ସାଧାରଣ ଯାତ୍ରୀ ମାନଙ୍କୁ ମାସ୍କ ବଂଟନ କରାଯାଇଥିଲା

ଯାଜପୁର:ଯାଜପୁର ରେଡକ୍ରସ ଛକରେ କୋରୋନା ସଂକ୍ରମଣକୁ ରୋକିବା ପାଇଁ ସାଧାରଣ ଯାତ୍ରୀ ମାନଙ୍କୁ ମାସ୍କ ବଂଟନ କରାଯାଇଥିଲା । ସ୍ଥାନୀୟ ମା ବିରଜା ଡେଂଟାଲ କ୍ଲିନିକ ପକ୍ଷରୁ ଆୟୋଜିତ ଏହି ସଚେତନତା କାର୍ଯ୍ୟକ୍ରମରେ ଡାକ୍ତର ସୁନୀଲ କୁମାର ପୃଷ୍ଟି ସାମିଲ ହୋଇ ପରିସ୍କାର ଓ ପରିଛନ୍ନତା ଉପରେ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଯାଜପୁର ଥାନା ଅଧିକାରୀ ଆଶିଷ କୁମାର ସାହୁ ଅତ୍ୟନ୍ତ ଜରୁରୀ ନଥିଲେ ଘରୁ ନ ବାହାରିବାକୁ ପରାମର୍ଶ ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଯଦୁମଣି ପଣ୍ଡା, ସୁଶାନ୍ତ କୁମାର ସାହୁ, ସୁଦର୍ଶନ ନାୟକ, ବିଶ୍ୱଜିତ ବେହେରା, ବିକି ସାହୁ, ଅଜୟ କୁମାର ସାହୁ ପ୍ରମୁଖ ଉପସ୍ଥିତ ରହି ମାସ୍କ ବଂଟନ ରେ ସହାୟତା କରିବା ସହ ଜନସାଧାରଣ ମାନଙ୍କୁ କରୋନା ଭାଇରସ ଠାରୁ କିପରି ଦୁରେଇ ରହିହେବ ସେ ସମ୍ପର୍କରେ ସଚେତନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ