କୃଷି ଓ ଆନୁସଂଗିକ କାର୍ଯ୍ୟ ସଂପର୍କୀତ କର୍ମଶାଳା
ବନ୍ତ, (ଯୁଗାଦ୍ଧ ନ୍ୟୁଜ୍) : ଓଡିଶା ଜୀବିକା ମିଶନ ଆନୁକୂଲ୍ୟରେ ବନ୍ତ ବ୍ଲକ ସମ୍ମିଳନୀ କକ୍ଷରେ କୃଷି ଓ ଆନୁସଙ୍ଗିକ କାର୍ଯ୍ୟ ପନ୍ଥା ବିଷୟରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ବିଡିଓ ରେବେକା ବିଲୁଙ୍ଗ ଏହି କର୍ମଶାଳାକୁ ଉଦ୍ଘାଟନ କରିଥିଲେ । ବିଏଲ୍ସି ଓଏଲ୍ଏମ୍ ବନଜ କୁମାର ବାରିକଙ୍କ ପରିଚାଳନାରେ ଅନୁଷ୍ଠିତ କର୍ମଶାଳାରେ ଏଏଓ ରମେଶ ଚନ୍ଦ୍ର ରାୟ, ଏଏଫଓ ଶୁଭସ୍ମିତା ଘଡେଇ, ବିଭିଓ ଡମ୍ବରୁଧର ସାମଲ, ଡିପିଏମ୍ ସଞ୍ଜୟ କୁମାର ବାରିକ, ସିଡିପିଓ ରେଣୁବାଳା ଦାଶ, ବିପିସି ଚିରଞ୍ଜୀବ୍ ଦାଶ ଯୋଗ ଦେଇଥିଲେ । ପ୍ରାରମ୍ଭରେ ବିପିଏମ୍ ବୀଣାପାଣି ପଣ୍ଡା କର୍ମଶାଳାର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ଓଡିଶା ଜୀବିକା ମିଶନ ସହଯୋଗରେ କିପରି ସ୍ୱୟଂ ସହାୟକ ଗୋଷ୍ଠୀଙ୍କର କୃଷି କ୍ଷେତ୍ରରେ ସ୍ୱାବଲମ୍ବନ ସହ ପ୍ରଗତିଶୀଳ ଆର୍ଥର୍ିକ ବ୍ୟବସ୍ଥାରେ ସହଯୋଗ ହୋଇପାରିବ ସେ ବିଷୟରେ ଆଲୋଚନା ହୋଇଥିଲା ।


