ ଠାରେ ଶାଳଗାନ, ବାଡିଖେଳ, ଅଭିର ଖେଳ ଆଦି ଅନୁଷ୍ଠିତ ହୋଇଥିଲା । ପ୍ରାରମ୍ଭରେ ନିକଟସ୍ଥ ପୁସ୍କରିଣୀରୁ ସମସ୍ତ ଗୋପାଳ ମାନେ କୁମ୍ଭଭାରର କଳସ ବୁଡାଇବା ସହ ବାଜାରୋଷଣୀରେ ଗ୍ରାମ ପରିକ୍ରମା କରିଥିଲେ । ଏହି ଉତ୍ସବ ଉକ୍ତ ଗ୍ରାମରେ ଦୀର୍ଘ ବର୍ଷ ହେବ ଅନୁଷ୍ଠିତ ହୋଇଆସୁଛି । କାର୍ଯ୍ୟକ୍ରମ ପରିଚାଳନାରେ ପଞ୍ଚାନନ ଦାସ, ରାଜେନ୍ଦ୍ର ଦାସ, ସୁକାନ୍ତ ମୁଦୁଲି, ସନ୍ତୋଷ କବି, ଅମୂଲ୍ୟ ବେହେରା, ସୁଶାନ୍ତ ଦାସ, ଅଶୋକ ବାରିକ, ଶିବ ବାରିକ, ମୁକ୍ତିକାନ୍ତ ଦାସ ପ୍ରମୁଖ ସହୟତା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ