ଆଡମିରାଲ୍ କରମବୀର ସିଂହ ନୌସେନା ମୁଖ୍ୟ
ଆଡମିରାଲ୍ କରମବୀର ସିଂହ ଆଜି ଦେଶର ୨୪ତମ ନୌସେନା ମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ବର୍ତ୍ତମାନ ନୌସେନା ମୁଖ୍ୟଭାବେ କାର୍ଯ୍ୟ କରୁଥିବା ଆଡମିରାଲ ସୁନୀଲ ଲାମ୍ବା ଆଜି ବିଧିବଦ୍ଧ ଭାବେ ତାଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଛନ୍ତି । ବିଶାଖାପଟନମ୍ ଠାରେ ଥିବା ନୌସେନା ମୁଖ୍ୟାଳୟରେ ଆଡମିରାଲ କରମବୀର ସିଂହ ଫ୍ଲାଗ ଅଫିସର କମାଣ୍ଡିଂ ମୁଖ୍ୟ ଭାବେ କାର୍ଯ୍ୟ କରୁଥିଲେ । ଜଣେ ନୌସେନା ଅଧିକାରୀ କହିଛନ୍ତି, ନୌସେନାର ସବୁଠାରୁ ବରିଷ୍ଠ ଅଧିକାରୀ ହେଉଛନ୍ତି ଆଡମିରାଲ କରମବୀର ସିଂହ । ସେ ପ୍ରଥମ ହେଲିକପ୍ଟର ପାଇଲଟ୍ ଯିଏ ନୌସେନାର ମୁଖ୍ୟ ହୋଇଛନ୍ତି । ୩୯ ବର୍ଷ ହେବ ସେ ନୌସେନାର ବିଭିନ୍ନ ପଦପଦବୀରେ କାର୍ଯ୍ୟ କରିଛନ୍ତି ।


