ଆରଆଇ ପିଅନ ଙ୍କ ସନ୍ଦେହଜନକ ମୃତ୍ୟୁ

କଳାହାଣ୍ଡି:ଗୁନଗୁନିଆ ଆରଆଇ ପିଅନ ଙ୍କ ସନ୍ଦେହଜନକ ମୃତ୍ୟୁ, ଜୟପାଟଣା ପୋଲିସର ତଦନ୍ତ ଜାରୀ।କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅନ୍ତର୍ଗତ ଗୁନଗୁନିଆ ଆରଆଇ ଅଫିସ ର ପିଅନ ଗୁପ୍ତେ ମାଝୀ(୩୨) ଙ୍କ ସନ୍ଧେହ ଜନକ ମୃତ୍ୟୁ ଘଟିଥିବା ଜଣାପଡିଛି।ସେ ଗୁନଗୁନିଆ ଆରଆଇ ଅଫିସରେ ପିଅନ ଭାବେ କାର୍ଯ୍ୟରତ ଥିବା ବେଳେ ଆଜି ତାଙ୍କ ନିଜସ୍ୱ ଘର ଜୟପାଟଣା ରେ ଏକ ସ୍ଥାନରେ ଅଚେତ ଅବସ୍ଥାରେ ପଡିଥିବା ଦେଖିବାକୁ ମିଳିଥିଲା।ପରେ ତାଙ୍କୁ ଏକ ଅଟୋ ଯୋଗେ ଜୟପାଟଣା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର କୁ ନିଆଗଲା ପରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି।ହଠାତ ତାଙ୍କର ଏପରି ମୃତ୍ୟୁ ରେ ପରିବାର ଲୋକେ ମଧ୍ୟ ବିସ୍ମିତ ଅଛନ୍ତି।ତାଙ୍କର ମୃତ୍ୟୁ ହୋଇଛି ନା କଣ ହୋଇଛି ତାହା ତଦନ୍ତ ପରେ ଜଣାପଡିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ