ସୋରଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ସତର୍କତା ଅବଲମ୍ବନ
ଭଞ୍ଜନଗର,(ସନ୍ତୋଷ କୁମାର ଜେନା):ସାମାଜିକ ଦୂରତା କୁ ନେଇ ଚାରିଆଡେ ଏବେ ସଚେତନତା ସୃଷ୍ଟି ହେବା ସହିତ ଲୋକେ କରୋନା ଭଳି ଏକ ମାରାତ୍ମକ ରୋଗ କୁ ମହାମାରି ରୋଗ ବୋଲି ଜାଣିବାପରେ ସମସ୍ତେ ସତର୍କ ହୋଇସାରିଛନ୍ତି l ଗଞ୍ଜାମ ଜିଲ୍ଲାର ସୋରଡ଼ା ବ୍ଲକ ରେ ମଧ୍ୟ ଲୋକେ ଏହାକୁ ନେଇ ସତର୍କତା ଅବଲମ୍ବନ କରିଛନ୍ତି l ସୋରଡ଼ା ର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ମଧ୍ୟ ଲୋକେ ଜଣେ ଜଣକୁ ଅନ୍ୟୁନ ଗୋଟିଏ ମିଟର ଦୂରତା ଛାଡି ଠିଆ ହେଉଛନ୍ତି ଏବଂ ଥଣ୍ଡା, କାଶ ହେଲେ ଲୋକେ ଚିକିତ୍ସା ନିମନ୍ତେ ସୋରଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କୁ ଆସିଥାନ୍ତି l ସେଠାରେ ଡାକ୍ତର କେରଳ, ଚେନ୍ନାଇ ଭଳି ଓଡିଶା ବାହାରୁ ଆସିଥିବା ଲୋକଙ୍କୁ ଥଣ୍ଡା, କାଶ ରୁ ରକ୍ଷା ପାଇବାପାଇଁ ଔଷଧ ଦେବାସହିତ ସେଠାରେ ସ୍ୱତନ୍ତ୍ର ସୁବିଧା ନଥିବାରୁ ୧୪ ଦିନ ପର୍ଯ୍ୟନ୍ତ ନିଜ ଘରେ ହୋମ କ୍ୱାରେନଟାଇନ ରେ ରହିବାକୁ ପରାମର୍ଶ ଦେଇଛନ୍ତି


