ଅଗ୍ନିବିପନ୍ନଙ୍କୁ ସହାୟତା ପ୍ରଦାନ କଲେ ବିଧାୟକ ପ୍ରତିନିଧି

ବନ୍ତ, (ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ରାମପୁର ପଞ୍ଚାୟତ ଅଳଉତି ଗ୍ରାମର ଅଗ୍ନିବିପନ୍ନ ପରିବାରଙ୍କୁ ଭଣ୍ଡାରିପୋଖରୀ ବିଧାୟକ ପ୍ରତିନିଧି ଇଂ.ପ୍ରୟାସକାନ୍ତି ସାମଲ ୧୦ ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କରିଛନ୍ତି । ଏହି ଅର୍ଥରାଶିକୁ ସେ ପୂର୍ବତନ ବ୍ଲକ ଯୁବ ବିଜେଡି ସଭାପତି ଲକ୍ଷ୍ମୀକାନ୍ତ ମହାନ୍ତିଙ୍କ ଜରିଆରେ ଅଗ୍ନିବିପନ୍ନ ପରିବାରଙ୍କ ନିକଟକୁ ପଠାଇବା ସହ ସମବେଦନା ଜଣାଇଛନ୍ତି । ପ୍ରକାଶ ଯେ, ଗତ ରବିବାର ଏହି ଅଗ୍ନିକାଣ୍ଡ ଫଳରେ ୫ଟି ପରିବାରର ୭ ବଖରା ଗୃହ ସମେତ ଲକ୍ଷାଧିକ ଟଙ୍କାର ସଂପତ୍ତି ନଷ୍ଟ ହୋଇଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ