ସୁରକ୍ଷାକର୍ମୀ ଏନକାଉଣ୍ଟରରେ ୧ ଆତଙ୍କବାଦୀ ନିପାତ
ଶ୍ରୀନଗର ,ଜାମ୍ମୁ-କାଶ୍ମୀର ର ସୋପିଆନ ରେ ଶୁକବାର ସକାଳେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମଧ୍ୟରେ ଏନକାଉଣ୍ଟର ହୋଇଥିବା ସୂଚନା ମିଳିଛି । ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ଆତଙ୍କବାଦୀ ନିହତ ହୋଇଛି । ସୂଚନା ଅନୁଯାୟୀ ଦାଗ୍ରତ ସୁଗାନ ଅଞ୍ଚଳରେ କିଛି ଆତଙ୍କୀ ଲୁଚି ରହିଥିବା ଖବର ପାଇ ସେନା ଓ ପୋଲିସ ତରଫରୁ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା । ଆତଙ୍କବାଦୀ ମାନେ ପ୍ରଥମେ ଯବାନ ମାନଙ୍କ ଉପରକୁ ଗୁଳିମାଡ କରିଥିଲେ । ସୁରକ୍ଷାକର୍ମୀଙ୍କ ପ୍ରତି ଆକ୍ରମଣରେ ଜଣେ ଆତଙ୍କୀ ନିପାତ ହୋଇଛି । ଅନ୍ୟ ଆତଙ୍କବାଦୀ ମାନଙ୍କୁ ଧରିବା ପାଇଁ ସର୍ଚ୍ଚ ଅପରେସନ ଜାରୀ ରହିଛି