ଗ୍ରାମରୁ ବାହାର ଅଂଚଳର ଲୋକଙ୍କୁ ବାହାର କରିବା ନେଇ ସରପଞ୍ଚଙ୍କୁ ଘେରିଲେ ଗ୍ରାମବାସୀ

ଛତ୍ରପୁର : ଗତକାଲି ଠୁ ବାହାର ଅଞ୍ଚଳରୁ ଜଣେ ମହିଳା ଗାଁକୁ ଆସିଥିବା ନେଇ ଛତ୍ରପୁର ବ୍ଲକ ଚିକଲଖଣ୍ଡି ଗ୍ରାମରେ ଚହଳ ସୃଷ୍ଟି ହୋଇଥିଲା । ଏପରିକି ଜନୈକ ମହିଳାଙ୍କୁ ଗାଁରୁ ତୁରନ୍ତ ବାହାର କରାଯାଉ ବୋଲି ଚିକଲଖଣ୍ଡ ଗ୍ରାମରେ ଥିବା ସରପଞ୍ଚ ଡି.ଲକ୍ଷ୍ମୀ ରେଡ୍ଡୀଙ୍କ ଠାରେ ଗ୍ରାମବାସୀ ଦାବି କରିଥିଲେ । ପରିସ୍ଥିତି ଅସମ୍ଭାଳ ହୋଇଥିବା ନେଇ ପୁଲିସ ଓ ପ୍ରଶାସନ ଅଧିକାରୀଙ୍କ ଠାରେ ସୂଚନା ପହଞ୍ଚିଥିଲା । ଘଟଣା ସ୍ଥଳେ ଛତ୍ରପୁର ବିଡିଓ ଅମ୍ବିକା ପ୍ରସାଦ ଦାଶ, ତହସିଲଦାର ନୀଳମାଧବ ଭୋଇ, ଛତ୍ରପୁର ଥାନା ଅଧିକାରୀ ପ୍ରିୟସ୍ ରଞ୍ଜନ ଛୋଟରାୟ ଏବଂ ସ୍ୱାସ୍ଥ୍ୟ ବିଭାଗର ଟିମ୍ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ । ସୂଚନାମୁତାବକ ଚକିଲଖଣ୍ଡି ଗ୍ରାମର ଶାନ୍ତି ସାହୁ ନାମକ ଜଣେ ବୃଦ୍ଧା ଏକୁଟିଆ ଘରେ ରହୁଛନ୍ତି । ତାଙ୍କରି ଅସୁସ୍ଥତା ସୂଚନା ପାଇ ଗତକାଲି ତାଙ୍କରି ଝିଅ ଓ ନାତି ନାତୁଣୀ ବୁଢୀ ମା’କୁ ଦେଖିବା ପାଇଁ ଆସିଥିଲେ । ଶାନ୍ତି ସାହୁଙ୍କ ଜ୍ୱାଇଁ କୁଆଡେ ମୁମ୍ବାଇରେ କାମ କରୁଛନ୍ତି । ସେଠାରେ ତାଙ୍କରି ଝିଅ ଏବଂ ନାତୁନାତୁଣୀ ରହୁଥିଲେ ପରେ ଗାଁକୁ ଆସିଥିବା ଘଟଣାକୁ ନେଇ ଗ୍ରାମରେ ଏକ ପ୍ରକାର ଗୁଜବ ସୃଷ୍ଟି ହୋଇଥିଲା । ଏହାପରଠୁ ଗ୍ରାମବାସୀ ସେମାନଙ୍କୁ ତୁରନ୍ତ ଗ୍ରାମରୁ ବାହାର କରାଯାଉ ବୋଲି ସରପଞ୍ଚ ଏବଂ ଅଙ୍ଗନବାଡି କର୍ମୀଙ୍କ ଠାରେ ଦାବି କରିଥିଲେ । ପରିସ୍ଥିତି ଅନିୟନ୍ତ୍ରଣ ରହିଥିବା ପୁଲିସକୁ ସୂଚନା ଦିଆଯାଇଥିଲା । ପୁଲିସ ଓ ପ୍ରଶାସନ ଅଧିକାରୀ ଗ୍ରାମରେ ପହଞ୍ଚି ଗ୍ରାମବାସୀଙ୍କୁ ବୁଝାସୁଝଆ କରିଥିଲେ । ଯେଉଁ ପରିବାର ଗ୍ରାମକୁ ଆସିଛନ୍ତି ସେମାନେ ଘରେ ଭିତରେ କ୍ୱାରେଣ୍ଟାଇନ୍‌ରେ ରହିବେ ବୋଲି ପୁଲିସ ଓ ପ୍ରଶାସନିକ ଅଧିକାରୀମାନେ ଗ୍ରାମବାସୀକୁ ଜଣାଇବା ପରେ ପରିସ୍ଥିତି ଶାନ୍ତି ପଡିଥିଲା ବୋଲି ସରପଞ୍ଚଙ୍କ ସ୍ୱାମୀ ତଥା ପୂର୍ବତନ ସରପଞ୍ଚ ଡି.ରାମସ୍ୱାମୀ ରେଡ୍ଡୀ ସୂଚନା ଦେଇଥିଲେ । ଅନ୍ୟପକ୍ଷରେ ମୁନିଷିପେଣ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଜନ ସଂପ୍ରସାରଣ ଅଧିକାରୀ ବରୁଣ କୁମାର ପାଣିଗ୍ରାହୀ କହିଛନ୍ତିଯେ, ମହିଳାଙ୍କ ସ୍ୱାମୀ ମୁମ୍ବାଇରୁ ଲକ୍‌ଡାଉନ୍ ପୂର୍ବରୁ ଫେରି ବୁଗୁଡା ଗ୍ରାମରେ ଅଛନ୍ତି, ସେମାନଙ୍କ ପରିବାର ସେମିତି କିଛି ଅସୁବିଧା ନାହିଁ ବୋଲି କହିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ