ବିଶ୍ୱର ସବୁଠୁ ସୁନ୍ଦର ଗୁମ୍ଫା: ଯେଉଁଠି କେବଳ ବାସ କରେ ମଣିଷ
(ଯୁଗାବ୍ଦ ନ୍ୟୁଜ ) , ଆଜିଯାଏ ଶୁଣିଥିଲେ ଗୁମ୍ଫାରେ ବାଘ କିମ୍ବା ସିଂହ ରହିଥାଏ । କିନ୍ତୁ ଏଠାରେ ଯେଉଁ ଗୁମ୍ଫା ସମ୍ପର୍କରେ ଆଲୋଚିତ ହୋଇଛି, ସେଠାରେ କେବଳ ମଣିଷ ହିଁ ବାସକରେ । ଏହାକୁ ଦୁନିଆର ସବୁଠୁ ସୁନ୍ଦର ଗୁମ୍ଫା ବୋଲି କୁହାଯାଏ । ବେକହମ୍ କ୍ରିକ୍ ଲଜ୍ ନାମରେ ପରିଚିତ ଏହି ଗୁମ୍ଫା ଆମେରିକାର ଅରଙ୍କସାସ୍ରେ ଅବସ୍ଥିତ । ଏହା ଏକ ଅପହଞ୍ଚ ଇଲାକା । ବୋମା ବିସ୍ଫୋରଣରୁ ରକ୍ଷା ପାଇବାକୁ ଗୁମ୍ଫାକୁ ଆଶ୍ରୟସ୍ଥଳ ଭାବେ ବ୍ୟବହାର କରାଯାଏ । ୧୯୮୮ରେ ଗୁମ୍ଫାକୁ ଏକ ହୋଟେଲ୍ ରୂପ ଦିଆଯାଇଥିଲା । ଯେତେବେଳେ ଏହାକୁ ହୋଟେଲ୍ ରୂପ ଦିଆଗଲା, ସେତେବେଳେ ପ୍ରାୟ ୨୦ ଲକ୍ଷ ଟଙ୍କା ଏହା ପଛରେ ଖର୍ଚ୍ଚ କରାଯାଇଥିଲା । ଗୁମ୍ଫା ଭିତରେ ଦୁନିଆର ସେ ସମସ୍ତ ବିଳାସପୂର୍ଣ୍ଣ ଜୀବନଯାପନର ସୁବିଧା ମିଳିଥାଏ, ଯାହା ପଞ୍ଚ ତାରକା ହୋଟେଲ୍ରେ ଉପଲବ୍ଧ । ଗୁମ୍ଫା ଭିତରେ ଦାମୀ ଫର୍ଣ୍ଣିଚର୍ ସାଙ୍ଗକୁ ଖାଦ୍ୟପାନୀୟର ବ୍ୟବସ୍ଥା ରହିଛି । ତା’ସହ ମନୋରମ ଜଳପ୍ରପାତ ଗୁମ୍ଫାର ଆକର୍ଷଣକୁ ଦ୍ୱିଗୁଣିତ କରିବାରେ ସାହାଯ୍ୟ କରିଥାଏ । ଗୁମ୍ଫା ଭିତରେ ଗୋଟିଏ ଦିନ ରହିବା ପାଇଁ ପ୍ରାୟ ୧ ଲକ୍ଷ ୧୨ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡ଼େ ।


