ରାଇରଙ୍ଗପୁର ବନଖଣ୍ଡ ପକ୍ଷରୁ ବିଭିନ୍ନ ଜଙ୍ଗଲ ସୂରକ୍ଷା ସମିତିକୁ ନେଇ ବୈଠକ
ରାଇରଙ୍ଗପୁର:ମୟୁରଭଞ୍ଜ ଜିଲ୍ଲା ବହଳଦା ବନାଞ୍ଚଳ ଅନ୍ତର୍ଗତ ଝରାଡିହି ସେକସନର ବିଭିନ୍ନ ଜଙ୍ଗଲ ସୂରକ୍ଷାସମିତି ସହିତ ବନବିଭାଗ ପକ୍ଷରୁ ଗୁରତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି।ରାଇରଙ୍ଗପୁର/ବାମାନଘାଟି ବନାଞ୍ଚଳ ଅଧିକାରୀ(ଡିଏଫଓ) ଡ.ଅରୁଣ କୁମାର ମିଶ୍ର’ଙ୍କ ଉପସ୍ଥିତିରେ ଝରାଡିହି ସେକ୍ସନର ରାମଗଡ,ନନ୍ଦାବସା,ଅସୁରଘାଟୀ ଓ ସୁରଦା ଗ୍ରାମରେ ବନ ସୂରକ୍ଷା ସମିତିର ସଭାପତି,ଉପସଭାପତି,କୋଷାଧ୍ୟକ୍ଷ’ଙ୍କ ସମେତ ସଭ୍ୟ/ସଭ୍ୟା’ଙ୍କୁ ନେଇ ଅନୁଷ୍ଠିତ ହୋଇଥିବା ବୈଠକରେ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ବିଷୟରେ ଆଲୋଚନା ହୋଇଥିଲା।ଏହି ବୈଠକ ଗୁଡିକରେ ଶ୍ରୀ ମିଶ୍ର’ଙ୍କ ସହିତ ରାଇରଙ୍ଗପୁର ବନଖଣ୍ଡର ବିଷୟବସ୍ତୁ ଭିତ୍ତିକ ବିଶେଷଜ୍ଞ ତ୍ରୀଲୋଚନ ରାୟ,,ରାଇରଙ୍ଗପୁର ବନଖଣ୍ଡ ବନପାଳ ସତ୍ୟବ୍ରତ ପଟ୍ଟନାୟକ,ବହଳଦା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ ସଂଯୋଜକ ଗୋବିନ୍ଦ ମାଝୀ,ବହଳଦା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ ସଂଯୋଜିକା ଶ୍ରୀମତୀ ଶିକ୍ଷା କୁମାରୀ ଆଠଘୋରା,ସମାଜ ସେବୀ ଲଳିତ ମହାନ୍ତ(ରାଇରଙ୍ଗପୁର),ଝରାଡିହି ବନଖଣ୍ଡ ଅଧିକାରୀ ମହାବୀରସିଂ ମୁର୍ମୁ,ଝରାଡିହି ବନରକ୍ଷୀ ହେମନ୍ତ କୁମାର ହେମ୍ବ୍ରମ ପ୍ରମୁଖ ଉପସ୍ଥିତ ରହି ଆଲୋଚୋନାରେ ଭାଗନେବା ସହ ବୈଠକ ପରିଚାଳନାରେ ସହଯୋଗ କରିଥିଲେ। ରାମଗଡ଼ ଗ୍ରାମରେ ଅନୁଷ୍ଠିତ ହୋଇଥିବା ବୈଠକରେ ସମାଜସେବୀ ଲଳିତ କୁମାର ମହାନ୍ତ ଅତିଥୀ’ଙ୍କ ପରିଚୟ ପ୍ରଦାନ କରିବା ସହିତ ମଞ୍ଚ ପରିଚାଳନା କରିଥିଲେ ପରେ ମୂଖ୍ୟ ଅତିଥି ଡ.ଅରୁଣ କୁମାର ମିଶ୍ର’ଙ୍କ ଅଧ୍ୟକ୍ଷତାରେ ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା କରିବା,ଉଜୁଡା ଜଙ୍ଗଲର ପୂନର୍ଉଦ୍ଧାର ଓ ସ୍ଥାନୀୟ ଲୋକଙ୍କ ଜୀବନ ଜୀବିକା ଆଦି ପ୍ରମୁଖ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା ଏବଂ ଓଡିଶା ବନାଞ୍ଚଳ ପ୍ରକଳ୍ପ(ii) ମାଧ୍ୟମରେ ଝରାଡିହି ସେକ୍ସନରେ ଚାଲିଥିବା ଉଜୁଡା ଜଙ୍ଗଲ ପୁନର୍ଉଦ୍ଧାର କାର୍ଯ୍ୟକ୍ରମ ସମ୍ପର୍କରେ ବିଷୟବସ୍ତୁ ଭିତ୍ତିକ ବିଶେଷଜ୍ଞ ତ୍ରୀଲୋଚନ ରାୟ ସବିଶେଷ ଆଲୋଚନା କରିଥିଲେ।ଅନୁରୂପ ଭାବେ ଉପରୋକ୍ତ ପ୍ରତ୍ୟୋକ ଗ୍ରାମରେ ବନ ସୂରକ୍ଷା ସମିତିକୁ ନେଇ ବୈଠକ ଅନୁଷ୍ଠିତ ହୋଇଥିଲାବେଳେ ପ୍ରମୁଖ ବିଷୟ ଗୁଡିକରେ ଆଲୋଚନା କରାଯିବା ସହିତ ବିଦ୍ୟାଳୟର ଛାତ୍ରଛାତ୍ରୀ ତଥା ବନସୂରକ୍ଷା ସମିତି ସଭ୍ୟ/ସଭ୍ୟା’ଙ୍କ ମଧ୍ୟରେ କ୍ବିଜ୍ ପ୍ରତିଯୋଗିତା ମାଧ୍ୟମରେ ଛାତ୍ରଛାତ୍ରୀ ଓ ସମିତି ସଭ୍ୟ/ସଭ୍ୟା’ଙ୍କ ମଧ୍ୟରେ ଜ୍ଞାନ ବୃଦ୍ଧି କରିବା ସହିତ ସଚେତନତା ଉପରେ ଆଲୋକପାତ କରାଯାଇଥିଲା ଏବଂ ବିଶ୍ବରେ ଅତି ତୀବ୍ରତାର ସହିତ ବ୍ୟାପୁଥିବା ମାରାତ୍ମକ କରୋନା ଭାଇରସ(ଭୂତାଣୁ) ସମ୍ବନ୍ଧରେ ସଚେତନ କରିବା ସହିତ ସୂରକ୍ଷା ସମ୍ବନ୍ଧିୟ ସୂଚନା ପ୍ରଦାନ କରିଥିଲେ।ଶେଷରେ ଝରାଡିହି ବନରକ୍ଷୀ ଧନ୍ୟବାଦ ଅର୍ପଣ କରିଥିଲେ।