ମୁଗୁପୁର ବଜାରରେ କାମ କରୁନି କଟକଣା

ହାଟଡ଼ିହି : ପଞ୍ଚୁଗୋଛିଆ ପଞ୍ଚାୟତର ମୁଗୁପୁର ବଜାରରେ ଲକ୍ ଡାଉନ କଟକଣାର କୌଣସି ପ୍ରଭାବ ପଡୁନି । ଏଠାରେ ଖୋଲାମଖୋଲା ଦେକାନ ବଜାର ଚାଲିଥିବାବେଳେ ପରିବା ମାର୍କେଟରେ ପ୍ରବଳ ଗହଳି ଲାଗି ରହୁଛି । ଅନେକ ଲୋକ ରାଜ୍ୟ ବାହାରୁ ଆସିଥିବାବେଳେ ସେମାନେ ଏହି ମାର୍କେଟରେ ଖୁଲାମଖୁଲା ବୁଲିବା ସହିତ ସମସ୍ତଙ୍କ ସହିତ ମିଳାମିଶା କରୁଛନ୍ତି । ଏପରିକି କିଛି ଯୁବକ କ୍ରିକେଟ ଓ କିଛି ବୟସ୍କ ବ୍ୟକ୍ତି ବଜାର ଭିତରେ ତାସ ଖେଳି ଭିଡ ମାଉଥିବା ଦେଖିବାକୁ ମିଳିଛି । ଏନେଇ ପ୍ରଶାସନ ପକ୍ଷରୁ ବାରମ୍ବାର ଚଢ଼ାଉ କରାଯାଉଥିଲେ ମଧ୍ୟ ସେମାନେ ସେତିକି ସଚେତନ ହୋଇନାହାନ୍ତି । ପୁଲିସ ଚଢ଼ାଉବେଳେ ଦଉଡି ପଳାଉଥିବାବେଳେ ପୁଲିସ ଫେରିଗଲା ପରେ ପୁନର୍ବାର ଆସି ଗହଳି କରୁଛନ୍ତି । ଅଞ୍ଚଳର କିଛି ସଚେତନ ନାଗରିକ ଏପି କାର୍ଯ୍ୟକୁ ବିରୋଧ କରି ସେମାନଙ୍କୁ ବୁଝାସୁଝା କରୁଥିଲେବି ସେମାନେ ଏହାକୁ ଗ୍ରହଣ କରୁନଥବବାରୁ ସମଗ୍ର ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି । କିଛି ବୁଦ୍ଧିଜିବୀ ଏ ସମ୍ପର୍କରେ ଉଚ୍ଚ କର୍ତ୍ତୁପକ୍ଷଙ୍କ ସହଯୋଗ ମଧ୍ୟ ଲୋଡିଛନ୍ତି । ଏ ସମ୍ପର୍କରେ ହାଟଡିହି ବ୍ଲକର ବିଡିଓଙ୍କୁ ପଚାରିବାରେ ସେ ଚଢ଼ାଉ ଜାରି ରହିଛି ଓ ଏହା ଆନନ୍ଦପୁର ଥାନା ଅଧିନରେ ରହିଥିବାରୁ ଆନନ୍ଦପୁର ପୁଲିସ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ