ଜଳିଗଲା ଟ୍ରାନ୍ସଫର୍ମର, ଅନ୍ଧାରରେ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର, ୫୦ ଉପଭୋକ୍ତା ହନ୍ତସନ୍ତ

ବନ୍ତ,(ଚାନ୍ଦିନୀ ମହାନ୍ତି) : ଶନିବାର କାଳବୈଶାଖୀ ବଜ୍ରପାତ ଯୋଗୁ ବନ୍ତ ବ୍ଲକ ନିଳୋକ ବଜାରସ୍ଥିତ ୨୫କେ.ଭି ବିଦ୍ୟୁତ୍ ଟ୍ରାନ୍ସଫର୍ମର ପୋଡି ଯାଇଛି । ଫଳରେ ନିଳୋକ ପଞ୍ଚାୟତରେ ଖୋଲା ଯାଇଥିବା ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ସଂପୂର୍ଣ୍ଣ ଅନ୍ଧାରରେ ରହିଛି । ସେହିପରି ଏହି ଟ୍ରାନ୍ସଫର୍ମର ଅଧିନରେ ଥିବା ପ୍ରାୟ ୫୦ ଜଣ ଉପଭୋକ୍ତା ଅନ୍ଧାରରେ ରହିବା ସହ ଅସହ୍ୟ ଗରମରେ ହନ୍ତସନ୍ତ ହେଉଥିବା ଦେଖାଯାଇଛି । ବିଶେଷକରି ଲକ୍ ଡାଉନ୍ ସମୟରେ ଉପଭୋକ୍ତା ମାନେ ବିଦ୍ୟୁତ୍ ଉପରେ ନିର୍ଭର କରୁଥିଲେ । ଟ୍ରାନ୍ସଫର୍ମର ପୋଡିଯିବା ଫଳରେ ସେମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ସେହିପରି ସେଣ୍ଢତୀରା ପଞ୍ଚାୟତ ପରମାନନ୍ଦପୁର ଗ୍ରାମରେ ବଜ୍ରପାତ ଯୋଗୁ ୧୬ କେ.ଭି ଟ୍ରାନ୍ସଫର୍ମର ପୋଡି ଯିବା ଫଳରେ ବହୁ ଉପଭୋକ୍ତା ଅନ୍ଧାରରେ ରହିଛନ୍ତି । ଜିଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ଉପଭୋକ୍ତା ମାନେ ଦାବୀ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ