ଛୟାଳସିଂରେ ନିଶି ପ୍ରହରୀ ନାମଯଜ୍ଞ
ବନ୍ତ, (ଯୁଗାଦ୍ଧ ନ୍ୟୁଜ୍) : ଛୟାଳସିଂ ଜେନା ସାହିରେ ୨ ଦିନ ଧରି ନିଶି ପ୍ରହରୀ ନାମ ଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ନାମଯଜ୍ଞ ପ୍ରାଣବନ୍ଧୁ ଜେନା, ହରେକୃଷ୍ଣ ଜେନା, ବଳରାମ ଜେନାଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା । ପ୍ରାରମ୍ଭରେ ମା ସିଂହବାହିନୀ ପୁସ୍କରିଣୀରୁ ୮ଗୋଟି କଳସ ଅଣାଯାଇ ଘଟସ୍ଥାପନା ପୂର୍ବକ ପୂଜା କାର୍ଯ୍ୟ ଆରମ୍ଭ ହୋଇଥିଲା । ଦୀପାଳୀ ହାଣ୍ଡି ପଞ୍ଚାନନ ଜେନା ଧାରଣ କରିଥିବା ବେଳେ କାର୍ତ୍ତିକ ଚନ୍ଦ୍ର ଜେନା ସ୍ତ୍ରୋତ୍ରଭାର ଧାରଣ କରିଥିଲେ । ନିଶି ପ୍ରହରୀ ନାମ ଯଜ୍ଞରେ ମା ମଂଗଳା ମାତୃମଣ୍ଡଳୀ ମହିଳା କୀର୍ତ୍ତନ ମଣ୍ଡଳୀ, ଅଁରା ଗ୍ରାମର ଅଭିରାମ ଜେନା ଓ ସାଥିମାନେ ମଧ୍ୟ େ ଯାଗ ଦାନ କରିଥିଲେ । ଉକ୍ତ ୨ ଦିବସୀୟ କାର୍ଯ୍ୟକ୍ରମକୁ ଗଜେନ୍ଦ୍ର ଜେନା, ଭାଗବତ ଜେନା, ମଣ୍ଟୁ ଜେନା, ସନାତନ ଜେନା, କ୍ରିଷ୍ଣା ଜେନା, କାଠିଆ ଜେନା, ଦୁଃଖିରାମ ଜେନା ସହଯୋଗ କରିଥିଲେ । ପରଦିନ ନଗର କୀର୍ତ୍ତନରେ ରାଧାକୃଷ୍ଣ ମୃଖ୍ୟ ଆକର୍ଷଣ ପାଲଟି ଥିବା ବେଳେ ଗ୍ରାମ ପରିକ୍ରମା କରାଯାଇ ସନ୍ଧ୍ୟାରେ ଦଧିଭାଣ୍ଡ ଭଗାଂ ଯାଇଥିଲା ।


