ବାଲିଆ ଅଂଚଳର ଅଲିଭା ପ୍ରଦୀପ ମୃତ୍ୟୁଞ୍ଜୟ ମହାନ୍ତିଙ୍କ ପରଲୋକ
କେନ୍ଦ୍ରାପଡା (ଚିତ୍ତରଞ୍ଜନ ଦାସ) : ବାଲିଆ ଅଂଚଳର ଅଲିଭା ପ୍ରଦୀପ ବିଶିଷ୍ଟ ଲେଖକ , ଧର୍ମପରାୟଣ, ସମାଜସେବୀ, ଅବସରପ୍ରାପ୍ତ ଶିକ୍ଷକ, ବାଲିଆ ବଳଦେବ ସାଂସ୍କୃତିକ ପରିଷଦର ପ୍ରତିଷ୍ଠାତା ସମ୍ପାଦକ ତଥା କବି କୁମୁଦି ମୃତ୍ୟୁଞ୍ଜୟ ମହାନ୍ତିଙ୍କର ୯୨ବର୍ଷ ବୟସରେ ଗତ ମଙ୍ଗଳବାର ସନ୍ଧ୍ୟା ସାଢେ ୬ଟା ସମୟରେ ପରଲୋକ ହୋଇଯାଇଛି । ତାଙ୍କ ଜୀବନକାଳ ମଧ୍ୟରେ ତାଙ୍କ ଦ୍ୱାରା ଲିଖିତ ବହୁ ପୁସ୍ତକ ମଧ୍ୟରୁ ତୁଳସୀ କ୍ଷେତ୍ରର ତୁଳସୀ ପଦ୍ମ ଡାକ୍ତର ସରୋଜ କାନ୍ତ କାନୁନଗୋ ଅନ୍ୟତମ । ପୂର୍ବତନ ମୁଖ୍ୟମନ୍ତ୍ରୀ ସୂର୍ଗତ ଜାନକି ବଲ୍ଲଭ ପଟ୍ଟନାୟକଙ୍କ ଠାରୁ ସେ କବି କୁମୁଦି ଉପାଧି ରେ ସମ୍ମାନୀତ ହୋଇଥିଲେ । ସୂର୍ଗତ ମହାନ୍ତିଙ୍କ ବିୟୋଗରେ ସ୍ଥାନୀୟ ଅଂଚଳରେ ଗଭୀର ଶୋକ ପ୍ରକାଶ ପାଇଛି । ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ପୁଅ, ବୋହୁ, ପରିବାର ପରିଜନ, ବନ୍ଧୁ ସମସ୍ତେ ଉପସ୍ଥିତ ଥିଲେ । ଗ୍ରାମ ଶ୍ମସାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା । ଏଥିରେ ତାଙ୍କର ନାତି ତଥା ଭାରତୀୟ ରିଜର୍ଭ ବ୍ୟାଙ୍କର ଅଫିସର ଶୋହନ କୁମାର ମହାନ୍ତି,ବଳଦେବ ସାଂସ୍କୃତିକ ପରିଷଦର ବାନାମ୍ବର ସାହୁ, ମଦନମୋହନ ବେହେରା, ନାରାୟଣ ସ୍ୱାଇଁ, ବିଶିଷ୍ଟ ସମାଜସେବୀ ଡା.ବିଶ୍ୱପ୍ରକାଶ କାନୁନଗୋ, ବାଲିଆ ବଜାର କମିଟି ସଭାପତି ପ୍ରମୋଦ କୁମାର ସାହୁ,ଭାଗବତପୁର ପଂଚାୟତ ସରପଂଚ ଧରଣୀଧର ଦାସ ପ୍ରମୁଖ ଉପସ୍ଥିତ ଥିଲେ ।


