ଯମୁନା ସ୍ନାନରେ ଦୋଳ ମେଳଣ ଉତ୍ସବ

ନାଉଗାଁ, : ଗଂଗଦାସ୍ଥିତ ଗୋବରୀ ନଦୀ ପଠାର ଜମୁନା ସ୍ନାନ ମେଳଣ ପଡିଆରେ ଦୋଳ ମେଳଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ହୋଲି ରାତି ପାହଁନ୍ତାରେ କୋରୁଅ, ଗଂଗଦା, ତିରୁଣା, ଡେରିକି, ଉର, ତେଂଟୋଇ-୧, ତେଂଟୋଇ-୨, ନରଣପୁର, ଓଷକଣା-୧, ଓଷକଣା-୨, ଭଣ୍ଡିସାହି, ପଥରପକ୍କା, ଶାଳିଜଙ୍ଗା, ବୋଦଳ ଆଦି ଗ୍ରାମର ୧୪ ଟି ଦୋଳ ବିମାନରେ ରାଧାକୃଷ୍ଣଙ୍କୁ ସୁସଜ୍ଜିତ କରାଯାଇ ଶୋଭାଯାତ୍ରାରେ ମେଳଣ ପଡିଆକୁ ଅଣାଯାଇଥିଲା । ଏହି ୧୪ଟି ଦୋଳ ବିମାନ ମେଳନ ପଡିଆରେ ଏକଜୁଟ ହେବା ପରେ ଆସ୍ଥାନ ବିଜେ କରିଥିଲେ । ଏହାପରେ ଗୋବରୀ ନଦୀର ଜଳରେ ରାଧାକୃଷ୍ଣ ପ୍ରତିମୂର୍ତିକୁ ସ୍ନାନ କରାଯାଇ ଯଥାରୀତି ପୂର୍ବକ ପୂଜାର୍ଚ୍ଚନା କରାଯାଇଥିଲା । ସ୍ଥାନୀୟ ସଂର୍କିତନ ମଣ୍ଡଳୀ ପକ୍ଷରୁ ଦିନ ତମାମ ନାମ ସଂକୀର୍ତନ କରାଯାଇଥିବା ବେଳେ ସଂଧ୍ୟା ପୂର୍ବରୁ ଦୋଳ ବିମାନ ଗୁଡିକ ମେଳଣ ପଡିଆରୁ ନିଜ ନିଜ ଗାଁକୁ ନିଆ ଯାଇଥିଲା । ଏହି ମେଳନ ଉତ୍ସବକୁ ଦେଖିବା ପାଇଁ ସ୍ଥାନୀୟ ବିଧାୟକ ପ୍ରଶାନ୍ତ ମୁଦୁଲି, ଜଗତସିଂହପୁର ବିଜୁ କୃଷକ ମୋର୍ଚ୍ଚାର ସଭାପତି ପ୍ରକାଶ ବସ୍ତିଆ, ପଂଚାୟତ ସମିତି ଅଧ୍ୟକ୍ଷ ଜଗନ୍ନାଥ ଦାସ, ଜିଲ୍ଲା ପରିଷଦ ସଭ୍ୟ ସୁବଳ ବେହେରାଙ୍କ ସମେତ ଶହ ଶହ ଶ୍ରଦ୍ଧାଳୁଙ୍କର ସମାଗମ ହୋଇଥିଲା । ସେହିପରି ନାଉଗାଁ ବଜାରସ୍ଥିତ ନୂତନ ବସଷ୍ଟାଣ୍ଡ ନିକଟ ହନୁମାନ ମନ୍ଦିର ସମ୍ମୁଖରେ ବିଭିନ୍ନ ଗ୍ରାମରୁ ୧୦ଟି ଦୋଳ ବିମାନକୁ ନେଇ ମେଳଣ କରାଯାଇ ଯଥାରୀତି ପୂର୍ବକ ପୂଜାର୍ଚ୍ଚନା କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ