ମତଦାନବେଳେ ଆମ୍ଭେ ଅବିବେକୀ ହେଉ

ନିର୍ବାଚନ ହେଉଛି ଗଣତନ୍ତ୍ରର ମେରୁଦଣ୍ଡ । ନିର୍ବାଚନ ମାଧ୍ୟମରେ ନାଗରିକ ସରକାର ଗଠନ କରନ୍ତି । ଗଣତନ୍ତ୍ର ଜନମତ ଉପରେ ନିର୍ଭରଶୀଳ ଓ ଜନମତ ନିର୍ବାଚନ ମାଧ୍ୟମରେ ପରିପ୍ରକାଶ ହୁଏ । ଗଣତନ୍ତ୍ରର ସଫଳତା ଅବାଧ ଓ ନିରପେକ୍ଷ ନିର୍ବାଚନ ଉପରେ ନିର୍ଭର କରେ । ସମସ୍ତ ପରିସ୍ଥିରେ ନିଜକୁ ବିବେକୀ କହୁଥିବା ମତଦାତା ମତଦାନ ବେଳେ ଅଧିକ ଅବିବେକୀ ହୋଇପଡେ । ପ୍ରାର୍ଥୀଙ୍କର ବ୍ୟକ୍ତିଗତ ଗୁଣ, ଭାଷଣ ଦେବାର କଳା, ଆମ୍ଭ ମନରେ ଥିବା ଦଳପ୍ରତି ଆସ୍ଥା, ବିଶ୍ୱାସ, ଦଳର ନୀତି ଓ ଆଦର୍ଶପ୍ରତି ନିଷ୍ଠା, ନିର୍ବାଚନୀ ପ୍ରସଙ୍ଗ, ଦଳର ସଂଗଠନ, ଚମକ୍ରାରୀ ଓ ଚୁମ୍ବକୀୟ ଦଳୀୟ ନେତୃତ୍ୱ, ସରକାରୀ ଦଳର ସଫଳତା ଓ ବିଫଳତା, ଦଳୀୟ ପ୍ରଚାର ଶୈଳୀ ଆଦି ଦ୍ୱାରା ପ୍ରଭାବିତ ହୋଇ ଆମ୍ଭେ ଅ।।ମ୍ଭର ବିବେକର ଆହ୍ୱାନରେ ମତଦାନ ସାବ୍ୟସ୍ତ କରିଥାଉ । କିନ୍ତୁ ପ୍ରୀର୍ଥୀଙ୍କର ବାକ୍ଚାତୁରୀ(ମିଥ୍ୟା ପ୍ରଲୋଭାନ ପ୍ରତିଶ୍ରୁତି), ଛଡ଼ା ପରିବାରର ନିଷ୍ପତ୍ତି, ଜାତି, ଧର୍ମ ଓ ସଂପ୍ରଦାୟ, ଆଂଚଳିକତା, ଧନବଳ, ବାହୁବଳ, ଚଳଚ୍ଚିତ୍ର ଓ କ୍ରୀଡ଼ା ଜଗତର ତାରକାମାନଙ୍କ ଆକର୍ଷଣ ଓ ଗଣମାଧ୍ୟମର ଭୁମିକା ଇତ୍ୟାଦି ଦ୍ୱାରା ପ୍ରଭାବିତ ହୋଇ ପକ୍ଷପାତ ଭତ୍ତିରେ ଆମ୍ଭ ଆମ ମତଦାନ ସାବ୍ୟସ୍ତ କରୁ । ନିଜ ନିର୍ବାଚନ ମଣ୍ଡଳୀର ଲୋକଙ୍କ କଥା ବୁଝିବାପାଇଁ ନିର୍ବାଚିତ ଚଳଚ୍ଚିତ୍ର ଓ କ୍ରୀଡ଼ା ଜଗତର ତାରକାମାନଙ୍କର ପାଖରେ ସମୟ ନଥାଏ । ତଥାପି ସେମାନଙ୍କୁ ପ୍ରାର୍ଥୀ କରାଯାଉଛି ଆମ୍ଭ ଆମ ବିବେକ ବିରୁଦ୍ଧରେ ଯାଇ ସେମାନଙ୍କୁ ନିର୍ବାଚିତ କରୁଛୁ । ବଂଶବାଦ ଦ୍ୱାରା ମଧ୍ୟ ପ୍ରଭାବିତ ହୋଇ ମତଦାତାମତଦାନ କରିଆସୁଛନ୍ତି । ମତଦାତାଙ୍କ ବ୍ୟବହାରକୁ ପ୍ରଭାବିତ କରୁଥିବା ଏହି ନିର୍ଣ୍ଣାୟକ ଗୁଡ଼ିକ ମତଦାତାଙ୍କ ଅବିବେକୀ ଗୁଣର ପରିପ୍ରକାଶ କରିଥାଏ । ଭାରତରେ ଜନମତ ପରିପ୍ରକାଶ କରିବା ଦିଗରେ ସବୁଠାରୁ ବଡ ପ୍ରତିବନ୍ଧକ ହେଉଛି ଅଶିିକ୍ଷିତ ମତଦାତା । ଏମାନେବିଭିନ୍ନ ରାଜନୈତିକ ଦଳ ଓ ପ୍ରାର୍ଥୀ ସଂପର୍କରେ ତଥ୍ୟ ସଂଗ୍ରହ ଓ ମୂଲ୍ୟାଙ୍କନ କରିବା ଦିଗରେ ଅତ୍ୟନ୍ତ ଉଦାସିନ । ନିର୍ବାଚନରେ ଗଣମାଧ୍ୟମର ଭୁମକା ଗୁରୁତ୍ୱ ପୂର୍ଣ୍ଣ ହୋଇଥିଲେ ମଧ୍ୟ ବର୍ତ୍ତମାନର ଭୁମିକା ଭିନ୍ନ । ପ୍ରାୟ ସବୁ ଦଳ କୈାଣସି ନା କୈାଣସି ଗଣମାଧ୍ୟମକୁ ନିଜ ପ୍ରଚାରର ଏକ ମାଧ୍ୟମ କରିଥାଆନ୍ତି । ଦେୟ ଖବରମାଧ୍ୟମରେ ଜନମତକୁ ପ୍ରଭାବିତ କରିøାବା ହେଇଛି ଏକ ନୂଆ ଚାଲ । ନିର୍ବାଚନ ସମୟରେ କୈାଣସି ଦଳ ସପକ୍ଷରେ ଗଣମାଧ୍ୟମ କୃତ୍ରିମ ହାଓା ସୃଷ୍ଟିକରନ୍ତି । ନିର୍ବାଚନ ପୂର୍ବରତାଜା ସଦ୍ୟ ବା ଘଟଣାଣାକୁ ଏମାନେ ଗଣମାଧ୍ୟମ ଦ୍ୱାରା ପକ୍ଷପାତ ନୀତିରେ ପଡ୍ରଭାବିତ କରିବାକୁ ଚାହାନ୍ତି । ସମ୍ବାଦ ପତ୍ର ଓ ବିଭିନ୍ନ ଟେଲିଭିଜନ ଚାନେଲର ମାଲିକ ମାନେ ଏବେ ବହୁ ସଂଖ୍ୟାରେ ରାଜନୀତିରେ ଅଂଶଗ୍ରହଣ କରୁଥିବାରୁ ଗଣ ମାଧ୍ୟମ ତାହାର ନିରପେକ୍ଷ ଭୂମିକା ରକ୍ଷା କରିପାରୁନାହିଁ । ମତଦାତାମାନେ ସାଧାରଣ ସମୟରେ ଅତି ବିବେକୀ ଅଟନ୍ତି । କିନ୍ତୁ ନିର୍ବାଚନ ସମୟରେ ଉପରୋକ୍ତ ନିର୍ଣ୍ଣାୟକ ଗୁଡ଼ିକ ମତଦାତାଙ୍କ ଆଚରଣକୁ ଅନେକ ମାତ୍ରାରେ ପ୍ରଭାବିତ କରିଥାଏ ଏବଂ ସେ ନିଜ ବିବେକର ସଂପୂର୍ଣ୍ଣ ନିୟନ୍ତ୍ରଣରୁ ବାହରକୁ ଚାଲିଆସେ । ବେଳେ ବେଳେ ନୂତନତ୍ୱ୍ୱପ୍ରତି ଆଗ୍ରହ, ନୂଆଦଳ ପ୍ରତି ଇଛୁକତା, ପରିବର୍ତ୍ତନ ପାଇଁ ମନ ଇତ୍ୟାଦି କାରଣରୁ ମତଦାତାଙ୍କ ମନ ଚଳଚଂଚଳ ହୋଇଥାଏ । ବିନା କାରଣରେ କେବଳ ପରିବର୍ତ୍ତନ ପାଇଁ ପରିବର୍ତ୍ତନ ଆଶାରେ ମତଦାତାଙ୍କ ମନରେ ଗୋଟିଏ ନିର୍ଦ୍ଦିଷ୍ଟ ଦଳ ପ୍ରତି ଆଗ୍ରହ ସୃଷ୍ଟି ହୁଏ । ଚଂଚଳମନା ଓ ଆବେଗ ର ବଶବର୍ତ୍ତୀ ହୋଇ ମତଦାତା ପରୀକ୍ଷା ମୂଳକ ଭାବେ ଗୋଟଏ ନୂତନ ଦଳ ସପକ୍ଷରେ ମତଦାନ କରିଥାନ୍ତି । ଆମ୍ଭ ନିର୍ବାଚନର ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହେଲା ରାଜନୀତିର ଅପରାଧୀକରଣ । ଅପରାଧିକ ପୃଷ୍ଠଭୂମି ଥିବା ପ୍ରାର୍ଥୀଙ୍କ ଠାରୁ କେମିତି ମୁକ୍ତି ମିଳିବ? ଏହାକୁ ନେଇ ବିଭିନ୍ନ ମଂଚରେ ଅନେକ ଆଲୋଚନା, ବିତର୍କ ହୋଇଛି । ଏହା କେବଳ ସଂବିଧାନିକ ଓ ଆଇନଗତ ବ୍ୟବସ୍ଥା ଦ୍ୱାରା ସଂଭବ ନୁହେଁ । ଅପରାଧୀଙ୍କୁ ରୋକିବା ପାଇଁ ଆଇନ ଆମକୁ ସାହାଯ୍ୟ କରେ ଓ ଏହାକୁ ଅଧିକ କଡା କଡ କରାଯାଇ ପାରେ । କିନ୍ତୁ ଅନେକ ଅପରାଧୀବାସ୍ତବରେ ଅପରାଧୀ ହୋଇଥିଲେ ମଧ୍ୟ ସାକ୍ଷୀ ଓ ପ୍ରମାଣ ଅଭାବରୁ ଖସି ଯାଆନ୍ତି । ଏହାକୁ କେବଳ ରାଜନୈତିକ ଦଳ ମାନଙ୍କର ଆଭ୍ୟନ୍ତରୀଣ ଗଣତନ୍ତ୍ର, ଓ ସଂସ୍କାର ଦ୍ୱାରା ରୋକା ଯାଇପାରିବ । ବିଗତ ନିର୍ବାଚନରେ ୯୦୦ କୋଟି ଖର୍ଚ୍ଚ ହୋଇଥିଲା । ଏଥର ୧୪୦୦କୋଟି ଖର୍ଚ୍ଚ ହେବାର ଅନୁମାନ କରାଯାଏ । ଭାରତର ପ୍ରତ୍ୟେକ ଲୋକ ଉପରେ ୨୦ ଟଙ୍କାର ନିର୍ବାଚନ ପରିଚାଳନାଭାର ପଡିବ । ବିଶ୍ୱରେ ଗଣତନ୍ତ୍ର ଅମ ପାଇଁ ସ୍ୱତନ୍ତ୍ର ପରିଚୟ ସୃଷ୍ଟ କରିଛି । ଆମ ଗଣତନ୍ତ୍ରର ମୁଲ୍ୟବୋଧକୁ ଟଙ୍କା ଦ୍ୱାରା ତୁଳନା କରାଯାଇ ପାରିବ ନାହିଁ । ଏହା ଠାରୁ ମୁଣ୍ଡ ବ୍ୟଥାର କାରଣ ହେଲା ପ୍ରାର୍ଥୀଙ୍କ ଦ୍ୱାରା ଖର୍ଚ୍ଚକରାଯାଉଥିବା କଳା ଟଙ୍କା । ଏହାକୁ ରୋକାଯିବା ନିମନ୍ତେ କୈାଣସି ଉପାୟ କାମ କରୁନାହିଁ କି ଏହାର ସୂତ୍ର ଆମେ ଆଜି ପର୍ଯ୍ୟନ୍ତ ବାହାର କରିପାରି ନାହୁଁ । ନିର୍ବାଚନର ଅନ୍ୟ ଏକ ପ୍ରସଙ୍ଗ ହେଲା ମତଦାତାଙ୍କ ମତଦାନର ପରିମାଣ । ଯଦି ।ାମେ ଦେଖିବା ତେବେ ସବୁଠାରୁ ଅଧିକ ସଂଖ୍ୟାରେ ଭୋଟଦାନ କରନ୍ତି ଗ୍ରାମାଚଂଳର ଲୋକେ । ସହରାଚଂଳର ଉଚ୍ଚ ଶିକ୍ଷିତ, ଧନୀବ୍ୟକ୍ତି, ଅମଲାତନ୍ତ୍ରୀ ମାନେ ଭୋଟ ଦେବାରେ ଉଦାସୀନ ରହନ୍ତି । ଏମାନଙ୍କ ସଂଖ୍ୟା ଲୋକସଭା ନିର୍ବାଚନ ଠାରୁ ବିଧାନ ସଭା ନିର୍ବାଚନରେ ଟିକିଏ ଅଧିକ ଓ ନଗରପାଳିକା ଓ ପଂଚାୟତ ନିର୍ବାଚନରେ ସବୁଠାରୁ କମ । ଅନ୍ୟ ଦେଶରେ ଶିକ୍ଷିତ ବ୍ୟକ୍ତିମାନେ ଅଧିକ ସଂଖ୍ୟାରେ ଭୋଟ ଦେଉଥିଲା ବେଳେ ତାହା ଆମ ଦେଶରେ ଉଣା । ଗ୍ରାମାଚଂଳର ଅନୁସୂଚିତ ଜାତି, ଜନ ଜାତ, ପଛୁଆ ବର୍ଗ ଓ ମହିଳା ବର୍ତ୍ତମାନ ବହୁ ସଂଖ୍ୟାରେ ମତଦାନ କରୁଛନ୍ତି ।ଏମାନଙ୍କ ସଂଖ୍ୟା ଦେଶର ଜନ ସଂଖ୍ୟାର ୭୦ ପ୍ରତିଶତ ହୋଇଥିଲେ ମଧ୍ୟ ଏମାନେ ସମଗ୍ର ଦେଶରେ ବିସ୍ତାରିତ ହୋଇ ରହିଛନ୍ତି । ଏକତ୍ରିତ ହୋଇ ଏମାନେ ରାଜନେତାଙ୍କ ଭାଗ୍ୟ ନିର୍ଦ୍ଧାରଣ କରିପାରିବା ସଂଭବ ନୁହେଁ । ବିଭିନ୍ନ ଜାତି ଓ ଉପ ଜାତିରେ ବିଭକ୍ତ ଯୋଗୁ ଏମାନେସଂଗଠିତ ହୋଇ କାର୍ଯ୍ୟ କରିବା ସଂବବ ନୁହେଁ । ଓଡ଼ିଶାରେ ଜାତି ରାଜନୀତି ଅତ୍ୟନ୍ତ ଶିଥୀଳ ।ଏହା ଆମ୍ଭ ପାଇଁ ଏକ ଖୁସୀର ଖବର ହୋଇଥିଲେ ମଧ୍ୟ ଏହାର ଅନ୍ୟ ଦିଗ ଆମ୍ଭଙ୍କୁ ନିରାଶ କରେ । ଏହା ଏହି ବର୍ଗର ସାମାଜିକ ସଚେତନତାର ଅଭାବକୁ ଇଙ୍ଗିତ କରେ । ଉତ୍ତର ପ୍ରଦେଶ ଓ ବିହାର ଭଳି ଓଡିଶାରେ ପଛୁଆ ବର୍ଗ ଓ ଦଳିତ ଶ୍ରେଣୀ ନିଜ ପରିଚୟ ଓ ଅଧିକାର ପ୍ରତି ଅଧିକ ସଚେତନ ନୁହନ୍ତି । ସଚେତନତାର ଅଭାବ କାରଣରୁ ଓଡ଼ିଶାରେ ଜାତିଗତ ରାଜନୀତି ନାହିଁ ବୋଲି କୁହାଯିବ କି ? ସମାଜବିଜ୍ଞାନୀଙ୍କ ପାଇଁ ଏହା ଏକ ଜଟିଳ ପ୍ରଶ୍ନ ।ଉତ୍ତର ପ୍ରଦେଶ, ବିହାର, ମହାରାଷ୍ଟ୍ର ଆଦି ରାଜ୍ୟରେ ପ୍ରତ୍ୟେକ ଜାତି ନିଜ ନିଜର ପରିଚୟ ଓ ଅଧିକାର ପାଇଁ ସଂଘର୍ଷରତ । ସେମାନ ସେମାନଙ୍କ ପରିଚୟକୁ ବଂଚାଇରଖିବା ପାଇଁ ରାଜନୈତିକ କାର୍ଯ୍ୟକଳାପରେ ଭାଗ ନେଉଛନ୍ତି । ଏହି କାରଣରୁ ସେଇଠି ରାଜନୀତରେ ଜାତିର ପ୍ରଭାବ ଅଧିକ । ଉତ୍ତର ପ୍ରଦେଶ ଓ ବିହାର, ଆଦି ରାଜ୍ୟରେ ମାୟାବତୀ, କଲ୍ୟାଣ ସଂହ, ମୁଲାୟାମ, ଅଖିଳେଶ, ନିତିଶ, ଲାଲୁ ପ୍ରସାଦଆଦଙ୍କ ଭଳିି ଦଳିତ ଓ ପଛୁଆ ବର୍ଗଙ୍କ ହାତକୁ ଶାସନ କ୍ଷମତା ଆସିଥିଲେ ମଧ୍ୟ ସେଠାରେ ଦଳିତ ଓ ପଛୁଆ ବର୍ଗଙ୍କ ଆର୍ଥକ-ସାମାଜିକ ପରିବର୍ତ୍ତନରେ ବିଶେଷ ପାର୍ଥକ୍ୟ ପରିଲିକ୍ଷିତ ହୋଇନାହିଁ । ଏହାର କାରଣ କୈାଣସି ସାର୍ଥକ ରାଜନୈତିକ ଏଜେଣ୍ଡାର ଅଭାବ । ବର୍ତ୍ତମାନର ପ୍ରଲୋଭିତ କାର୍ଯ୍ୟକ୍ରମ, ଯୋଜନା, ବିଭିନ୍ନ ସ୍କିମ ଏମାନଙ୍କୁ ବହୁ ସଂଖ୍ୟାରେ ମତଦାନ ପାଇଁ ଉତ୍ସାହିତ କରୁଛି । ଉଚ୍ଚ ଶିକ୍ଷିତ, ପୁଂଜିପତି, ଧନୀବ୍ୟକ୍ତି, ଅମଲାତନ୍ତ୍ରୀ ମାନେ ମାତଦାନ ପ୍ରତି ଉଦାସୀନ ରହିବାର କାରଣ ହେଲା ଯେ ଅଧିକାଂଶ ସରକାରୀ ଯୋଜନା ଓ କାର୍ଯ୍ୟକ୍ରମ ଏମାନଙ୍କ ପାଇଁ ନୁହେଁ ବୋଲି ଭାବିବା । ଅଧିକାଂଶ ପଛୁଆବର୍ଗର ଲୋକମାନେ ରାଜ୍ୟ ବାହାରେ କାମ କରନ୍ତି, ସେମାନଙ୍କ ପରିବାର ନିଜ ନିଜ ରାଜ୍ୟରେ ଅଛନ୍ତି । କେତେ ପରିବାର ଘରେ ତାଲା ପକାଇ ବାହାର ରାଜ୍ୟକୁ ଚାଲିଯାଇଛନ୍ତି । ଏମାନଙ୍କ ସ୍ୱଲ୍ପକାଳୀନ ଅନୁପସ୍ଥିତି କାରଣରୁ ଭୋଟର ଲିଷ୍ଟରୁ ସେମାନଙ୍କ ନାମ ହଟି ନାହିଁ । ଏମାନଙ୍କୁ ଚିହ୍ନଟ କରାଯାଇ ଏକ ସ୍ୱତନ୍ତ୍ର ତାଲିକା ଭୋଟ ଦାନ କେନ୍ଦ୍ରରେ ରହିବା ଉଚିତ । ଏମାନେ ମଧ୍ୟ ହାରିବା ଜିତିବାରେ ମୁଖ୍ୟ ଭୂମିକା ଗ୍ରହଣ କରିନ୍ତି । ମତଦାନ କକ୍ଷର ଅଧିକାରୀ ମାନେ ଏମାନଙ୍କୁ ଚିହ୍ନଟ କଲାବେଳେ ସ୍ୱତନ୍ତ୍ର ଧ୍ୟାନ ଦେବା ଉଚିତ । ଏମାନେ ଭୋଟ ଦେଲା ବେଳେ ଫଟୋ ନିଆଯିବା ସବୁଠାରୁ ଉତ୍ତମ ହେବ । ଆମ୍ଭର ସଂଘୀୟ ବ୍ୟବସ୍ଥାର ଜଟିଳତା କାରଣରୁ ରାଜ୍ୟ ବିଧାନମଣ୍ଡଳ ଓ କେନ୍ଦ୍ର ସଂସଦ ପାଇଁ ଏକକ ନିର୍ବାଚନ ସଂଭବ ନୁହେଁ । ତେଣୁ ଏହା ଉପରେ ଅଧିକ ବିର୍ତକର ପ୍ରୟୋଜନ ନାହିଁ । ଆମ୍ଭ ଗଣତନ୍ତ୍ରର ସବୁଠାରୁ ଦୁର୍ବଳ ଦିଗଟି ହେଲା ସଂଖ୍ୟାଗରିଷ୍ଠ ଶାସନକୁ ନେଇ ସମସ୍ୟା । ଅର୍ଥତ ୩୦ ପ୍ରତିଶତ ଭୋପାଇଥିବା ଦଳ ଓ ପ୍ରାର୍ଥ ୭୦ ପ୍ରତିଶତ ଲୋକଙ୍କ ଉପରେ ଶାସନ କରନ୍ତି । ଏହି ବ୍ୟବସ୍ଥାକୁ ଇଂରାଜୀରେ ଫାଷ୍ଟ ପାଷ୍ଟଦି ପୋଷ୍ଟ ବ୍ୟବସ୍ଥା କୁହାଯାଏ । ବହୁ ଦଳୀୟ ବ୍ୟବସ୍ଥା କାରଣରୁ କୈାଣସି ଦଳ ୫୦ ପ୍ରତିଶତ ମତଦାନ ନପାଇ ମଧ୍ୟ ନିର୍ବାଚିତ ଘୋଷିତ ହେଉଛି । ଏହାର ଏକ ମାତ୍ର ନିରାକରଣ ହେଲା ଦ୍ୱିତୀୟ ଥର ପାଇଁ ନିର୍ବାଚନ କରାଇବା । ପ୍ରଥମ ଦିନ ନିର୍ବାଚନ ଘୋଷଣାରେ ଯଦି କୈାଣସି ପ୍ରର୍ଥୀ ୫୦ପ୍ରତିଶତରୁ ଅଧିକ ମତ ପାଇ ନଥାଏ ତେବେ ତାହାଙ୍କୁ ନିର୍ବାଚିତ ଘୋଷିତ କରାନଯାଉ । ତାହାହେଲେ ୫୦ ପ୍ରତିଶତ ମତନପାଇ ସର୍ବାଧିକ ମତ ପାଇଥିବା ପ୍ରାର୍ଥୀକୁ ନିର୍ବାଚିତ ଘୋଷଣା କରାଯିବା ଯୁଗ ଶେଷ ହେବ । ଅର୍ଥାତ୍ଅନ୍ୟ ପ୍ରାର୍ଥୀଙ୍କୁ ନିର୍ବାଚନ ପ୍ରକ୍ରିୟାରୁ ବାଦ ଦିଆଯାଇ, ଯେଉଁ ଦୁଇ ପ୍ରାର୍ଥୀ ସର୍ବାଧୀକ ମତ ପାଇଛନ୍ତି ସେମାନଙ୍କ ପାଇଁ ପୁଣିଥରେ ମତଦାନ କରାଗଲେ ସେଇ ଦୁଇଜଣଙ୍କ ମଧ୍ୟରୁ ଯିଏ୫୦ପ୍ରତିଶତରୁ ଅଧିକା ମତ ପାଇବ ତାହାକୁ ନିର୍ବାଚିତ କରାଯିବା ଉଚିତ । ତେବେ ଯାଇ ଆମ୍ଭ କହିବା ଏହା ସଂକୟାଗରିଷ୍ଠତାର ଶାସନ । କିନ୍ୁ ଭାରତ ଭଳି ଏକ ବିକାଶଶୀଳ ରାଷ୍ଟ୍ରରେ ଦ୍ୱିତୀୟ ଦିନ ନିର୍ବାଚନ କରାଇବା ଏକ ବ୍ୟୟବହୁଳ ବ୍ୟପାର । ନିର୍ବାଚନର ଅନ୍ୟଏକ ସଦ୍ୟ ପ୍ରସ୮୍ଗ ହେଉଛି ପ୍ରାର୍ଥୀଙ୍କର ବୟସ । ରାଜନେତାଙ୍କ ବୟସକୁ ନେଇ ଆମ୍ଭ ମାନଙ୍କ ମଧ୍ୟରେ ଏବେ ଚର୍ଚ୍ଚା ଯୋର ଧରିଛି । କେତେକ ବରିଷ୍ଠ ନେତାଙ୍କୁ ନିର୍ବାଚନରେ ଭାଗ ନେବା ପାଇଁ ବାରଣ କରାଯାଉଛି । ରାଜନୀତି ଏକ ଶାରୀରିକ ଶ୍ରମ ବିଷୟ ନିହେଁ । ତେଣୁ ୬୦/୭୦ ବର୍ଷ ପରେ ରାଜନୀତିରୁ ସନ୍ନ୍ୟାସ ନେବାର କୈାଣସି ଆବଶ୍ୟକତା ନାହିଁ । ବ୍ୟକ୍ତିର ବୟସ ଯେତେ ବଢିଥାଏ ତାର ବୁଦ୍ଧିର ପରିପକକ୍ୱତା ସେତିକି ବଢିଥାଏ । ଦେଶର ଲେଖକ, ଦାର୍ଶନିକ ଓ ବୁଦ୍ଧୀଜୀବୀ ମାନଙ୍କ ପାଇଁ କୈାଣସି ବୟସ ସୀମା ନିର୍ଦ୍ଧାରଣ କରାଯିବା ଉଚିତ ନୁହେଁ । ଶାରୀରିକ ଓ ବୈାଦ୍ଧିକ କ୍ଷମତା ଦୁର୍ବଳ ହେଲେ ବ୍ୟକ୍ତି ଆପେ ଅପେ ରାଜନୀତିରୁ ଦୂରେଇଯିବ । କିନ୍ତୁ ଦିନକୁ ଦିନ ଆମ ନିର୍ବାଚନରେଧୋତିବାଲାଙ୍କ ସଂଖ୍ୟା କମିବାରେ ଲାଗିଛିଏବଂ ପ୍ୟାଂଟ ପିନ୍ଧା ଯୁବ ଗୋଷ୍ଠୀର ସଂଖ୍ୟା ବଢିବାକୁ ଲାଗିଛି । ଏହା ଆମ୍ଭ ପାଇଁ ଏକ ଶୁଭ ଲକ୍ଷଣ ହେଲେ ମଧ୍ୟ ବୈାଦ୍ଧିକ ଦୃଷ୍ଟିରୁ ଶୁଭଙ୍କର ନୁହେଁ । ଶେଷରେ କହିରଖେଯେ ରାଜନୈତିକ, ଜାତିଗତ, ଧାର୍ମିକ, ଭାଷାଗତ ଆଦି ସାମାଜିକ ଓ ସାଂସ୍କୃତିକ ବୈଷମ୍ୟ ସତ୍ୱେ ଆମ୍ଭେ ଅମ୍ଭ ଗଣତନ୍ତ୍ରକୁ ଜୀବୀତ ରଖିବା ପାଇଁ ସଂଘର୍ଷ କରିଆସୁଛୁ । ଆମ ଗଣତନ୍ତ୍ରରେ ଏହାଠାରୁ ଆଉ କୈାଣସି ବଡ ବିଶେଷତ୍ୱ ନାହିଁ ।

ଦାଶରଥି ଭୂୟାଁ
ଅଧ୍ୟାପକ, ସ୍ନାତକୋତ୍ତର ରାଜନୀତି ବିଜ୍ଞାନ ବିଭାଗ, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ, ଭଂଜବିହାର, ବ୍ରହ୍ମପୁର

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ